ଦଶପଲ୍ଲାରେ ଲୋପ ପାଉଛି ସବୁଜ ବନାନୀ : ଫାର୍ମ ହାଉସ୍‌ ପାଇଁ ଖୋର୍ଦ୍ଧା–ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ଶାଳଭଙ୍ଗା ଜଙ୍ଗଲରୁ ମାରି ଦିଆଯାଉଛି ମୂଲ୍ୟବାନ ଶାଳ ଗଛ

Advertisment
ଦଶପଲ୍ଲାରେ ଲୋପ ପାଉଛି ସବୁଜ ବନାନୀ : ଫାର୍ମ ହାଉସ୍‌ ପାଇଁ ଖୋର୍ଦ୍ଧା–ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ଶାଳଭଙ୍ଗା ଜଙ୍ଗଲରୁ ମାରି ଦିଆଯାଉଛି ମୂଲ୍ୟବାନ ଶାଳ ଗଛ

hindustantimes.com

ଦଶପଲ୍ଲା : ଯେଉଁ ସ୍ଥାନ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା, ତାହା ଆଜି ଧ୍ୱଂସ ପାଇବାକୁ ବସିଛି। ଲୋପ ପାଉଛି ସବୁଜ ବନାନୀ। ଫାର୍ମ ହାଉସ୍‌ ପାଇଁ ମୂଲ୍ୟବାନ ଶାଳ ଜଙ୍ଗଲ ଏବେ ଲୋପ ପାଇବ। ହେଲେ ସବୁଜାଣି ବନ ବିଭାଗ ଚୁପ୍ ହୋଇ ବସିଛି। ବନ ବିଭାଗ (ଟେରିଟୋରିଆଲ୍) ହେଉ କି ବନ୍ୟ ପ୍ରାଣୀ ବିଭାଗ ସବୁ ଦେଖି ନିରବଦ୍ରଷ୍ଟା ସାଜିଥିବା ବେଳେ ଦିନକୁ ଦିନ ଶହ ଶହ ସଂଖ୍ୟାରେ ଶାଳ ଗଛକୁ ମାରି ଦିଆଯାଉଛି। ଏଭଳି ଘଟଣା ଦେଖୁବାକୁ ମିଳିଛି ଖୋର୍ଦ୍ଧା–ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ଶାଳଭଙ୍ଗା ଜଙ୍ଗଲ ନିକଟସ୍ଥ ଦୁର୍ଗାପ୍ରସାଦ ଗ୍ରାମ ନିକଟରେ।

publive-image dailytimes.com.pk

ସୂଚନା ଅନୁଯାୟୀ, ରାସ୍ତା ପାର୍ଶ୍ବରେ ଥିବା ଏହି ଘଞ୍ଚ ଜଙ୍ଗଲ ଦିନକୁ ଦିନ ଶ୍ରୀହୀନ ହୋଇ ଚାଲିଛି। ଶହ ଶହ ସଂଖ୍ୟାରେ ମୂଲ୍ୟବାନ ଶାଳଗଛକୁ ମାରି ଦିଆଯାଉଛି। କେଉଁ ଗଛର ବଳ୍କଳ ଛଡ଼ାଯାଇ ମାରି ଦିଆଯାଉଛି ତ ପୁଣି ଆଉ କାହାକୁ ବିଭିନ୍ନ କେମିକାଲ୍ ଢାଳି ମାରି ଦିଆଯାଉଛି। ଦିନକୁ ଦିନ ଅନେକ ମୂଲ୍ୟବାନ ଗଛ ମରି ଚାଲିଥିବା ବେଳେ ଅନେକ ଗଛକୁ କାଟି ନିଆ ଯାଉଥିବା ଜଣାପଡ଼ିଛି। ତେବେ ଏ ସବୁ ସ୍ଥାନରେ କିଛି ବ୍ୟକ୍ତି ଫାର୍ମ ହାଉସ୍‌ କରିବା ପାଇଁ ଏଭଳି ମୂଲ୍ୟବାନ ଗଛଗୁଡ଼ିକୁ ଜାଣିଶୁଣି ମାରି ଚାଲିଥିବା ଅଭିଯୋଗ ଆସିଛି। ଏ ନେଇ ଦଶପଲ୍ଲା ବନାଞ୍ଚଳ ଅଧୀନ ବାଣିଗୋଚ୍ଛା ସେକ୍ସନ୍‌ର ବନପାଳ ଜଗନ୍ନାଥ ବେହେରାଙ୍କ କହିବା କଥା ହେଲା, ଏହି ସ୍ଥାନଟି ବନ୍ୟପ୍ରାଣୀ ବିଭାଗ ଅଧୀନରେ ଯାଉଥିବା ହେତୁ ଏଥିପ୍ରତି କେହି ଦୃଷ୍ଟି ଦେଉ ନାହାନ୍ତି। ବାଣିଗୋଚ୍ଛା ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ ସଂସାର ବଗିର୍ଆଙ୍କ କହିବା ଅନୁଯାୟୀ, ଏହି ସ୍ଥାନଟି ସମ୍ପୂର୍ଣ୍ଣ ଭାବେ ବନ ବିଭାଗ (ଟେରିଟୁରିଆଲ୍) ଅଧୀନରେ ଯାଉଛି। ସେମାନେ ଏହା ଉପରେ ଦୃଷ୍ଟି ଦେଉଥିବା କହିଛନ୍ତି।

publive-image png-asset.com

ଉଭୟ ବିଭାଗ ନିଜ ନିଜ ଉପରୁ ଦୋଷ ଛଡ଼ାଇ ଚାଲିଥିବା ବେଳେ ବହୁ ମୂଲ୍ୟବାନ ଜଙ୍ଗଲ ଦିନକୁ ଦିନ ଶ୍ରୀହୀନ ହେଉଥିବା ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଅଞ୍ଚଳବାସୀଙ୍କ ଅଭିଯୋଗ ହେଲା, ଏହି ସ୍ଥାନଟି ଯଦି କୈାଣସି ବ୍ୟକ୍ତିଙ୍କ ନାମରେ ରେକର୍ଡ ପଟା ରହିଛି ତେବେ ଏହାକୁ କାହିଁକି ଚିହ୍ନଟ କରାଯାଉ ନାହିଁ ଏବଂ ବନ ବିଭାଗଠାରୁ ଅନୁମତି ଦିଆ ନଯାଇ କିପରି ମୂଲ୍ୟବାନ ଗଛଗୁଡ଼ିକୁ ମାରି ଦିଆଯାଉଛି, ତାହା ଉପରେ ତଦନ୍ତ ହେବା ନିହାତି ଦରକାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe