ଭାରତୀୟ ରାଜ୍ୟ ସମୂହ ଜଙ୍ଗଲ ରିପୋର୍ଟ-୨୦୨୧: ଓଡ଼ିଶାରେ ୫୩୭ ବର୍ଗ କିମି ଜଙ୍ଗଲ ବଢ଼ିଛି

Advertisment

ହେନ୍ତାଳ ବଣ ଅଭିବୃଦ୍ଧିରେ ଦେଶରେ ପ୍ରଥମ

ହେନ୍ତାଳ ବଣ ଅଭିବୃଦ୍ଧିରେ ଦେଶରେ ପ୍ରଥମ

ଭାରତୀୟ ରାଜ୍ୟ ସମୂହ ଜଙ୍ଗଲ ରିପୋର୍ଟ-୨୦୨୧: ଓଡ଼ିଶାରେ ୫୩୭ ବର୍ଗ କିମି ଜଙ୍ଗଲ ବଢ଼ିଛି

SpringerLink

ଭୁବନେଶ୍ବର : ୨୦୧୯-୨୦ ଆର୍ଥିକ ବର୍ଷରେ ଓଡ଼ିଶାରେ ୫୩୭.୪୪ ବର୍ଗ କିମି ଜଙ୍ଗଲ ଅଭିବୃଦ୍ଧି ଘଟିଛି। ଦେଶର ତୃତୀୟ ରାଜ୍ୟ ଭାବେ ଓଡ଼ିଶା ଏହି ସଫଳତା ହାସଲ କରିଛି। ତେବେ ଗତ ଦୁଇ ବର୍ଷ ମଧ୍ୟରେ ହେନ୍ତାଳ ବଣ ଅଭିବୃଦ୍ଧି କ୍ଷେତ୍ରରେ ଓଡ଼ିଶା ଦେଶରେ ପ୍ରଥମ ସ୍ଥାନରେ ରହିଛି। ଜଙ୍ଗଲ ଅଭିବୃଦ୍ଧି ପାଇଁ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦେଶର ଶ୍ରେଷ୍ଠ ତିନୋଟି ସ୍ଥାନ ମଧ୍ୟରେ ରହିଛି। କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ଡେରାଡୁନ୍‌ସ୍ଥିତ ସ୍ବୟଂଶାସିତ ସଂସ୍ଥା ଭାରତୀୟ ଜଙ୍ଗଲ ସର୍ବେକ୍ଷଣ ଦ୍ୱାରା ଭାରତୀୟ ରାଜ୍ୟ ସମୂହ ଜଙ୍ଗଲ ରିପୋର୍ଟ(ଆଇଏସ୍‌ଏଫ୍‌ଆର)- ୨୦୨୧ରେ ଏହି ତଥ୍ୟ ଦିଆଯାଇଛି।

publive-image The Wire

ପ୍ରତି ଦୁଇ ବର୍ଷରେ ଥରେ ଭାରତର ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ସର୍ବେକ୍ଷଣ ହୋଇଥାଏ। ସେହି ଅନୁଯାୟୀ ଓଡ଼ିଶାର ସମୁଦାୟ ଭୌଗୋଳିକ ଅଞ୍ଚଳ ମଧ୍ୟରୁ ୩୩.୫୦% ଜଙ୍ଗଲ ଆଚ୍ଛାଦିତ ରହିଛି। ଏକ-ତୃତୀୟାଂଶ ଅଞ୍ଚଳ ଜଙ୍ଗଲ ଓ ବୃକ୍ଷଲତାରେ ପରିପୂର୍ଣ୍ଣ ଯୋଗୁଁ ଓଡ଼ିଶା ଜାତୀୟ ସ୍ତରରେ ସ୍ୱୀକୃତି ଲାଭ କରିଛି। ୨୦୧୭-୧୮ରେ ରାଜ୍ୟରେ ଜଙ୍ଗଲ ଅଭିବୃଦ୍ଧି ୨୩୭ ବର୍ଗ କିମି ଥିବା ବେଳେ ୨୦୧୯-୨୦ରେ ପାଖାପାଖି ଦୁଇ ଗୁଣା ଅଭିବୃଦ୍ଧି ଘଟିଛି। ରାଜ୍ୟର ୩୦ଟି ଜିଲ୍ଲା ମଧ୍ୟରୁ ୨୩ଟି ଜିଲ୍ଲାରେ ବନାଞ୍ଚଳରେ ଅଭିବୃଦ୍ଧି ଘଟିଥିବା ଜଣାପଡ଼ିଛି। ଗଜପତି, ଗଞ୍ଜାମ, ପୁରୀ, କୋରାପୁଟ, ସମ୍ବଲପୁର, ସୋନପୁର, ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ଗତ ଦୁଇବର୍ଷ ମଧ୍ୟରେ ଅଧିକ ପରିମାଣରେ ବନାଞ୍ଚଳରେ ଅଭିବୃଦ୍ଧି ହୋଇଛି। ଗତ ଦୁଇ ବର୍ଷ ମଧ୍ୟରେ ପ୍ରାୟ ୨୪୩ ବର୍ଗ କିମି ମଧ୍ୟମ ଧରଣର ଜଙ୍ଗଲ ଘଞ୍ଚ ଜଙ୍ଗଲରେ ପରିଣତ ହୋଇଛି। ଓଡ଼ିଶାରେ ସର୍ବାଧିକ ୮ ବର୍ଗ କିଲୋମିଟର ହେନ୍ତାଳ ବଣ ବୃଦ୍ଧି ପାଇଁ ମୋଟ୍‌ ୨୫୯ କିମି ହୋଇଛି। ୪ ବର୍ଗ କିମି ଅଧିକ ହେନ୍ତାଳ ବଣ ସୃଷ୍ଟି କରି ମହାରାଷ୍ଟ୍ର ତାଲିକାର ଦ୍ବିତୀୟ ସ୍ଥାନରେ ରହିଛି।

publive-image

ଆହୁରି ମଧ୍ୟ ସର୍ବେକ୍ଷଣରେ ଦର୍ଶାଯାଇଛି ଯେ ଓଡ଼ିଶାରେ ୧୧୩୪ ବର୍ଗ କିମି ଅଣଜଙ୍ଗଲ ଅଞ୍ଚଳରେ ବର୍ତ୍ତମାନ ଆଖିଦୃଶିଆ ବନାଞ୍ଚଳ ସୃଷ୍ଟି ହୋଇଛି। ଦେଶର ବୃକ୍ଷଲତା ଓ ଜଙ୍ଗଲରୁ ସୃଷ୍ଟି ହେଉଥିବା ସମୁଦାୟ କାର୍ବନ ପରିମାଣର ୬.୧୭% ଓଡ଼ିଶାରୁ ସୃଷ୍ଟି ହେଉଛି। ରାଜ୍ୟ ସରକାରଙ୍କ ଯୁଗ୍ମ ଜଙ୍ଗଲ ପରିଚାଳନା ପଦକ୍ଷେପ ସହ ସବୁଜ ମିସନ, ସବୁଜ ମହାନଦୀ ମିସନ, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟକ୍ରମ, ଜିଲ୍ଲା ଖଣିଜ ପାଣ୍ଠି, ଓଡ଼ିଶା ଖଣିଜ ଅଞ୍ଚଳ ଉନ୍ନୟନ ନିଗମ ଓ ଅନ୍ୟାନ୍ୟ ସଂସ୍ଥାଙ୍କ ନିରବଚ୍ଛିନ୍ନ ଉଦ୍ୟମର ଫଳରେ ଆଜି ଏହା ସମ୍ଭବ ହୋଇପାରିଛି ବୋଲି ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ପିସିସିଏଫ୍‌) ଶିଶିର କୁମାର ରଥ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe