ସୁନ୍ଦରଗଡ଼: ଶୁକ୍ରବାର ସୁନ୍ଦରଗଡ଼ ସୁନ୍ଦରଗଡ଼ ବନାଞ୍ଚଳ ଅଧୀନସ୍ଥ ସାଲେପାଲି ସେକ୍ସନ ଘଣ୍ଟିବୁଡ଼ ବିଟ୍ ଚମ୍ପାପଡ଼ାରେ ବନ ବିଭାଗର ଏକ ଟିମ୍ ଚଢ଼ାଉ କରି ବିପୁଳ ପରିମାଣର ଶାଳ ଓ ଶାଗୁଆନ କାଠ ଜବତ କରିଛି। ଏହା ସହ ୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତମାନେ ହେଲେ ଝାରଖଣ୍ଡ ରାଜ୍ୟ ଗିରିଡି ଲଖନପୁରର ଇଲିୟାନ ଅନସାରୀ (୫୦), ସବୀର ଅନସାରୀ (୪୪), ମୁସ୍ତାବ ଅନସାରୀ (୩୦) ଓ ମହମ୍ମଦ ଆଲ୍ଲାଉଦ୍ଦିନ (୩୨)। ଜବତ କାଠର ପରିମାଣ ୩୦.୧୪ ସିଏଫଟି (୩୮ ଖଣ୍ଡ ପଟା)। ଅଭିଯୁକ୍ତମାନେ ନିୟମିତ ଭାବେ ଚମ୍ପାପଡ଼ାରେ କରତରେ କାଠ ପଟା କାଟୁଥିଲେ।
କୌଣସି ସୂତ୍ରରୁ ସୂଚନା ପାଇ ବନଖଣ୍ଡ ଅଧିକାରୀ ପ୍ରଦୀପ ମିରାସେ ଚଢ଼ାଇ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ବନାଞ୍ଚଳ ଅଧିକାରୀ ଅରୁଣ ବେହେରାଙ୍କ ନେତୃତ୍ବରେ ବନ ବିଭାଗର ଏକ ଟିମ୍ ଚଢ଼ାଉ କରି କାବୁ କରିଥିଲେ।
Follow Us