ପୁରୁଣାକଟକ ଓ ଚାରିଛକରେ ଜବରଦଖଲ ଉଚ୍ଛେଦ, ସ୍ବଇଚ୍ଛାରେ ଭାଙ୍ଗିଲେ ଲୋକେ

Advertisment
ପୁରୁଣାକଟକ ଓ ଚାରିଛକରେ ଜବରଦଖଲ ଉଚ୍ଛେଦ, ସ୍ବଇଚ୍ଛାରେ ଭାଙ୍ଗିଲେ ଲୋକେ

ହରଭଙ୍ଗା: ଖୋର୍ଦ୍ଧା- ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ଖି ପ୍ରଶାସନ ପକ୍ଷରୁ ଜାତୀୟ ରାଜପଥ କଡ଼ରୁ ଜବରଦଖଲ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି। ପ୍ରଥମେ ବ୍ଲକ୍‌ର ମାଧପୁର, ଆଡେଣିଗଡ଼ରେ ଏହି କ୍ରମରେ ତହସିଲ ପକ୍ଷରୁ ଜବରଦଖଲ ଚିହ୍ନଟ କରାଯାଇଥିଲା। ଜବରଦଖଲକାରୀମାନେ ପ୍ରଶାସନର ନିଷ୍ପତ୍ତିକୁ ସମ୍ମାନ ଜଣାଇ ସ୍ବଇଚ୍ଛାରେ ଜାଗା ଛାଡ଼ିବାକୁ ରାଜି ହୋଇଥିଲେ। ଏପରିକି ନିଜେ ଜବରଦଖଲ ଜାଗାରୁ ଭଙ୍ଗାରୁଜା ଆରମ୍ଭ କରିଥିଲେ।

ଏହାପରେ ବ୍ଲକ୍‌ର ଦୁଇ ପ୍ରମୁଖ ବଜାର ଚାରିଛକ ଏବଂ ପୁରୁଣାକଟକରେ ତହସିଲ ପକ୍ଷରୁ ଜବରଦଖଲ ଏରିଆ ଚିହ୍ନଟ ପରେ ଗରିବ ଦୋକାନୀଙ୍କ ମଧ୍ୟରେ ଭାଳେଣି ପଡ଼ିଥିଲା। ଏ ସମ୍ପର୍କରେ ଚାରିଛକ ବଜାରବାସୀ ବୌଦ୍ଧ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ ସମୟ ମାଗିଥିଲେ। ମାତ୍ର ଚାରିଛକ ବଜାରବାସୀ ଆଜି ସ୍ବଇଚ୍ଛାରେ ଭଙ୍ଗାରୁଜା ଆରମ୍ଭ କରିଥିବା ଜଣାପଡ଼ିଛି। ସେହିପରି ପୁରୁଣାକଟକ ବଜାରରେ ମାପଚୁପ ପରେ ଗତକାଲି ଲକ୍ଷ୍ମୀନାରାୟଣ ମନ୍ଦିରରେ ଏହାକୁ ନେଇ ବଣିକ ସଂଘ ସଭାପତିଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ବସିଥିଲା। ଜବଦଖଲ ଜାଗା ସବୁ ସ୍ବଇଚ୍ଛାରେ ଆସନ୍ତା ୩ ଦିନ ମଧ୍ୟରେ ଖାଲିକରିବାକୁ ନିଷ୍ପତ୍ତି ନିଆଯାଇଥିଲା। ବଣିକ ସଂଘର ନିଷ୍ପତ୍ତିକ୍ରମେ ଶନିବାର ପୁରୁଣାକଟକ ବଜାରରେ ସ୍ବଇଚ୍ଛାରେ ଭଙ୍ଗାରୁଜା ଚାଲିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe