ଆଜି ଭଦ୍ରକ ସହରରୁ ହଟିବ ଜବର ଦଖଲ: ବ୍ୟାପକ ପୁଲିସ୍ ମୁତୟନ

Advertisment
ଆଜି ଭଦ୍ରକ ସହରରୁ ହଟିବ ଜବର ଦଖଲ: ବ୍ୟାପକ ପୁଲିସ୍ ମୁତୟନ

ଭଦ୍ରକ: ଆଜି ଭଦ୍ରକ ସହରରୁ ଜବର ଦଖଲ ହଟିବ। ଚାଲିବ ବୋଲଡୋଜର । ବାରମ୍ବାର ପ୍ରଶାସନ ପକ୍ଷରୁ ଡ଼ାକବାଜି ଯନ୍ତ୍ର ଦ୍ବାରା ପ୍ରଚାର କରାଯାଇଥିଲା ଯେଉଁମାନେ ବେଆଇନ୍ ଭାବରେ ରାସ୍ତା ଉପରେ, ନୟନ ଜୋରି ଉପରେ, ଡ୍ରେନ ଉପରେ ଦୋକାନ ଘର କରି ବ୍ୟବସାୟ କରୁଛନ୍ତି, ସେମାନେ ଏହି ବେଆଇନ୍ ଜବର ଦଖଲରୁ ନିଜ ଆଡୁ ଉଠିଯାନ୍ତୁ, ନ ହେଲେ ସେମାନଙ୍କୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯିବ ।

ଜବର ଦଖଲକାରୀମାନେ ନିଜେ ନ ଉଠିବାରୁ।  ଆଜି ପ୍ରଶାସନ ଜବର ଦଖଲ ହଟାଇାକୁ ଯାଉଛି। ଏଥି ପାଇଁ  ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଉପ ଜିଲ୍ଲାପାଳ ଙ୍କ ନେତୃତ୍ବରେ ଗୁରୁବାର ଅଗଷ୍ଟ ୧ ତାରିଖରେ ଭଦ୍ରକ ସହରର ଅପର୍ତ୍ତି ବିନ୍ଧା ଛକଠାରୁ ଉଚ୍ଛେଦ ଆରମ୍ଭ କରାଯାଇ ଭଦ୍ରକର ପୁରୁଣା କଚେରି ରାସ୍ତା ପର୍ଯ୍ୟନ୍ତ ଉଚ୍ଛେଦ କରାଯିବ । ପୁଣି ସେଠାରୁ ମେଡ଼ିକାଲ ଛକ ପର୍ଯ୍ୟନ୍ତ ଉଚ୍ଛେଦ କରାଯିବ। ପରେ ଡାହାଣୀ ଗାଡିଆ ଛକ ପର୍ଯ୍ୟତ ଉଚ୍ଛେଦ କରାଯିବ।

ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଇଛି। ଉପଜିଲ୍ଲାପାଳ ମନୋଜ ପାତ୍ରଙ୍କ ନେତୃତ୍ୱରେ ଭଦ୍ରକ ତହସିଲଦାର, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ଅନ୍ୟ ସବୁ ତହସିଲ କର୍ମଚାରୀଙ୍କ ସହ ବ୍ୟାପକ ପୁଲିସ୍ ବ୍ୟବସ୍ଥା କରାଯାଇଛି ।  ଉଚ୍ଛେଦ ବେଳେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲେ ପୁଲିସ ଏହାର ମୁକାବିଲା କରିବା ପାଇଁ ପ୍ରସ୍ତୁତି ଅଛି ବୋଲି ଉପଜିଲ୍ଲାପାଳ ମନୋଜ ପାତ୍ର ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe