ପରିସ୍ଥିତି ସ୍ୱାଭାବିକ ହେବା ଯାଏ ହାଇକୋର୍ଟରେ ଫୋର୍ସ ରହିବେ- ପୁଲିସ କମିସନର

Advertisment
ପରିସ୍ଥିତି ସ୍ୱାଭାବିକ ହେବା ଯାଏ ହାଇକୋର୍ଟରେ ଫୋର୍ସ ରହିବେ- ପୁଲିସ କମିସନର

ଭୁବନେଶ୍ୱର: ହାଇକୋର୍ଟ ପରିସରରେ ଦୁଇ ଓକିଲ ଗୋଷ୍ଠୀଙ୍କ ମଧ୍ୟରେ ଧସ୍ତାଧସ୍ତି, ଗଣ୍ଡଗୋଳ ପସହିତ ହାଇକୋର୍ଟ ପରିସରରେ  ଫୋର୍ସ ମୂତୟନ ପଅ୍ରସଙ୍ଗରେ ମୁହଁ ଖୋଲିଛନ୍ତି କଟକ- ଭୁବନେଶ୍ୱର ପୁଲିସ କମିସନର ସତ୍ୟଜିତ ମହାନ୍ତି। ଶ୍ରୀ ମହାନ୍ତି କହିଛନ୍ତି  ହାଇକୋର୍ଟରେ ସ୍ୱାଭାବିକ ସ୍ଥିତି ଫେରି ଆସିବା ପର୍ଯ୍ୟନ୍ତ ସେଠାରେ ପୋର୍ସ ମୂତୟନ ହେବେ। ପରିସ୍ଥିତି ସମ୍ପୂର୍ଣ୍ଣ ସ୍ୱାଭାବିକ ହେବା ଯାଏ ହାଇକୋର୍ଟ ପରିସରରେ ୨୦ରୁ ୨୫ ପ୍ଲାଟୁନ୍‌ ଫୋର୍ସ ମୂତୟନ ହେବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ସତ୍ୟଜିତ ମହାନ୍ତିଙ୍କ ସୂଚନା ଅନୁଯାୟୀ, ହାଇକୋର୍ଟ ରେଜିଷ୍ଟ୍ରାର କୋର୍ଟ ପରିସରରେ ଓକିଲଙ୍କ ଆନ୍ଦୋଳନକୁ ଆଖିଆଗରେ ରଖି ପୋଲିସ ଫୋର୍ସ ମୁତୟନ ପାଇଁ ଚିଠି ଲେଖିଥିଲେ । ତେଣୁ ହାଇକୋର୍ଟରେ  ପୋଲିସ ଫୋର୍ସ ମୂତୟନ କରାଯାଇଥିଳ।ା ଦ୍ୱିତିୟତ , କୋର୍ଟରେ ମୂତୟନ ଜଣେ  କନଷ୍ଟେବଳଙ୍କୁ ଅଟକ ରଖାଯାଇ ମାଡ ମରାଯାଇଥିବାରୁ ତାଙ୍କୁ ଉଦ୍ଧାର କରିବା ପାଇଁ କୋର୍ଟ ପରିସରକୁ ପୋଲିସ ଯାଇଥିଲା  ବୋଲି ପୁଲିସ କମିସନର ଶ୍ରୀ ମହାନ୍ତି କହିବା ସହିତ ଯେଉଁଠି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ ସେଠାରେ ପୋଲିସ ପ୍ରବେଶ କରିପାରିବ ବୋଲି ସତ୍ୟଜିତ ମହାନ୍ତି କହିଛନ୍ତି।

ସୂଚନାଯୋଗ୍ୟ ଯେ ଆନ୍ଦୋଳନକୁ ନେଇ ହାଇକୋର୍ଟର ଦୁଇ ଆଇନଜୀବୀ ଗୋଷ୍ଠୀ ଗତକାଲି ମୁହାଁମୁହିଁ ହୋଇଥିଲେ ।ଏ ନେଇ ଲାଲବାଗ ଥାନାରେ ଦୁଇଟି ମାମଲା ମଧ୍ୟ ହୋଇଚି। ଏ ପ୍ରସଙ୍ଗରେ ପୁଲିସ କମିସନର ଶ୍ରୀ ମହାନ୍ତି କହିଛନ୍ତି ଯେ,  ସିସିଟିଭି ଫୁଟେଜ ଯାଞ୍ଚ ଚାଲିଛି । ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe