ବେଆଇନ କରତକଳରେ ବନ ବିଭାଗର ଚଢ଼ଉ

Advertisment

ସୋର ଥାନା ଅଧିନ ଇଲାମପଦା ଓ ଜଗନ୍ନାଥପୁରରେ ଦୀର୍ଘଦିନ ଧରି ଚାଲିଥିବା ବେଆଇନ କରତକଳ ଉପରେ ବନ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି। ସୂଚନା ଅନୁସାରେ ଦୀର୍ଘଦିନ ଧରି ଚାଲିଥିବା ଏହି ବେଆଇନ କରତକଳ ଉପରେ ଗୁରୁବାର ଚଢ଼ଉ ହୋଇଛି...

ସୋର ଥାନା ଅଧିନ ଇଲାମପଦା ଓ ଜଗନ୍ନାଥପୁରରେ ଦୀର୍ଘଦିନ ଧରି ଚାଲିଥିବା ବେଆଇନ କରତକଳ ଉପରେ ବନ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି। ସୂଚନା ଅନୁସାରେ ଦୀର୍ଘଦିନ ଧରି ଚାଲିଥିବା ଏହି ବେଆଇନ କରତକଳ ଉପରେ ଗୁରୁବାର ଚଢ଼ଉ ହୋଇଛି...

Forest department raids illegal logging

Forest department raids illegal logging

ସୋର: ସୋର ଥାନା ଅଧିନ ଇଲାମପଦା ଓ ଜଗନ୍ନାଥପୁରରେ ଦୀର୍ଘଦିନ ଧରି ଚାଲିଥିବା ବେଆଇନ କରତକଳ ଉପରେ ବନ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି। ସୂଚନା ଅନୁସାରେ ଦୀର୍ଘଦିନ ଧରି ଚାଲିଥିବା ଏହି ବେଆଇନ କରତକଳ ଉପରେ ଗୁରୁବାର ଭୋର ସମୟରେ ଚଢ଼ଉ ହୋଇଛି।

ବାଲେଶ୍ୱର ଏସିଏଫ ସୁବ୍ରତ କୁମାର ବେହେରାଙ୍କ ନେତୃତ୍ୱରେ କୂଳଡିହା ବନ ଅଧିକାରୀ ଓ  କର୍ମଚାରୀମାନେ ଚଢ଼ଉ କରଥିଲେ।

ଏହି ସମୟରେ କରତକଳର ମାଲିକ ଓ କର୍ମଚାରୀମାନେ ଫେରାର ହୋଇଯାଇଥିବା ବେଳେ ୨୦ ଲକ୍ଷରୁ ଅଧିକ ଟଙ୍କାର ଦାମୀ କାଠ ଓ ଯନ୍ତ୍ରାଂଶ ଜବତ କରାଯାଇଥିଲା। ଏନେଇ ବନ ବିଭାଗ ପକ୍ଷରୁ ମାମଲା ରୁଜୁ କରାଯାଇ ଘଟଣାର ଅଧିକ ତଦନ୍ତ ଆରମ୍ଭ କରାଯାଇଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe