ଜନ୍ମ ହେବାର ୨ ମାସ ହେଲା ମା’କୁ ଅପେକ୍ଷା କରିଛି ଛୁଆ ଭାଲୁ, କଲଭର୍ଟରୁ ଉଦ୍ଧାର କଲା ବନ ବିଭାଗ

Advertisment
ଜନ୍ମ ହେବାର ୨ ମାସ ହେଲା ମା’କୁ ଅପେକ୍ଷା କରିଛି ଛୁଆ ଭାଲୁ, କଲଭର୍ଟରୁ ଉଦ୍ଧାର କଲା ବନ ବିଭାଗ

ନନ୍ଦାହାଣ୍ଡି: ନିଜ ଜନ୍ମ କଲା ୨ ମାସର ଛୁଆକୁ ଛାଡି କେଉଁ ଆଡେ ଚାଲିଯାଇଛି ମା’ ଭାଲୁ । ୨ ମାସ ହେଲା ଆଉ ଫେରି ନାହିଁ। ଅସୁସ୍ଥ ଭାଲୁ ଛୁଆକୁ କଲଭର୍ଟ ଭିତରୁ ଉଦ୍ଧାର କଲା ବନ ବିଭାଗ। ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଖୁଣ୍ଟିଆ ଗ୍ରାମ ମୁଖ୍ୟ ରାସ୍ତାରେ ଥିବା କଲଭର୍ଟ ମଧ୍ୟରୁ ଅସୁସ୍ଥ ଭାଲୁ ଛୁଆକୁ ଉଦ୍ଧାର କଲା ବନ ବିଭାଗ। ନନ୍ଦାହାଣ୍ଡି ବ୍ଲକ କାର୍ଯ୍ୟାଳୟ ସହ ନବରଙ୍ଗପୁର ମୁଖ୍ୟାଳୟକୁ ସଂଯୋଗ କରୁଥିବା ଏହି ରାସ୍ତାରେ ଥିବା କଲଭର୍ଟ ଭିତରେ ଦୀର୍ଘ ପ୍ରାୟ ଦୁଇ ମାସ ଧରି ଏକ ମା’ ଭାଲୁ ଛୁଆ ଜନ୍ମ ଦେଇଥିଲା ଏବଂ ନିଜେ ଛୁଆ ସହ କଲଭର୍ଟ ଭିତରେ ରହିଥିଲା। ଏହା ମୁଖ୍ୟ ରାସ୍ତା ହୋଇଥିବାରୁ ଜନଗହଳିପୂର୍ଣ୍ଣ ରହିଥିଲା ଏଣୁ କୌଣସି ଅଘଟଣ ଏଡାଇବା ପାଇଁ ଭାଲୁକୁ ସୁରକ୍ଷା ଦେବା ପାଇଁ ବନ ବିଭାଗ କର୍ମଚାରୀ ଦୀର୍ଘ ଦୁଇ ମାସ ଧରି ଦିନ ରାତି ୨୪ ଘଣ୍ଟା ସୁରକ୍ଷା ଯୋଗାଇଅସୁଥିଲେ।

ତେବେ ଭାଲୁ ଛୁଆ ବଡ଼ ହୋଇଯାଇଥିବାରୁ ଏବଂ ଏହା ଜନଗହଳିପୂର୍ଣ୍ଣ ରାସ୍ତା ହୋଇଥିବାରୁ ଭବିଷ୍ୟତ ରେ କୌଣସି ଅଘଟଣକୁ ଏଡ଼ାଇବା ପାଇଁ ଭାଲୁକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ବ୍ୟବସ୍ଥା କରିଥିଲେ। ସାଧାରଣତଃ ଛୁଆ କିଛି ଦିନରେ ବଡ଼ ହେଲେ ତାକୁ ନିଜ ସାଥିରେ ନେଇ ବଣକୁ ସୁରକ୍ଷିତ ସ୍ଥାନକୁ ଚାଲିଯାଏ । କିନ୍ତୁ ଏଠାରେ ତାହାର ବ୍ୟତିକ୍ରମ ଦେଖାଦେଇଥିଲା। ଛୁଆ ବଡ଼ ହେଲେ ମଧ୍ୟ ମା’ ଭାଲୁ ସାଥିରେ ଛୁଆକୁ ନେଉନଥିଲା । ତେଣୁ ବନ ବିଭାଗ ଭାଲୁକୁ ଯନ୍ତା ସାହାଯ୍ୟରେ ଉଦ୍ଧାର କରି ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଉଦ୍ୟମ କରିଥିଲେ। ଛୁଆ ଭାଲୁ ବାହାରେ ବୁଲୁ ଥିବା ବେଳେ କଲଭର୍ଟ ଭିତରେ ଥିବା ମା’ ଭାଲୁ ଥିବା ସନ୍ଦେହ କରି ତାକୁ ଧରିବା ପାଇଁ ବନ ବିଭାଗକୁ ଅନେକ କସରତ କରିବାକୁ ପଡିଥିଲା ।

