୩୩ କେଭି ତାର ଛିଡ଼ି ଜଙ୍ଗଲରେ ନିଆଁ, ଜଳୁଛି ଚିଲିକାର ବରହମ୍‌ପୁରା ଜଙ୍ଗଲ

୩୩ କେଭି ତାର ଛିଡ଼ି ଜଙ୍ଗଲରେ ନିଆଁ, ଜଳୁଛି ଚିଲିକାର ବରହମ୍‌ପୁରା ଜଙ୍ଗଲ

ବ୍ରହ୍ମଗିରି : କୃଷ୍ଣପ୍ରସାଦ ବ୍ଲକ୍‌ ଅନ୍ତର୍ଗତ ଚିଲିକା ଭିତରେ ଥିବା ବରହମ୍‌ପୁରା ଜଙ୍ଗଲରେ ଆଜି ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟିଛି। ବିଦ୍ୟୁତ୍‌ ତାର ଛିଡ଼ିପଡ଼ିବା ଫଳରେ ଏଭଳି ଅଗ୍ନିକାଣ୍ଡ ଘଟିଛି। ଏହି ଜଙ୍ଗଲ ଚିଲିକା ଭିତରେ ଥିବାରୁ ଅଗ୍ନିଶମ ଗାଡ଼ି ବି ଆଜି ବିଳମ୍ବିତ ରାତି ପର୍ଯ୍ୟନ୍ତ ଘଟଣାସ୍ଥଳରେ ପହଞ୍ଚିପାରିନି। ଫଳରେ ଜଙ୍ଗଲରେ ନିଆଁ ଅଣାୟତ୍ତ ହୋଇପଡ଼ିଛି। ପାଖରେ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ରାଜହଂସ ଥିବାବେଳେ ବରହମ୍‌ପୁରା ଜଙ୍ଗଲର ଏହି ନିଆଁ ରାଜହଂସ ଆଡ଼କୁ ମାଡ଼ିଯିବା ଆଶଙ୍କା ଦେଖାଦେଇଛି।

ଆଜି ସନ୍ଧ୍ୟା ପ୍ରାୟ ୬ଟାରେ ହଠାତ୍‌ ବରହମ୍‌ପୁରା ଜଙ୍ଗଲ ଦେଇ ଯାଇଥିବା ୩୩ କେଭି ବିଦ୍ୟୁତ୍‌ ତାର ଛିଡ଼ି ପଡ଼ିଥିଲା। ସଟ୍‌ସର୍କିଟ୍‌ ଯୋଗୁଁ ଜଙ୍ଗଲରେ ନିଆଁ ଲାଗି ଯାଇଥିଲା। ଗଛପତ୍ର ଶୁଷ୍କ ଥିବାରୁ ନିଆଁ ଚାରିଆଡ଼କୁ ବ୍ୟାପୁଛି। ଚିଲିକା ମଝିରେ ଥିବାରୁ କୃଷ୍ଣପ୍ରସାଦ କିମ୍ବା ବ୍ରହ୍ମଗିରିରୁ କୌଣସି ଅଗ୍ନିଶମ ଗାଡ଼ି ଏଠାରେ ପହଞ୍ଚିପାରିନି। ଯାହା କି ଘାତକ ସାବ୍ୟସ୍ତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe