ଓଡ଼ିଶାରେ ଥମୁନି ଜଙ୍ଗଲ ନିଆଁ: ୧୫୦ଟି ବଡ଼ ବନାଗ୍ନି ଚିହ୍ନଟ

Advertisment
ଓଡ଼ିଶାରେ ଥମୁନି ଜଙ୍ଗଲ ନିଆଁ:  ୧୫୦ଟି ବଡ଼ ବନାଗ୍ନି ଚିହ୍ନଟ

ଭୁବନେଶ୍ବର : ଓଡ଼ିଶାରେ ଥମୁନି ଜଙ୍ଗଲ ନିଆଁ। ଗତକାଲି ପରି ଆଜି ମଧ୍ୟ ହଜାରରୁ ଅଧିକ ସ୍ଥାନରେ ବନାଗ୍ନି ଚିହ୍ନଟ ହୋଇଛି। ମଧ୍ୟାହ୍ନରେ ମୋଟ ୧୧୭୮ଟି ସ୍ଥାନରେ ନିଆଁ ଲାଗିଥିବା ନେଇ ଫରେଷ୍ଟ ସର୍ଭେ ଅଫ୍‌ ଇଣ୍ଡିଆ(ଏଫ୍‌ଏସ୍‌ଆଇ) ପକ୍ଷରୁ କୁହାଯାଇଛି। ସେଥିମଧ୍ୟରୁ ୧୫୦ଟି ସ୍ଥାନରେ ବଡ଼ଧରଣର ନିଆଁ ସାମ୍ନାକୁ ଆସିଛି, ଯାହାକି ଦେଶରେ ସର୍ବାଧିକ। ଏହା ତଳକୁ ଛତିଶଗଡ଼ର ୧୦୧, ଝାଡ଼ଖଣ୍ଡର ୫୨, ମଧ୍ୟପ୍ରଦେଶର ୪୫, ଆନ୍ଧ୍ରପ୍ରଦେଶର ୨୩, ମେଘାଳୟର ୧୬, ମଣିପୁରର ୧୫ଟି ସ୍ଥାନରେ ବଡ଼ ଜଙ୍ଗଲ ନିଆଁ ଲାଗିଛି।

ଗତ ୭ ଦିନର ତଥ୍ୟକୁ ଦେଖିଲେ ୪୩୯ ବଡ଼ ବନାଗ୍ନି ସହ ଆଜି ଓଡ଼ିଶା ଶୀର୍ଷ ସ୍ଥାନକୁ ଫେରିଥିବା ବେଳେ ଦ୍ବିତୀୟରେ ଛତିଶଗଡ଼, ତୃତୀୟରେ ମଧ୍ୟପ୍ରଦେଶ, ଚତୁର୍ଥରେ ଝାଡ଼ଖଣ୍ଡ ଓ ପଞ୍ଚମରେ ମହାରାଷ୍ଟ୍ର ରହିଛି। ନଭେମ୍ବର ପହିଲାରୁ ଏବେ ସୁଦ୍ଧା ଓଡ଼ିଶାରେ ୧୮୨୦ଟି ବଡ଼ଧରଣର ବନାଗ୍ନି ଚିହ୍ନଟ ହୋଇଛି। ଜଙ୍ଗଲ ନିଆଁରେ ବି ଓଡ଼ିଶା ଶୀର୍ଷ ସ୍ଥାନ ବଜାୟ ରଖିଛି। ଏବେ ସୁଦ୍ଧା ୩୨ ହଜାରରୁ ଅଧିକ ସ୍ଥାନରେ ବନାଗ୍ନି ଚିହ୍ନଟ ହୋଇଛି। ଗତ ୭ଦିନ ମଧ୍ୟରେ ରାଜ୍ୟର ୬୭୦୦ ସ୍ଥାନରେ ନିଆଁ ଚିହ୍ନଟ ହୋଇଥିବା ଏଫ୍‌ଏସ୍‌ଆଇ ତଥ୍ୟରୁ ଜଣାପଡ଼ିଛି। ସେଥିମଧ୍ୟରୁ ୯୨% ବନାଗ୍ନି ପ୍ରଶମିତ କରାଯାଇଥିବା ନେଇ ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe