ବିଛାଖଣ୍ଡି ପାହାଡ଼ରେ ବନ ବିଭାଗର ଚଢ଼ଉ, ୧୪୪ ଧାରାକୁ ମାଫିଆଙ୍କ ‌ବେଖାତିର

ବିଛାଖଣ୍ଡି ପାହାଡ଼ରେ ବନ ବିଭାଗର ଚଢ଼ଉ, ୧୪୪ ଧାରାକୁ ମାଫିଆଙ୍କ ‌ବେଖାତିର

କବାଟବନ୍ଧ : ଧର୍ମଶାଳା ତହସିଲ ଅନ୍ତର୍ଗତ ବିଛାଖଣ୍ତି ପାହାଡ଼ର କଳାପଥର ଖାଦାନ ଉପରେ ଆଜି ପୂର୍ବାହ୍ନରେ ବନ ବିଭାଗ ପକ୍ଷରୁ ଚଢ଼ଉ କରି ଜ୍ୟାକ୍ ସମେତ ଡ୍ରିଲିଂ ରଡ୍ ଜବତ କରାଯାଇଛି। ଚଢ଼ଉ ଖବର ପାଇ ବେଆଇନ ଖାଦାନରେ ଖନନ କରୁଥିବା କଂପ୍ରେସର ଓ ଅନ୍ୟାନ୍ୟ ମେସିନ୍ ତଥା ଗାଡ଼ିକୁ ପଥର ମାଫିଆମାନେ ନେଇଯାଇଥିଲେ। ବନ ବିଭାଗ ପକ୍ଷରୁ କେବଳ ଏକ ଜ୍ୟାକ୍ ଓ କିଛି ଡ୍ରିଲିଂରେ ବ୍ୟବହୃତ ରଡ୍ ଜବତ କରାଯାଇଥିଲା।

ଗତକାଲି ଏହି ପାହାଡ଼ରେ ୧୪୪ ଧାରା ଜାରି ହୋଇଥିବା ନେଇ ଜେନାପୁର ପୁଲିସ ପକ୍ଷରୁ ମାଇକ୍ ପ୍ରଚାର କରାଯାଇଥିଲେ ମଧ୍ୟ ଏହାର କୌଣସି ପ୍ରଭାବ ମାଫିଆଙ୍କ ଉପରେ ପଡ଼ିନଥିବା ସ୍ପଷ୍ଟ ହୋଇଛି। ବରଂ ବିସ୍ଫୋରଣ ଜାରି ରହିଥିଲା। ଆଜିର ଏହି ଚଢ଼ଉରେ ଗଡ଼ମଧୁପୁର ଫରେଷ୍ଟର ଏମଡି ସାକିର ହୁସେନଙ୍କ ସମେତ ସ୍କ୍ବାଡ୍‌ ସମ୍ବିତ ରାଉତ, ଶେଖ୍ ଜାଭିର, ରାଜକିଶୋର ଦାସ, ବିଜୟ ରାଉତ ଓ ଅମୂଲ୍ୟ ପ୍ରଧାନ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe