ଦଶପଲ୍ଲାରେ ନିୟନ୍ତ୍ରଣକୁ ଆସୁନି ଜଙ୍ଗଲ ନିଆଁ: ଫାୟାର ଲାଇନ୍ ବି କାମ ଦେଉନି

Advertisment

ନୟାଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଜଙ୍ଗଲ ହୁତୁହୁତୁ ହୋଇ ଜଳୁଛି। ସ୍ଥାନୀୟ ଲୋକଙ୍କ ସହାୟତାରେ ବନ ବିଭାଗ କର୍ମଚାରୀ ବନାଗ୍ନି ଆୟତ୍ତ କରିବା ପାଇଁ ନାକେଦମ୍ ହେଉଛନ୍ତି। ଗ୍ରୀଷ୍ମ ଯେତିକି ବଢ଼ୁଛି ଜଙ୍ଗଲ ନିଆଁ ବନ ବିଭାଗ ପାଇଁ ସେତିକି ମୁଣ୍ଡବିନ୍ଧାର କାରଣ ହୋଇଛି।

ନୟାଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଜଙ୍ଗଲ ହୁତୁହୁତୁ ହୋଇ ଜଳୁଛି। ସ୍ଥାନୀୟ ଲୋକଙ୍କ ସହାୟତାରେ ବନ ବିଭାଗ କର୍ମଚାରୀ ବନାଗ୍ନି ଆୟତ୍ତ କରିବା ପାଇଁ ନାକେଦମ୍ ହେଉଛନ୍ତି। ଗ୍ରୀଷ୍ମ ଯେତିକି ବଢ଼ୁଛି ଜଙ୍ଗଲ ନିଆଁ ବନ ବିଭାଗ ପାଇଁ ସେତିକି ମୁଣ୍ଡବିନ୍ଧାର କାରଣ ହୋଇଛି।

dgdgcvfr

ନୟାଗଡ଼: ନୟାଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଜଙ୍ଗଲ ହୁତୁହୁତୁ ହୋଇ ଜଳୁଛି। ସ୍ଥାନୀୟ ଲୋକଙ୍କ ସହାୟତାରେ ବନ ବିଭାଗ କର୍ମଚାରୀ ବନାଗ୍ନି ଆୟତ୍ତ କରିବା ପାଇଁ ନାକେଦମ୍ ହେଉଛନ୍ତି। ଗ୍ରୀଷ୍ମ ଯେତିକି ବଢ଼ୁଛି ଜଙ୍ଗଲ ନିଆଁ ବନ ବିଭାଗ ପାଇଁ ସେତିକି ମୁଣ୍ଡବିନ୍ଧାର କାରଣ ହୋଇଛି। ସରକାରଙ୍କ ନିର୍ଦ୍ଦେଶ ମୁତାବକ ଚଳିତ ବର୍ଷ ଜଙ୍ଗଲରେ ୬୫୮ କିମି ଅଗ୍ନି ନିରୋଧକ ପଟି (ଫାୟାର ଲାଇନ୍) କରାଯାଇଛି। ତଥାପି ଏହି ଫାୟାର ଲାଇନ୍ ବନାଗ୍ନି ପ୍ରଶମିତ କରିବାରେ ସହାୟକ ହୋଇ ପାରୁନାହିଁ। ଯଦି ଏମିତି ଢଙ୍ଗରେ ଜଙ୍ଗଲ ଜଳେ, ତେବେ ଗ୍ରୀଷ୍ମ ଶେଷ ସୁଦ୍ଧା ନୟାଗଡ଼ର ଅନେକ ଜଙ୍ଗଲ ପୋଡ଼ି ପାଉଁଶ ହୋଇଯିବାର ଆଶଙ୍କା ଉପୁଜିଛି। ମିଳିଥିବା ସୂଚନା ମୁତାବକ, ନୟାଗଡ଼ ଜିଲ୍ଲାର ଦଶପଲ୍ଲା ବନାଞ୍ଚଳରେ  ଜଙ୍ଗଲ ଅହରହ ଜଳୁଥିବା ଦେଖିବାକୁ ମିଳୁଛି। ବର୍ତ୍ତମାନ ଜିଲ୍ଲାର ସମସ୍ତ ବନାଞ୍ଚଳକୁ ମିଶାଇ ମୋଟ୍ ୧୬୦ଟି ସ୍ଥାନରେ ଜଙ୍ଗଲ ଜଳୁଛି। ସେଥିମଧ୍ୟରୁ ଦଶପଲ୍ଲାରେ କେବଳ ୧୨୨ଟି ସ୍ଥାନରେ ନିଆଁ ଲାଗି ଶହଶହ ହେକ୍ଟର ଜଙ୍ଗଲ ଜଳିପୋଡ଼ି ପାଉଁଶ ହୋଇଯାଇଛି।

ଫାୟାର ଲାଇନ୍ ବି କାମ ଦେଉନି
୧୬୦ ଜାଗାରେ ଜଳୁଛି ଜଙ୍ଗଲ, ଦଶପଲ୍ଲାରେ ସର୍ବାଧିକ ୧୨୨

ଏହାକୁ ବାଦ୍ ଦେଲେ ଗଣିଆ ବନାଞ୍ଚଳରେ ୨୪ଟି, ମହିପୁରରେ ୧୦ଟି, ଓଡ଼ଗାଁରେ ୨ଟି ଓ ପଞ୍ଚିରିଡ଼ା ବନାଞ୍ଚଳରେ ୨ଟି ସ୍ଥାନରେ ଜଙ୍ଗଲ ଜଳୁଥିବା ଜଣାପଡ଼ିଛି। ବନବିଭାଗ ଯେତିକି ଯେତିକି ନିଆଁ ଲିଭାଇ ଚାଲିଛି, ଗଛ ପତ୍ରଝଡ଼ା କାରଣରୁ ଅଗ୍ନିକାଣ୍ଡ ସେତିକି ବ୍ୟାପିବାରେ ଲାଗିଛି। ଯେଉଁ ସ୍ଥାନରେ ନିଆଁକୁ ଆୟତ୍ତ କରାଯାଉଛି, ସେଠାରେ ଆଉ ତୁରନ୍ତ ସବୁଜିମା କ୍ଷେତ୍ର ସୃଷ୍ଟି ହୋଇପାରିବ କି ନାହିଁ, ସନ୍ଦେହ ଘେରରେ ରହିଛି। ବିଶେଷ କରି ବିଡ଼ି ପାଇଁ ପତ୍ର ସଂଗ୍ରହ କରିବାକୁ ଲୋକମାନେ ଜଙ୍ଗଲ ମଧ୍ୟରେ କେନ୍ଦୁ ଗଛକୁ କାଟନ୍ତି। ଏହାର ଚେରକୁ କାଟି ସଫା କରିବା ପରେ ଏହା ଜଙ୍ଗଲ ମଧ୍ୟରେ ଗଦା ହୋଇ ରହିଥାଏ। ପରେ ଲୋକମାନେ ସେଥିରେ ନିଆଁ ଲଗାଇ ଦିଅନ୍ତି। ଗ୍ରୀଷ୍ମ ପ୍ରବାହ ଯୋଗୁ ଜଙ୍ଗଲ ମଧ୍ୟରେ ଏହି ନିଆଁ ପ୍ରବଳ ବେଗରେ ବ୍ୟାପିଯାଏ। ଫୁଲବାଣୀରେ କେନ୍ଦୁପତ୍ର ଅଧିକ ତୋଳା ଯାଉଥିବାରୁ ସେଠାରେ ଏମିତି କରାଯାଉଛି। ଫଳରେ ଦଶପଲ୍ଲା ଅଧିକ ପ୍ରଭାବିତ ହେଉଥିବା ଜଣାପଡ଼ିଛି। ଏ ନେଇ ଡିଏଫ୍‌ଓ କ୍ଷମା ଷଡ଼ଙ୍ଗୀ କହିଛନ୍ତି, ଏଠାରେ ଜଙ୍ଗଲ ମଧ୍ୟରେ ଗଛରେ ଗଛ ଘଷି ହୋଇ ନିଆଁ ଜଳୁନାହିଁ। ଏହି ଅଗ୍ନିକାଣ୍ଡ ସମ୍ପୂର୍ଣ୍ଣ ମନୁଷ୍ୟକୃତ। ଫୁଲବାଣୀ କେନ୍ଦୁପତ୍ର ଚାଷୀଙ୍କ ପାଇଁ ଦଶପଲ୍ଲା ଅଧିକ ପ୍ରଭାବିତ ହେଉଛି। ନିଆଁ ନ ବ୍ୟାପିବାରେ ଫାୟାର ଲାଇନ୍ ବହୁତ ଉପଯୋଗୀ ସାବ୍ୟସ୍ତ ହେଉଛି। କିନ୍ତୁ ଗଛରୁ ପତ୍ର ଝଡ଼ୁଥିବାରୁ ନିଆଁକୁ ଆୟତ୍ତ କରିବା ମୁସ୍କିଲ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe