ବିଦେଶୀଙ୍କ ରାସନ କାର୍ଡ କଟିବ: ଚିହ୍ନଟ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଓଡ଼ିଶାରେ ପାକିସ୍ଥାନୀ, ବାଲାଂଦେଶୀ,ମିଆଁମାରର ନାଗରିକ ବସବାସ କରିବା ସହିତ ରାସନ କାର୍ଡ ହାତେଇଛନ୍ତି । ସେମାନଙ୍କର ଭୋଟର କାର୍ଡ ଏବଂ ଆଧାର କାର୍ଡ ମଧ୍ୟ ରହିଛି। ସେମାନଙ୍କୁ ଖୁବଶୀଘ୍ର ଚିହ୍ନଟ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ...

Foreigners' ration cards will be cut: District Collector instructed to identify them

Foreigners' ration cards will be cut: District Collector instructed to identify them Photograph: (sambad.in)

ଭୁବନେଶ୍ବର: ଓଡ଼ିଶାରେ ପାକିସ୍ଥାନୀ, ବାଲାଂଦେଶୀ,ମିଆଁମାରର ନାଗରିକ ବସବାସ କରିବା ସହିତ ରାସନ କାର୍ଡ ହାତେଇଛନ୍ତି । ସେମାନଙ୍କର ଭୋଟର କାର୍ଡ  ଏବଂ ଆଧାର କାର୍ଡ ମଧ୍ୟ ରହିଛି। ସେମାନଙ୍କୁ ଖୁବଶୀଘ୍ର ଚିହ୍ନଟ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏସବୁ ବିଦେଶୀ ନାଗରିକଙ୍କ ରାସନ କାର୍ଡ କଟାଯିବ।

ରାସନ କାର୍ଡ ପାଇଥିବା ବିଦେଶୀଙ୍କୁ ଚିହ୍ନଟ କରିବା ପାଇଁ ସରକାର ନିର୍ଦ୍ଦେଶ ଜାରି ହୋଇଛି। ସମସ୍ତ ଜିଲ୍ଲାପାଳଙ୍କୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ସେମାନଙ୍କୁ ଚିହ୍ନଟ କରି ରାସନ କାର୍ଡ ତାଲିକାରୁ ନାମ କାଟିବାକୁ ସରକାରଙ୍କ ପକ୍ଷରୁ କଡ଼ା ନିର୍ଦ୍ଦେଶ ଜାରି ହୋଇଛି। 

ଅଧିକ ପଢ଼ନ୍ତୁ: ସାନ ଭାଇ ସହବାଜ ସରିଫଙ୍କୁ ବୁଝାଇଲେ ବଡ଼ ଭାଇ ନୱାଜ୍ ସରିଫ- କହିଲେ, ଭାରତ ସହ ଲାଗିବା ଭାରି ପଡିବ...

ଏସବୁ ବିଦେଶୀ ସୁଯୋଗ ଦେଖି ଓଡିଶାରେ ଅନୁପ୍ରବେଶ କରି ସମସ୍ତ ସରକାର ସୁବିଧା ହାସଲ କରିଛନ୍ତି। ସେମାନଙ୍କୁ ଚିହ୍ନଟ କରି ସେମାନଙ୍କର ରାସନ କାର୍ଡ କଟିବାପରେ ପ୍ରକୃତ ରାସନ କାର୍ଡ ହିତାଧିକାରୀଙ୍କ ସଂଖ୍ୟା ଜଣାପଡ଼ିବ ବୋଲି  କୁହାଯାଇଛି। ପ୍ରକ୍ରିୟା ସରିଲେ ସଂଖ୍ୟା ସାମ୍ନାକୁ ଆସିବ ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ପ୍ରଦାନ କରିଛନ୍ତି।

ଅଧିକ ପଢ଼ନ୍ତୁ: ଭିସୁଟ୍‌ରେ ଶହେ ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ: ୫ ଛାତ୍ରୀଙ୍କୁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ

 krushna chandra patra | ration card holder

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe