ବିଭିନ୍ନ ସ୍ଥାନରେ ବନ ବିଭାଗର ଚଢଉ: ବିପୁଳ ପରିମାଣର କାଠ ଜବତ

ବିଭିନ୍ନ ସ୍ଥାନରେ ବନ ବିଭାଗର ଚଢଉ: ବିପୁଳ ପରିମାଣର କାଠ ଜବତ

ମାଲକାନଗିରି: ମାଲକାନଗିରି ବନାଞ୍ଚଳ ବିଶେଷ ସୂତ୍ରରୁ ଖବର ପାଇଥିଲା ଯେ କୋରକୋଣ୍ଡା ବ୍ଲକର ଏମଭି-୨୩ ଗ୍ରାମର ଜଣକ ଘରେ ବିପୁଳ ପରିମାଣର କାଠ ଗଚ୍ଛିତ ହୋଇ ରହିଛି। ତୁରନ୍ତ ବନାଞ୍ଚଳ ଅଧିକାରୀ ଜଗନ୍ନାଥ ବିଷୋୟୀଙ୍କ ନିର୍ଦେଶକ୍ରମେ ମାଜିଷ୍ଟ୍ରେଟ ରଖେଲ ଚନ୍ଦ୍ର ପରିଡାଙ୍କ ଉପସ୍ଥିତିରେ କୋରକୋଣ୍ଡା ବନପାଳ ରାଜେଶ ସେଠୀ ନିଜର ଏକ ଟିମକୁ ନେଇ ଚଢାଉ କରିଥିଲେ। ଏମଭି-୨୩ ଗ୍ରାମର ଗୌର ବାଛାରଙ୍କ ଘରେ ଚଢାଉପରେ ତାଂକ ଘରୁ ପ୍ରାୟ ୯୩ ଖଣ୍ଡ କାଠ ଜବତ କରାଯାଇଥିଲା, ଯାହା ୪୪.୩୬ ଘନଫୁଟ ହେବ ବୋଲି ବନ ବିଭାଗ କହିଛି। ଜବତ ହୋଇଥିବା କାଠର ମୂଲ୍ୟ ଦେଢ ଲକ୍ଷ ଟଂକା ହେବ।

ପ୍ରକାଶ ଥାଉକି ଗୌର ବାଛାର ପୂର୍ବରୁ ମଧ୍ୟ ଏଭଳି ବନ ବିଭାଗର ଚୋରା କାଠ ଚାଲାଣରେ ଜେଲ ଭୋଗି ସାରିଛି। ସେ ବେଆଇନ ଭାବେ କରତ କଳ ଚଲାଇବା ଏବଂ ବିଭିନ୍ନ କାଠ ସାମଗ୍ରୀ ନିର୍ମିତ କରି ଚୋରାରେ ବିକ୍ରି କରୁଥିଲା। ଏନେଇ ସେ କୌଣସି ବୈଧ କାଗଜ ପତ୍ର ବନ ବିଭାଗର ଅଧିକାରୀଙ୍କୁ ଦେଖାଇ ପାରିନଥିଲେ। ତେଣୁ ଗୌର ବାଛାରଙ୍କୁ ବନ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଥିବା କୁହାଯାଇଛି। ଏହି ଚଢଉରେ ବନାଞ୍ଚଳ ଅଧିକାରୀ ଜଗନ୍ନାଥ ବିଷୋୟୀ, ବନପାଳ ଦେବାଶିଷ ପ୍ରଧାନ, ହୃଷିକେଶ ପାଣିଗ୍ରାହୀ, ସଂତୋଷ ଦେ ମସେତ ବନରକ୍ଷୀମାନେ ଅଂଶଗ୍ରହଣ କରିଥିଲେ।

publive-image

ସେହିପିରି ଗତକାଲି ରାତି ପ୍ରାୟ ସାଢେ ଏଗାରଟା ସମୟରେ ପ୍ରଧାନୀଗୁଡା ଛକ ନିକଟରେ ବନ ବିଭାଗର କର୍ମଚାରୀ ପେଟ୍ରୋଲିଂ କରୁଥିବା ବେଳେ ଏକ ମାରୁତି ଓମିନି ଗାଡି ଦ୍ରୁତ ଗତିରେ ଆସୁଥିବା ବନ ବିଭାଗର କର୍ମଚାରୀ ଦେଖିବା ପରେ ତାକୁ ଅଟକାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ଗାଡି ଦ୍ରୁତ ଗତିରେ ଚାଲିଯାଇଥିଲା। ଅନ୍ୟ ଏକ ଟିମ ମାଉଲିମା ଛକରେ ଜଗି ରହିଥିବାରୁ ସେମାନେ ଏହି ଗାଡିକୁ ଅଟକାଇ ଥିଲେ। ବନ ବିଭାଗର କର୍ମଚାରୀ ଗାଡିଟିକୁ ଯାଞ୍ଚ କରିବା ପରେ ସେଥିରେ ଗୋଟିଏ ଅର୍ଦ୍ଧନିର୍ମିତ ଖଟ ଏବଂ ୫ଟି ସାଗୁଆନ ପଟା ଥିବା ଦେଖିବାକୁ ପାଇଥିଲେ। ଏହି ତଦନ୍ତରେ ଗାଡି ମାଲିକ ସହ ଅନ୍ୟ ଚାରି ଜଣ ବ୍ୟକ୍ତି ଖଟ ଏବଂ ପଟ୍ଟାକୁ ଚାଲାଣ କରୁଥିବା ଜଣାପଡିଥିଲା। ଏମାନେ ଛତିଶଗଡରୁ ଖଟ ଏବଂ ଶାଗୁଆନ ପଟା ଆଣି ମାଲକାନଗିରିର ଜନୈକ ବ୍ୟକ୍ତିଙ୍କ ଘରକୁ ନେଉଥିଲେ।

ପୂର୍ବରୁ ମଧ୍ୟ ଏଭଲି ଅନେକ ଥର ଏମାନେ ଛତିଶଗଡର ବଡବୁରୁଦି ଅଂଚଳରୁ ଖଟ ଏବଂ ଶାଗୁଆନ ପଟା ଆଣି ମାଲକାନଗିରି ଅଂଚଳରେ ବିକ୍ରି କରିଛନ୍ତି।ଗାଡି ସହ ସଂପୃକ୍ତ ବ୍ୟକ୍ତିମାନଙ୍କୁ ଅଟକ ରଖି ପଚରା ଉଚରା କରାଯାଉଥିବା ବନ ବିଭାଗ କହିଛି। ଜବତ କରାଯାଇଥିବା କାଠର ମୂଲ୍ୟ ୨୦ ହଜାର ଟଂକା ହେବ ବୋଲି ଜଣାପଡିଛି। ଏହି ଚଢଉରେ ରେଂଜର ଜଗନ୍ନାଥ ବିଷୋୟୀଙ୍କ ସମେତ ବନପାଳ ଦେବାଶିଷ ପ୍ରଧାନ, ବନପାଳ ରମେଶ ଚନ୍ଦ୍ର ରାଉତ, ବନରକ୍ଷୀ ପି.ସଂତୋଷ କୁମାର, ରବିନାରାୟଣ ଖଣ୍ଡୁଆଳ, ଗୋବିନ୍ଦ ମାଳି, ବୃନ୍ଦାବନ ଫାଲାମ, ମନୁ ହନ୍ତାଳ, ମଧୁ ପାଙ୍ଗି ପ୍ରମୁଖ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe