Forest Department prosecutes absconding accused in timber theft case Photograph: (sambad.in)
କୋଲାବିରା:କୋଲାବିରା ବନ୍ୟାଞ୍ଚଳ ଅନ୍ତର୍ଗତ ବିଭିନ୍ନ ଜଙ୍ଗଲରୁ ଗଛ କାଟି କେଲଣ୍ଡାମାଲ ପଞ୍ଚାୟତ ସୁନାଝରିଆ ଅଞ୍ଚଳ କ୍ଷୀରସାଗର ନାୟକ ବେଆଇନ ଚାଲାଣ କରୁଥିଲେ । ବନ ବିଭାଗର ସ୍କାନରରେ ଥିବା ଏହି କାଠଚୋର ଗଛ କାଟି ଚୋରି କରୁଥିବାବେଳେ କୋଲାବିରା ଵନ ବିଭାଗ ପକ୍ଷରୁ ଚଢଉ କରାଯାଇଥିଲା। କୌଶଳ କ୍ରମେ ଏଥିରେ ସଂପୃକ୍ତ ଥିବା କ୍ଷୀରସାଗର ସେଠାରୁ ଫେରାର ହୋଇ ଯାଇଥିଲେ।
ବିଭାଗ ତରଫରୁ ଗଛ ଜବତ ସହ ଜୁନ୍ ୧୩ରେ କେସ ନଂ ୧୭ ରେ ଏକ ମାମଲା ରୁଜୁ କରାଯାଇଥିଲା। ସେହିଦିନ ଠାରୁ ବନ ବିଭାଗ ଅଭିଯୁକ୍ତଙ୍କୁ ଧରିବା ପାଇଁ ପ୍ରୟାସ ଜାରି ରଖିଥିଲା। ସୁନାଝରିଆ ଜଙ୍ଗଲ ଭିତରେ ଥିବା ଏକ ଫାର୍ମ ହାଉସରେ ଅଭିଯୁକ୍ତ ଲୁଚିଥିବା ଖବର ପାଇ ମଙ୍ଗଳବାର ସକାଳେ ରେଞ୍ଜର ଘାସିରାମ ବେଭାରଙ୍କ ନେତୃତ୍ବରେ ଏକ ଟିମ୍ ଚଢ଼ଉ କରି କ୍ଷୀରସାଗରଙ୍କୁ ଗିରଫ କରିଥିଲା।
ଏହି ଚଢ଼ଉ ସମୟରେ ଫରେଷ୍ଟର ଵୁଧୁରାମ ରୋହିଦାସ, ଫରେଷ୍ଟ ଗାର୍ଡ କନ୍ଦର୍ପ ସାହୁ, ମନୋଜ ରଞ୍ଜନ ପଟେଲ,ରଞନା ସରାଫ, କମଳିନୀ ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ। ଡାକ୍ତରୀ ମାଇନା ସହ ଅନ୍ୟାନ୍ୟ ଆନୁଷଙ୍ଗିକ କାଗଜ ପତ୍ର ପ୍ରସ୍ତୁତି ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ରେଞ୍ଜର ଘାସିରାମ ବେଭାର କହିଛନ୍ତି।
Jharsuguda | Crime
Follow Us