ବନ ବିଭାଗ ଟିମ ଗତକାଲି ଦିନ ଦ୍ବିପହରରୁ ମା’ ଭାଲୁକୁ ଧରିବାକୁ ପାଇଁ କଲଭର୍ଟ ସମ୍ମୁଖରେ ଯନ୍ତା ପକାଇ ବସିଥିଲା । ତଥାପିବି କଲଭର୍ଟ ଭିତରୁ ଭାଲୁ ନ ବହାରିବାରୁ ତାକୁ ଯନ୍ତା ଭିତରେ ତା ପସନ୍ଦ ର ଖାଇବାକୁ ଦେଇ ଥିଲେ ଅନେକ କସରତ ପରେ ମଧ୍ୟ ମା’ ଭାଲୁକୁ ଯନ୍ତାକୁ ଆସିନଥିଲା । କିନ୍ତୁ ବାହାରେ ବୁଲୁ ଥିବା ଛୁଆ ଭାଲୁ କଲଭର୍ଟ ଭିତରକୁ ଯାଇଥିଲା । ରାତି ସାରା ବନ ବିଭାଗ ଟିମ ସେହି କଲଭର୍ଟ ନିକଟରେ ଯନ୍ତା ପକାଇ ଅପେକ୍ଷା କରିଥିଲା ।

ତେବେ ସକାଳ ପର୍ଯ୍ୟନ୍ତ ଭାଲୁ ବାହାରକୁ ନ ବହାରିବାରୁ କଲଭର୍ଟ ଭିତରେ ମା’ ଭାଲୁ ନ ଥିବା ସନ୍ଦେହ କରି ବନ ବିଭାଗର ବନ୍ୟଜନ୍ତୁ ଉଦ୍ଧାର କାରି ଟିମ ମା’ ଭାଲୁର ଗତିବିଧି ଯାଞ୍ଚ ପାଇଁ କଲଭର୍ଟ ଭିତରକୁ ପଶି ଥିଲେ କିନ୍ତୁ କଲଭର୍ଟ ଭିତରେ ମା ଭାଲୁ ନ ଥିବା ବେଳେ ଛୁଆ ଭାଲୁ ଶୋଇ ରହିଥିଲା। ବାଧ୍ୟ ହୋଇ ଖାଦ୍ୟ ନ ଖାଇ ଦୁର୍ବଳ ହୋଇପଡିଥିବା ଛୁଆ ଭାଲୁର ସୁରକ୍ଷା ଦୃଷ୍ଟିରୁ କଲଭର୍ଟ ଭିତରୁ ଛୁଆ ଭାଲୁକୁ ବନ ବିଭାଗ କର୍ମଚାରୀ ମାନେ ସାଙ୍ଗରେ ନେଇଯାଇଥିଲେ ଏବଂ ଛୁଆ ଭାଲୁକୁ ଅଜ୍ଞାତ ସ୍ଥାନରେ ରଖି ତାକୁ ଖାଦ୍ୟ ଦେବାର ବ୍ୟବସ୍ଥା କରାଯାଉଛି । ମା’ ଭାଲୁର ଗତିବିଧି ଉପରେ ନଜର ରଖାଯାଇଛି । ଯଦି ମା’ ଭାଲୁ ଫେରେ ଏବଂ ନିଜ ଛୁଆ କୁ ନ ପାଇ ହିଂସ୍ର ହେବାର ଆଶଙ୍କା କରି ତା ଉପରେ ତୀକ୍ଷାଣ ନଜର ରଖିଛି ବନ ବିଭାଗ । ତେବେ ମା’ ଭାଲୁ କେତୋଟି ଛୁଆ ଦେଇଥିଲା କାହା ପାଖରେ ଖବର ନାହିଁ । ଏନେଇ ବନ ବିଭାଗର ପ୍ରତିକ୍ରିୟା ମିଳିପାରିନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe