Forest is burning in Sundargarh Photograph: (sambad.in)
ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡର ବାଙ୍କୀ ରେଞ୍ଜର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଛି। ଜଙ୍ଗଲ ହୁତୁ ହୁତୁ ହୋଇ ଜଳୁଛି। ଏବେ ଠୁ ଜଙ୍ଗଲରେ ନିଆଁର ପ୍ରକୋପ ଦେଖା ଦେଇ ଥିବାବେଳେ ଆଗଜୁ କ’ଣ ହେବ, ତାକୁ ନେଇ ପ୍ରଶ୍ନ ଉଠିଛି।
ବନବିଭାଗ ତରଫରୁ ନିଆଁ ଲିଭାଇବା ଲାଗି ଫାୟାର ସ୍କ୍ବାର୍ଡଙ୍କ ସହିତ ବନ ବିଭାଗ କର୍ମଚାରୀ ନିଆଁକୁ ଲିଭାଇବା ଲାଗି ଚେଷ୍ଟା ଜାରି ରଖିଛନ୍ତି।
କୁହାଯାଉଛି ମହୁଲ ଗୋଟାଇବା ଲାଗି ଲୋକେ ନିଆଁ ଲଗାଇ ଦେଉ ଥିବା ବେଳେ ଏହି ନିଆଁ ଜଙ୍ଗଲକୁ ମାଡି ଯାଉଛି।
ଅଧିକ ପଢ଼ନ୍ତୁ: ଜୟନାରାୟଣଙ୍କୁ ଘେରିଲେ ରାମଚନ୍ଦ୍ର-ପ୍ରତାପ ଦେବ
ବନ ବିଭାଗ କର୍ମଚାରୀ ବ୍ଲୟାର ମେସିନଦ୍ୱାରା ନିଆଁକୁ ଦିନ ରାତି ପରିଶ୍ରମ କରି ଆୟତ୍ତ କରୁ ଥିବା ଦେଖିବାକୁ ମିଳୁଛି। ଅନ୍ୟପଟେ ନିଆଁ ଜଙ୍ଗଲରେ ଲାଗିବା ଯୋଗୁ ଜଙ୍ଗଲ ପାଖ ବସ୍ତି ବାସିନ୍ଦାଙ୍କ ଚିନ୍ତା ବଢିଯାଇଛି। ମହୁଲ ଗୋଟାଳି ନିଜର ଫାଇଦା ଲାଗି ଏଭଳି କରୁଥିବା ଅଭିଯୋଗ ହେଉଛି।
ଅଧିକ ପଢ଼ନ୍ତୁ: ଟିମ୍ ଇଣ୍ଡିଆକୁ ୨୫୨ ରନ୍ର ବିଜୟ ଲକ୍ଷ୍ୟ ଦେଲା ନ୍ୟୁଜିଲାଣ୍ଡ୍
Follow Us