ବିଦେଶୀ କିଣିନେ‌ଲେ ୨ ମହାପୁରୁଷଙ୍କ ପ୍ରତିମୂର୍ତ୍ତି

ବିଦେଶୀ କିଣିନେ‌ଲେ ୨ ମହାପୁରୁଷଙ୍କ ପ୍ରତିମୂର୍ତ୍ତି

ପୁରୀ : ଉତ୍କଳମଣି ଗୋପବନ୍ଧୁ ଦାଶ ଓ ଆଚାର୍ଯ୍ୟ ହରିହରଙ୍କ ପ୍ରତିମୂର୍ତ୍ତି କିଣି ନେଇଛନ୍ତି ଜଣେ ବିଦେଶୀ ପର୍ଯ୍ୟଟକ। ଏହି ବିଦେଶୀ ପର୍ଯ୍ୟଟକ ହେଉଛନ୍ତି ଅଷ୍ଟ୍ରେଲୀୟ ନାଗରିକ ହ୍ୟାରିପିଚ୍‌ ମ୍ୟାନ୍‌।

ହ୍ୟାରି ପୁରୀ ବୁଲିବାକୁ ଆସିଥିବା ବେଳେ ଆର୍ଟ ସେଣ୍ଟର୍‌ରେ ପଡ଼ିରହିଥିବା ଦୁଇ ମହାପୁରୁଷଙ୍କ ପ୍ରତିମୂର୍ତ୍ତିକୁ ଦେଖିଥିଲେ। ସେ ମହାପୁରୁଷଙ୍କ ବାବଦରେ ଶୁଣିବା ପରେ ୧୦ ହଜାର ଟଙ୍କା ମୂଲ୍ୟରେ ପ୍ରତିମୂର୍ତ୍ତି କିଣି ନେଇଥିଲେ। ପ୍ରତିମୂର୍ତ୍ତି ଦୁଇଟିକୁ ସେ ଅଷ୍ଟ୍ରେଲିଆରେ ସ୍ଥାପନ କରିବେ ବୋଲି କହିଛନ୍ତି ହ୍ୟାରି।

ହ୍ୟାରି କହିଛନ୍ତି, ପ୍ରତିମୂର୍ତ୍ତି ଦେଖିବା ପରେ ସେ ଅଟକି ଯାଇଥିଲେ। ମୂର୍ତ୍ତି କଳାକାରଙ୍କଠାରୁ ଦୁଇ ମହାପୁରୁଷଙ୍କ ବାବଦରେ ଶୁଣିବାପରେ ଏହାକୁ ଭାରତର ସ୍ମୃତି ଭାବେ ନିଜ ଦେଶକୁ ନେଇଯିବେ ବୋଲି ମନସ୍ଥ କରିଥିଲେ। ଏହାଦ୍ବାରା ସେ ଭାରତର ସ୍ମୃତିକୁ ସ୍ଥାପନା କରିପାରିବେ।

ଉଲ୍ଲେଖଯୋଗ୍ୟ ଯେ ହ୍ୟାରିପିଚ୍‌ ଜଣେ ସ୍ତମ୍ଭକାର ହୋଇଥିବା ବେ‌ଳେ ବହୁ ଦେଶ ଭ୍ରମଣ କରିବା ସହ ସମ୍ପୃକ୍ତ ଦେଶର ଇତିହାସ ବାବଦରେ ଜାଣିବାର ଅଭିପ୍ସା ରଖିଥା’ନ୍ତି। ଓଡ଼ିଶା ଭ୍ରମଣ ତାଙ୍କୁ ଆନନ୍ଦ ଦେଇଥିବା ବେଳେ ଏଠାରେ ବ୍ୟକ୍ତିବିଶେଷଙ୍କ ସହଯୋଗ ତାଙ୍କୁ ଭଲ ଲାଗିଛି ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe