ଶିମିଳିପାଳ ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ବନ କର୍ମଚାରୀଙ୍କ ଆକସ୍ମିକ ମୃତ୍ୟୁ

Advertisment

ଜୋର ଧରିଲା ଉପନିର୍ଦ୍ଦେଶକ ଯଜ୍ଞଦତ୍ତ ପତିଙ୍କ ବହିଷ୍କାର ଦାବି, କାର୍ଯ୍ୟାଳୟରେ ତାଲା ପକାଇଲା ସଂଗଠନ

ଜୋର ଧରିଲା ଉପନିର୍ଦ୍ଦେଶକ ଯଜ୍ଞଦତ୍ତ ପତିଙ୍କ ବହିଷ୍କାର ଦାବି, କାର୍ଯ୍ୟାଳୟରେ ତାଲା ପକାଇଲା ସଂଗଠନ

ଶିମିଳିପାଳ ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ବନ କର୍ମଚାରୀଙ୍କ ଆକସ୍ମିକ ମୃତ୍ୟୁ

ବାରିପଦା: ଶିମିଳିପାଳ ଅଭୟାରଣ୍ୟର ବରେହିପାଣି ରେଞ୍ଜର ତୁଳସୀବଣି ଫାଟକ ନିକଟ ଚାଡ଼ିରିପାହାଡ଼ଠାରେ ଗତକାଲି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ଥିବା ଅସ୍ଥାୟୀ ବନକର୍ମଚାରୀ(ସବୁଜ ବାହିନୀ ସଦସ୍ୟ) ବୀରକିଶୋର ସିଂ’ଙ୍କ ମୃତ୍ୟୁ ଘଟଣାରେ ‌ତେଜିଛି ଅସନ୍ତୋଷ। ଶ୍ରୀ ସିଂଙ୍କୁ ଏକ ଗଛ ମୂଳରୁ ସଜ୍ଞାହୀନ ଅବସ୍ଥାରେ ସହକର୍ମୀମାନେ ଉଦ୍ଧାର କରି ଯଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ବୀର କିଶୋରଙ୍କ ଏହି ମୃତ୍ୟୁ ପାଇଁ ବନ ବିଭାଗର ପରିଚାଳନାଗତ ଅପାରଗତାକୁ ଦାୟୀ କରିଛନ୍ତି ଭଞ୍ଜସେନା ।

ବନ ବିଭାଗର ପରିଚାଳନାଗତ ତ୍ରୁଟି କାରଣରୁ କର୍ମଚାରୀଙ୍କ ଜୀବନ ଯାଇଥିବାରୁ ତାଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ତୁରନ୍ତ ପ୍ରଦାନ ଦାବି ହୋଇଛି। ଏଥିସହିତ ବାରିପଦାସ୍ଥିତ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କାର୍ଯ୍ୟାଳୟର ଉପନିର୍ଦ୍ଦେଶକ ଯଜ୍ଞଦତ୍ତ ପତିଙ୍କୁ ଚାକିରୀରୁ ବହିଷ୍କାର ଦାବି କରିଛି ସଂଗଠନ। ବିଭିନ୍ନ ବିବାଦରେ ଛନ୍ଦି ହୋଇପଡ଼ିଥିବା ଶ୍ରୀ ପତିଙ୍କ ବହିଷ୍କାର ଏବଂ ମୃତ କର୍ମଚାରୀଙ୍କ ପରିବାରକୁ କ୍ଷତିପୂରଣ ରାଶି ପ୍ରଦାନ ଦାବିରେ ଭଞ୍ଜସେନା ପକ୍ଷରୁ ସଭାପତି ପିଣ୍ଟୁ ମାଇତିଙ୍କ ନେତୃତ୍ୱରେ ଶତାଧିକ କର୍ମକର୍ତ୍ତା ଆଜି ପୂର୍ବାହ୍ନ ସାଢ଼େ ୯ରୁ ବାରିପଦା ସହରର ଭଞ୍ଜପୁରଠାରେ ଥିବା ଆଞ୍ଚଳିକ ବନ ମୁଖ୍ୟ ତଥା କ୍ଷେତ୍ର ନିର୍ଦ୍ଦେଶକ, ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କାର୍ଯ୍ୟାଳୟର ପ୍ରବେଶପଥ ଫାଟକରେ ତାଲା ପକାଇ ଘେରାଉ କରିଥିଲେ ।

ଏହି ଅବସରରେ କାର୍ଯ୍ୟକାରୀ ଅଧ୍ୟକ୍ଷ ତଥା ଯୁବ ନେତା ରାକେଶ ସିଂ, ଉପାଧ୍ୟକ୍ଷ ନିମାଇଁ ତ୍ରିପାଠୀ, ଯୁବ-ଛାତ୍ର ସଂଯୋଜକ ରାକେଶ ବେହେରା, ଆଦିବାସୀ ସେଲ ସଭାପତି ବାଜୁନ ହାଁସଦାଃ, ରାକେଶ ମହାନ୍ତି, ମାନସ ବେହେରା, ଜ୍ୟୋତିରଞ୍ଜନ ପୃଷ୍ଟି, ଏସକେ ରାଜା ଖାନ, ସୌମ୍ୟରଞ୍ଜନ ମିଶ୍ର, ବିଜୁ ସିଂ ପ୍ରମୁଖ ସାମିଲ ଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe