ଭିଜିଲାନ୍ସ ଜାଲରେ ବନରକ୍ଷୀ; ଦେଢ଼ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ନେଇ ବାଇକ୍‌ରେ ଯିବାବେଳେ ଧରାପଡ଼ିଲେ

ଭିଜିଲାନ୍ସ ଜାଲରେ ବନରକ୍ଷୀ; ଦେଢ଼ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ନେଇ ବାଇକ୍‌ରେ ଯିବାବେଳେ ଧରାପଡ଼ିଲେ

ନବରଙ୍ଗପୁର: ଭିଜିଲାନ୍ସ ଜାଲରେ ନବରଂଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ବିଟ୍‌ର ବନରକ୍ଷୀ ବିନାୟକ ଚନ୍ଦ୍ର ସୋରି। ସେ ନିଜ ବାଇକରେ ଏକ ଲକ୍ଷ ତେପନ ହଜାର ଟଙ୍କା ନେଇ ଯାଉଥିବା ବେଳେ ନବରଙ୍ଗପୁର ଭିଜିଲାନ୍ସ ଜାଲରେ ପଡିଛନ୍ତି। ବନରକ୍ଷୀ ବିନାୟକ ଏକ ବ୍ୟାଗ୍‌ରେ ଟଙ୍କା ନେଇଁ ଯାଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଖାତିଗୁଡ଼ା ନିକଟସ୍ଥ ଇନ୍ଦ୍ରାବତୀ ପୋଲ ନିକଟରେ ଅଟକ ରଖି ଯାଞ୍ଚ କରିଥିଲେ।

ଏତେ ଗୁଡିଏ ଟଙ୍କା କେଉଁଠୁ ଆସିଲା ଓ କିଏ ଦେଇଥିବା ପ୍ରଶ୍ନ ର ସନ୍ତୋଷଜନକ ଉତ୍ତର ଦେଇପାରିନଥିବାରୁ, ତାଙ୍କୁ ସାଙ୍ଗରେ ଆଣି ନବରଂଗପୁର ଭିଜିଲାନ୍ସ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ରେ ରଖାଯାଇ ଅଧିକ ତଦନ୍ତ କରୁଛନ୍ତି। ଅନ୍ୟପଟେ ନବରଂଗପୁର ସହରସ୍ଥିତ ରାଜୁ ସାହିରେ ଥିବା ତାଙ୍କ ଭଡା ଘରେ ମଧ୍ୟ ଚଢାଉ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe