କଣ୍ଟାବାଞ୍ଜିରେ ଜବରଦଖଲ ଉଚ୍ଛେଦ, ଜମି ମାଫିଆ ସାବାଡ଼ ହେବେ!

Advertisment
କଣ୍ଟାବାଞ୍ଜିରେ ଜବରଦଖଲ ଉଚ୍ଛେଦ, ଜମି ମାଫିଆ ସାବାଡ଼ ହେବେ!

କଂଟାବାଞ୍ଜି : କଣ୍ଟାବାଞ୍ଜି ଏନ୍‌ଏସିରେ ଏବେ ଏକ୍ସନ ମୋଡ୍‌କୁ ଆସିଛି ପ୍ରଶାସନ। ସରକାରୀ ଜମିକୁ କବ୍‌ଜା କରି ରଖିଥିବା ମାଫିଆଙ୍କ ବିରୋଧରେ କଠୋର ପଦକ୍ଷେପ ନେବା ଆରମ୍ଭ କରିଛି। ସୋମବାରଠାରୁ ସହରରେ ଜବରଦଖଲ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି। ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସମି ରେଡ୍ଡି ଜୟଶ୍ରୀ, ତହସିଲଦାର ଅଶୋକ ମାଝୀଙ୍କ ଉପସ୍ଥିତିରେ ଜେସିବି ଲଗାଇ ୱାର୍ଡ ନଂ ୫ରେ ଥିବା ପ୍ଲଟ୍‌ ନମ୍ବର ୩୪୫, ୱାର୍ଡ ନମ୍ବର ୪ରେ ଥିବା ୩୭୮ ଭଳି ପ୍ଲଟ୍‌, ବିଡିସିସି ବ୍ୟାଙ୍କ ପାଖରେ ଥିବା ନାଳି ଉପରୁ ଜବରଦଖଲ ଉଚ୍ଛେଦ କରାଯାଇଛି।

publive-image

ସୂଚନାଯୋଗ୍ୟ ଯେ ଜିଲ୍ଲାପାଳ ଚଞ୍ଚଳ ରାଣା ଏବଂ ଟିଟିଲାଗଡ଼ ଉପଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ କଂଟାବାଞ୍ଜି ପରିଦର୍ଶନ ସମୟରେ ଏନ୍‌ଏସି ଭିତରେ ଥିବା ସରକାରୀ ଜମିକୁ ବ୍ୟବହାର କରି ସହର ପାଇଁ ବିକାଶମୂଳକ କାମ କରିବାକୁ କହିଥିଲେ। କିଛି ଦିନ ଆଗରୁ ଉପଜିଲ୍ଲାପାଳଙ୍କ ନି‌ର୍ଦେଶକ୍ରମେ ୱାର୍ଡ ନଂ ୧୧ରେ ଥିବା ସରକାରୀ ଜମିରେ ଜଣେ ବ୍ୟକ୍ତି ୪ଟି ଘର ତିଆରି କରି ଭଡ଼ା ସୂତ୍ରରେ ଦେଇଥିଲେ। ସେଠାରୁ ଏନ୍‌ଏସି ଜବରଦଖଲ ଉଚ୍ଛେଦ କରିଥିଲା। ଆଜିର ଏହି ଉଚ୍ଛେଦରେ ଅନେକ ଜମି ଏନ୍‌ଏସି ହାତରେ ଲାଗିବା ପରେ ସମସ୍ତ ଉଚ୍ଛେଦ କରାଯାଇଥିବା ସ୍ଥାନରେ ସହର ପାଇଁ ବିକାଶ ଏବଂ ଉନ୍ନତିମୂଳକ କାମ କରାଯିବ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି। ସହର ଭିତରେ ଥିବା ଜମି ମାଫିଆମାନଙ୍କୁ ସାବାଡ଼ କରାଯିବ ବୋଲି କହିଛନ୍ତି। ଏହି ଜବରଦଖଲ ଉଚ୍ଛେଦ ଆଉ ଦୁଇ ଦିନ କରାଯିବ ବୋଲି ସୂଚନା ମିଳିଛି।

ଆଜିର ଏହି ଜବରଦଖଲ ଉଚ୍ଛେଦ ସମୟରେ ନୋଡାଲ ଅଧିକାରୀ ଚନ୍ଦ୍ରଶେଖର ଭୋଇ, କଂଟାବାଞ୍ଜି ଥାନା ଅଧିକାରୀ ସତ୍ୟଜିତ କନ୍ଦଳକେଲ, ପୁଲିସ ଫୋର୍ସ, ଆର୍‌ଆଇ ବନମାଳି ବାରିକ ଏବଂ ଏନ୍‌ଏସିର ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ। ଏହି ଜବରଦଖଲ ଉଚ୍ଛେଦକୁ ସହରବାସୀ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe