ପୁରୀ: ଶ୍ରୀମନ୍ଦିରରେ ପଶିଗଲେ ଜଣେ ଅଣହିନ୍ଦୁ। ସଂପୃକ୍ତ ଅଣହିନ୍ଦୁ ହେଉଛନ୍ତି ଜଣେ ବିଦେଶିନୀ ଓ ଇସ୍କନ ଧର୍ମାବଲମ୍ବୀ। ଆଜି ଅପରାହ୍ଣ ପ୍ରାୟ ୧ଟା ସମୟରେ ଏହି ଘଟଣା ଘଟିଛି। ସଂପୃକ୍ତ ବିଦେଶିନୀ ଶ୍ରୀମନ୍ଦିରର କଡ଼ା ସୁରକ୍ଷା ବଳୟ ଭେଦ କରି ସାତପାହାଚ ନିକଟରେ ପହଞ୍ଚିବା ପରେ ପୁଲିସ ତାଙ୍କୁ ଶ୍ରୀମନ୍ଦିର ବାହାରେ ଆଣି ଛାଡ଼ିଛି। ଏହା ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିଦେଶିନୀ ଜଣକ ଶ୍ରୀମନ୍ଦିରରୁ ଭୋଗ ନେଇ ଫେରିଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ସଂପୃକ୍ତ ମହିଳା ଅଜାଣତରେ ପଶିଯାଇଥିଲେ କି ଜାଣିଶୁଣି ତାଙ୍କୁ ଶ୍ରୀମନ୍ଦିରରେ ଭର୍ତ୍ତି କରାଯାଇଥିଲା, ତାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଜନୈକ ସେବାୟତଙ୍କ କହିବା ମୁତାବକ, ସଂପୃକ୍ତ ବିଦେଶିନୀ କେଉଁ ଦ୍ବାର ଦେଇ ପଶିଲେ, ତାହା ଜଣାପଡ଼ିନି। କିନ୍ତୁ ସାତପାହାଚ ନିକଟରେ କିଛି ସେବାୟତ ମହିଳାଙ୍କୁ ଚିହ୍ନଟ କରି ପୁଲିସକୁ ଖବର ଦେଇଥିଲେ। ପରେ ସିଂହଦ୍ବାର ଦେଇ ତାଙ୍କୁ ଆଣି ବାହାରେ ଛଡ଼ାଯାଇଛି। ଶ୍ରୀମନ୍ଦିର ସିଂହଦ୍ବାରରେ ଜେଟିପିଙ୍କ ସହ ଜିଲ୍ଲା ପୁଲିସ ବି ରହୁଛନ୍ତି। ଓଏସ୍ଏପି ବି ରହୁଛନ୍ତି। ଏହାସତ୍ତ୍ବେ ବିଦେଶିନୀ ଜଣକ ଏତେ ବାଟ ଚାଲିଯିବା ସୁରକ୍ଷା ବ୍ୟବସ୍ଥାକୁ ଉପହାସ କରୁଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us