ବୀରମହାରାଜପୁରରେ ନୂତନ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଜବରଦଖଲ ଉଚ୍ଛେଦ

Advertisment
ବୀରମହାରାଜପୁରରେ ନୂତନ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଜବରଦଖଲ ଉଚ୍ଛେଦ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ନୂତନ ବସ୍‌ଷ୍ଟାଣ୍ଡ ନିର୍ମାଣ ସାଙ୍ଗକୁ ଜଗନ୍ନାଥ ମନ୍ଦିର ରାସ୍ତା ପ୍ରଶସ୍ତୀକରଣ ପାଇଁ ବୁଧବାର ଦିନ ବୀରମହାରାଜପୁର ପ୍ରଶାସନ ଜବରଦଖଲ ଉଚ୍ଛେଦ କରିଥିବା ଦେଖାଯାଇଛି।

ସୂଚନାନୁସାରେ, ବୀରମହାରାଜପୁରରେ ମୁଖ୍ୟ ରାସ୍ତା ଉପରେ ବସ୍‌ଷ୍ଟାଣ୍ଡ ଥିଲା। ଏବେ ନୂତନ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଅଧିକ ସ୍ଥାନ ଆବଶ୍ୟକ ଥିବାରୁ ବୁଧବାର ଜବରଦଖଲ ଉଚ୍ଛେଦ ହଟାଯିବା ସହ ରାସ୍ତା କଡ଼ରେ ଥିବା ସମସ୍ତ ଦୋକାନ ଗୃହ ଭାଙ୍ଗି ଦିଆଯାଇଥିଲା। ଉଚ୍ଛେଦ ସମୟରେ କାଁ ଭାଁ ଉତ୍ତେଜନା ଦେଖାଦେଇଥିଲା। ବୀରମହାରାଜପୁର ତହସିଲଦାର ବିବୁଧ ଗଡ଼ନାୟକଙ୍କ ନେତୃତ୍ବରେ ରାଜସ୍ବ ବିଭାଗ କର୍ମଚାରୀ ଏବଂ ପୁଲିସ ପ୍ରଶାସନ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe