ଭିତରକନିକାରେ ବଢିଲେ ବିଦେଶୀ ପକ୍ଷୀ: ଗତ ବର୍ଷଠାରୁ ୧୧୪୬୨ ଅଧିକ ପକ୍ଷୀ

Advertisment

୧୨୧ ପ୍ରଜାତିର ୧୫୧୪୨୧ ବିଦେଶୀ ପକ୍ଷୀ

୧୨୧ ପ୍ରଜାତିର ୧୫୧୪୨୧ ବିଦେଶୀ ପକ୍ଷୀ

ଭିତରକନିକାରେ ବଢିଲେ ବିଦେଶୀ ପକ୍ଷୀ: ଗତ ବର୍ଷଠାରୁ ୧୧୪୬୨ ଅଧିକ ପକ୍ଷୀ

ରାଜନଗର: ଭିତରକନିକା ଜାତୀୟଉଦ୍ୟାନରେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଆଜି ବନବିଭାଗ ପକ୍ଷରୁ ହୋଇଥିବା ଗଣନା ରିପୋର୍ଟରୁ ଏହା ଜଣାପଡିଛି । ଗତବର୍ଷ ଭିତରକନିକାକୁ ୧ ଲକ୍ଷ ୩୯ ହଜାର ୯୫୯ଟି ପକ୍ଷୀ ଆସିଥିବା ବେଳେ ଏ ବର୍ଷ ୧ ଲକ୍ଷ ୫୧ ହଜାର ୪୨୧ ଆସିଛନ୍ତି। ଅର୍ଥାତ ଗତବର୍ଷଠାରୁ ଏ ବର୍ଷ ଭିତରକନିକାକୁ ୧୨୪୬୨ ଅଧିକ ପକ୍ଷୀ ଆସିଥିବା ଜଣାପଡିଛି। ଗତ ୧୬ ବର୍ଷ ମଧ୍ୟରେ ଏହା ସର୍ବାଧିକ। ଗତବର୍ଷ ଭିତରକନିକାକୁ ୧୪୦ ପ୍ରଜାତିର ପକ୍ଷୀ ଆସିଥିବା ବେଳେ ଏ ବର୍ଷ ୧୨୧ ଲାର୍ଜ ହୁଇସିଲିଂ ଡକ୍‌ ପ୍ରଜାତିର ପକ୍ଷୀ ସବୁଠୁ ଅଧିକ ୨୮୦୯୦ ଆସିଛନ୍ତି। ଚଳିତବର୍ଷ ଭିତରକନିକାରେ ବିରଳ କମନସେଲ ଡକ୍‌ ପକ୍ଷୀଙ୍କୁ ଦେଖିବାକୁ ମିଳିଛି । ଏହାବାଦ୍‌ ଭିତରକନିକାରେ କମନ୍‌ ସୋଲଭର ଜାତୀୟ ପକ୍ଷୀଙ୍କୁ ମଧ୍ୟ ଦେଖିବାକୁ ମିଳିଛି।

ଚଳିତ ବର୍ଷ ଗ୍ରେବସ, ପେଲିକାନସ, କରମୋରାନ୍‌ଟସ ଆଣ୍ଡ ଡାର୍ଟର, ହେରନସ, ଏଗ୍ରେଟ୍ସ ଏବଂ ବିଟର୍ସ, ଷ୍ଟୋର୍କସ, ଇବିସେସ ଏବଂ ସ୍ପୁନବିଲ, ଫ୍ଲମିଙ୍ଗସ, ଗିଜ ଏବଂ ଡକସ, କ୍ରେନଓ, ରେଲସ ଏବଂ ଗାଲିନଲସ ଏବଂ କୁଟ, ଫିନଫୁଟ ଏବଂ ଜାକାନାସ, ସୋରବାର୍ଡ ୱାଡର୍ସ, ଗଲ୍‌ସ, ଟରନଓ ଏବଂ ସ୍କିନରସ ଏବଂ ଅନ୍ୟାନ୍ୟ ବିଦେଶୀ ପକ୍ଷୀ ଗଣନା ବେଳେ ଚିହ୍ନଟ କରାଯାଇଛି। ଏହି ପକ୍ଷୀଗୁଡିକ ପ୍ରଚଣ୍ଡ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ହିମାଳୟ ପାଦ ଦେଶ ଓ ଲଦାଖ, ସାଇବେରିଆ ଓ ଉତ୍ତର ଗୋଲାର୍ଦ୍ଧରୁ ଏଠାକୁ ଆସିଥିବା ରାଜନଗର ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତମାସ ୬ ତାରିଖ ଦିନ ୧୮ଟି ଟିମ୍‌ ଭିତରକନିକା ଅଭୟାରଣ୍ୟନରେ ଏହି ଗଣନା କାର୍ଯ୍ୟ କରାଯାଇଥିଲା। ରାଜନଗର ବନ ବିଭାଗ ପକ୍ଷରୁ ୫ଟି ରେଞ୍ଜ ଅଂଚଳରେ ଭିଡ ଜମାଇଥିବା ବିଦେଶାଗତ ପକ୍ଷୀଙ୍କ ଗଣନା କରାଯାଇଥିଲା। ସାତଭାୟା, ଗହୀରମଥାର ଚଟକା ଓ ଶାସନପେଟା ଫରେଷ୍ଟ ବ୍ଲକ ଅଂଚଳରେ ଅଧିକ ସଂଖ୍ୟାରେ ବିଦେଶୀ ପକ୍ଷୀଙ୍କୁ ଦେଖିବାକୁ ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe