ବନାଗ୍ନିରେ ରୋକ୍‌

Advertisment
ବନାଗ୍ନିରେ ରୋକ୍‌

ଭୁବନେଶ୍ବର : ଦେଢ଼ ମାସ ପରେ ଜଙ୍ଗଲ ନିଆଁରେ ରୋକ୍‌ ଲାଗିଛି। ଚଳିତମାସରେ ପ୍ରଥମ ଥର ଲାଗି ଆଜି ରାଜ୍ୟର କୌଣସି ବି ସ୍ଥାନରେ ବଡ଼ଧରଣର ବନାଗ୍ନି ଚିହ୍ନଟ ହୋଇନାହିଁ। ବର୍ଷା ଓ ମେଘୁଆ ପାଗ ପ୍ରଭାବରେ ପୂର୍ବରୁ ଲାଗିଥିବା ସମସ୍ତ ବଡ଼ଧରଣର ବନାଗ୍ନି ପ୍ରଶମିତ ହୋଇଛି।

ମଧ୍ୟାହ୍ନରେ ଫରେଷ୍ଟ ସର୍ଭେ ଅଫ୍‌ ଇଣ୍ଡିଆ(ଏଫ୍‌ଏସ୍‌ଆଇ)ର ରିପୋର୍ଟ ଅନୁଯାୟୀ ଆଜି ମାତ୍ର ୧୧ଟି ସ୍ଥାନରେ ଜଙ୍ଗଲ ନିଆଁ ରହିଛି। ସେଥିମଧ୍ୟରୁ ସମ୍ବଲପୁର ଜିଲ୍ଲାରେ ୫, ବରଗଡ଼ରେ ୩, ଝାରସୁଗୁଡ଼ା ଓ ସୋନପୁର, ଅନୁଗୁଳରେ ଗୋଟିଏ ଲେଖାଏଁ ଜଙ୍ଗଲରେ ନିଆଁ ରହିଛି। ସନ୍ଧ୍ୟା ସୁଦ୍ଧା ସେଥିମଧ୍ୟରୁ କିଛି ନିଆଁକୁ ଆୟତ୍ତ କରାଯାଇଥିବା ଜଣାପଡ଼ିଛି। ପଶ୍ଚିମା ଝଡ଼ର ପ୍ରଭାବ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଲାଗି ରହିବାକୁ ଥିବାରୁ ଜଙ୍ଗଲ ନିଆଁ ଆଉ ଦେଖିବାକୁ ମିଳିବ ନାହିଁ ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe