ସଲପଡିହ ଜଙ୍ଗଲରେ ମହାବଳ: ପାଦଚିହ୍ନରୁ ସ୍ପଷ୍ଟ କଲା ବନ ବିଭାଗ

ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ୍‌ ମୋରାମୋରୀ ପଞ୍ଚାୟତ ଅନ୍ତର୍ଗତ ସଲପଡିହ ଜଙ୍ଗଲରେ ମହାବଳ ଆତଙ୍କ ସ୍ଥାନୀୟ ଅଞ୍ଚଳରେ କୋକୁଆଭୟ ସୃଷ୍ଟି କରିଛି। ପାଦଚିହ୍ନରୁ ମହାବଳ ବାଘର ଉପସ୍ଥିତି ବନ ବିଭାଗ ସ୍ପଷ୍ଟ କରିବା ପରେ ଏହା ଉପରେ ନଜର ରଖିବାକୁ ଡ୍ରୋନ୍‌ କ୍ୟାମେରା ବ୍ୟବହାର କରାଯାଉଛି।

ଅଦ୍ୟତନ ହୋଇଛି
gdgjdgjdgj

ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ୍‌ ମୋରାମୋରୀ ପଞ୍ଚାୟତ ଅନ୍ତର୍ଗତ ସଲପଡିହ ଜଙ୍ଗଲରେ ମହାବଳ ଆତଙ୍କ ସ୍ଥାନୀୟ ଅଞ୍ଚଳରେ କୋକୁଆଭୟ ସୃଷ୍ଟି କରିଛି। ପାଦଚିହ୍ନରୁ ମହାବଳ ବାଘର ଉପସ୍ଥିତି ବନ ବିଭାଗ ସ୍ପଷ୍ଟ କରିବା ପରେ ଏହା ଉପରେ ନଜର ରଖିବାକୁ ଡ୍ରୋନ୍‌ କ୍ୟାମେରା ବ୍ୟବହାର କରାଯାଉଛି।

୨୦ ତାରିଖ ମଧ୍ୟରାତ୍ରରେ ମହାବଳ ସଲପଡିହ ଜଙ୍ଗଲ ସଂଲଗ୍ନ ଅଞ୍ଚଳରେ ଏକ ଷଣ୍ଢକୁ ମାରି ଖାଇଥିଲା। ସୂଚନା ଅନୁସାରେ, ଷଣ୍ଢଟି ରାତି ୯ଟାରେ ସଲପଡିହ ଝୋଲାସାହି ପାଣ୍ଡବାଶୁଣି ମନ୍ଦିର ପାଖରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ତାକୁ ଘୋଷାଡ଼ି ନେଇଥିଲା ମହାବଳ। ଆଜି ସକାଳେ ହରିଜନସାହି ମଙ୍ଗଳା ମନ୍ଦିରଠାରୁ ଅନତି ଦୂର ଜୟକୃଷ୍ଣ ସ୍ବାଇଁଙ୍କ ବିଲରେ ଷଣ୍ଢର ମୃତଦେହ ପଡ଼ିଥିବା ବେଳେ ତାର ଶରୀରର କିଛି ଅଂଶକୁ ମହାବଳ ଖାଇଯାଇଥିବା ଦେଖାଯାଇଥିଲା। ଗାଁ ଲୋକଙ୍କଠାରୁ ଖବର ପାଇବା ପରେ ବନ ବିଭାଗ ଅଧିକାରୀ, କର୍ମଚାରୀ ସେଠାରେ ପହଞ୍ଚି ବାଘ ଉପସ୍ଥିତି ନେଇ ଅନୁଧ୍ୟାନ କରିଥିଲେ।

ଘଟଣାସ୍ଥଳରୁ କାଦୁଅ ଓ ବିଭିନ୍ନ ସ୍ଥାନରେ ସଂଗୃହୀତ ପାଦଚିହ୍ନରୁ ଏହା ମହାବଳ ବାଘ ବୋଲି ସ୍ପଷ୍ଟ ହୋଇଛି। ସଲପଡ଼ିହ ଜଙ୍ଗଲରେ ମହାବଳ ବାଘର ଅବସ୍ଥିତି ଠଉରାଇବା ପାଇଁ ଡ୍ରୋନ୍‌ କ୍ୟାମେରାର ସହାୟତା ନିଆଯିବା ସହିତ ଛାନ୍‌ଭିନ୍ ଚାଲିଥିବା ଟାଙ୍ଗୀ ଏସିଏଫ୍‌ ଦେବାଶିଷ ଭୋଇ ଓ ନାଚୁଣୀ ଫରେଷ୍ଟର ପୂର୍ଣ୍ଣଚନ୍ଦ୍ର ବେହେରା କହିଛନ୍ତି। ସେପଟେ ମହାବଳକୁ ନେଇ ଆଖପାଖ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ସଲପଡ଼ିହ ଓ ଶୁଳିଆ ଜଙ୍ଗଲ ଅଞ୍ଚଳକୁ ଯିବାବେଳେ ଏକୁଟିଆ ନଯିବା ତଥା ଆବଶ୍ୟକ ସତର୍କତା ଅବଲମ୍ବନ ପାଇଁ ବନ ବିଭାଗ ପକ୍ଷରୁ ସତର୍କ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe