ଜଙ୍ଗଲ ଧ୍ବଂସ, ତତଲା ତାୱାରେ କେନ୍ଦୁଝର

Advertisment
ଜଙ୍ଗଲ ଧ୍ବଂସ, ତତଲା ତାୱାରେ କେନ୍ଦୁଝର

IAS Gyan

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ନିଜର ପ୍ରାକୃତିକ ଜଙ୍ଗଲ ପାଇଁ ପ୍ରସିଦ୍ଧ। କିନ୍ତୁ ଜଙ୍ଗଲ ଧ୍ବଂସ କାରଣରୁ ଏବେ ପ୍ରକୃତି କୋପର ଶିକାର ହେଉଛି କେନ୍ଦୁଝର। ଫଳରେ ଏପ୍ରିଲ ମାସର ଦ୍ବିତୀୟ ସପ୍ତାହରେ କେନ୍ଦୁଝରରେ ତାପମାତ୍ରା ୪୦ ଡିଗ୍ରି ଡେଇଁଛି।  ଏବେ ତତଲା ତାୱାରେ ସମଗ୍ର କେନ୍ଦୁଝର ସିଝୁଛି।

ଜିଲ୍ଲାରେ ଗତ କିଛି ବର୍ଷ ଧରି ଯଦିଓ ତାପାମାତ୍ରା ଅହେତୁକ ଭାବେ ବୃଦ୍ଧି ପାଉଛି, ମାତ୍ର ଚଳିତ ବର୍ଷ ଏହି ରେକର୍ଡ ଭାଙ୍ଗିଛି। ପାଣିପାଗ ବିଭାଗର ମିଳିଥିବା ସୂଚନା ଅନୁସାରେ, ଗତ ୯ ତାରରିଖର କେନ୍ଦୁଝର ତାପମାତ୍ର ୩୭.୮ ଡିଗ୍ରି ଥିବା ବେଳେ ୧୦ ତାରିଖରେ ଏହା ୩୯ ଡିଗ୍ରି, ୧୧ ତାରିଖରେ ୩୯.୮ ଡିଗ୍ରି ତାପମାତ୍ରା ରହିଥିଲା। ସେହିପରି ୧୨ ତାରିଖରେ ୩୯.୬ ଡିଗ୍ରି ତାପମାତ୍ରା ଥିବା ବେଳେ ୧୩ ତାରିଖରେ ୩୮.୮ ଡିଗ୍ରି ତାପମାତ୍ରା, ୧୪ ତାରିଖରେ ୩୬.୨ ଡିଗ୍ରି ତାପମାତ୍ରା ଏବଂ ୧୫ ତାରିଖରେ ୪୦.୩ ଡିଗ୍ରି ତାପମାତ୍ରା ରହିଛି। ଅର୍ଥାତ ଏପ୍ରିଲ ୧୫ ତାରିଖରେ କେନ୍ଦୁଝର ଜିଲ୍ଲାରେ ତାପମାତ୍ର ୪୦ ଡିଗ୍ରି ଡେଇଁଛି।

ସାଧାରଣତଃ କେନ୍ଦୁଝର ଜିଲ୍ଲ‌ାରେ କିଛି ବର୍ଷ ପୂର୍ବରୁ ଖରାଦିନେ ମଧ୍ୟ ରାତିରେ ଶୋଇଲା ବେଳେ ଘୋଡେଇ ହେବାକୁ ବେଡ୍‌ସିଟ୍‌ ‌ଆବଶ୍ୟକ ପଡିଥାଏ। କିନ୍ତୁ ସମୟ ବଦଳିଛି। ଖଣି ଖାଦାନର ବ୍ୟାପକ ଖନନ ଯୋଗୁ ବହୁଳ ପରିମାଣର ବୃକ୍ଷ ନଷ୍ଟ ଯୋଗୁ ଏଭଳି ଅବସ୍ଥା ଉପୁଜିଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe