ଆଦିବାସୀଙ୍କୁ ଜଙ୍ଗଲ ଜମି ଅଧିକାର ଶିରୋନାମା: ଆବେଦନ ସମୟ ସୀମା ବୃଦ୍ଧି ଦାବି

ଆଦିବାସୀଙ୍କୁ ଜଙ୍ଗଲ ଜମି ଅଧିକାର ଶିରୋନାମା: ଆବେଦନ ସମୟ ସୀମା ବୃଦ୍ଧି ଦାବି

ସୁନ୍ଦରଗଡ଼: ଜଙ୍ଗଲ ଅଧିକାର ଆଇନ -୨୦୦୬ ଅନୁଯାୟୀ, ସୁନ୍ଦରଗଡ଼ର ଆଦିବାସୀ ଓ ଅନ୍ୟ ପାରମ୍ପରିକ ବନବାସୀଙ୍କୁ ବ୍ୟକ୍ତିଗତ, ଗୋଷ୍ଠୀଗତ ଓ ଗୋଷ୍ଠୀ ଜଙ୍ଗଲ ସମ୍ବଳ ଅଧିକାର ଶିରୋନାମା ପ୍ରଦାନ ପାଇଁ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଛନ୍ତି। ନିର୍ଦ୍ଦିଷ୍ଟ ପ୍ରକ୍ରିୟା ମଧ୍ୟରେ ଆବେଦନ କରିବାକୁ ଲୋକଙ୍କୁ ସଚେତନ କରିବାକୁ ଦାୟିତ୍ବ ନେଇଥିବା ସାମାଜିକ ସଂସ୍ଥାଗୁଡ଼ିକ ଏଯାଏ ବହୁ ଗାଁରେ ଥିବା ପଡ଼ାର ଲୋକମାନଙ୍କ ପାଖରେ ପହଞ୍ଚି ପାରି ନଥିବା ବେଳେ ଗୋଷ୍ଠୀଗତ ଓ ବ୍ୟକ୍ତିଗତ ଫର୍ମ ମଧ୍ୟ ଆବଶ୍ୟକତା ଅନୁସାରେ ଲୋକଙ୍କୁ ମିଳି ନାହିଁ। ଏସ୍ଥିତିରେ ଜୁନ ୧୦ ଆବେଦନର ଶେଷ ତାରିଖ ରହିଛି। କିନ୍ତୁ ଏବେ ବି ଅନେକ ଆଦିବାସୀ, ବନବାସୀ ଆବେଦନ ବିଷୟରେ ଜାଣି ପାରି ନଥିବାରୁ ଆବେଦନ ସମୟସୀମାକୁ ବୃଦ୍ଧି କରିବାକୁ ସାମାଜିକ କର୍ମୀ ରାଜେନ୍ଦ୍ର ନାଏକ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି।

publive-image

ଆଦିବାସୀଙ୍କୁ ଠିକ୍ ସମୟରେ ଆବେଦନପତ୍ର ଦାଖଲ କରିବା ପାଇଁ ସଚେତନ କରିବାକୁ ବଣାଇ ଓ ଗୁରୁଣ୍ଡିଆ ବ୍ଲକରେ ଏସଜିୟୁପି, କୋଇଡ଼ା ଓ ଲହୁଣୀପଡ଼ାରେ ୱାସକା, କୁଆରମୁଣ୍ଡାରେ ନିୟତି, ନୂଆଗାଁ, ବିଶ୍ରା ଓ ଲାଠିକଟାରେ ଦିଶା ଏବଂ ଲେଫ୍ରିପଡ଼ା, ଟାଙ୍ଗରପାଲି, ସବଡେଗା, ସଦର, ବାଲିଶଙ୍କରା, ବଡ଼ଗାଁ, କୁତ୍ରା, ରାଜଗାଙ୍ଗପୁରରେ ସେବକ ସଂସ୍ଥାକୁ ଦାୟିତ୍ବ ଦିଆଯାଇଛି। ସଂସ୍ଥାଗୁଡ଼ିକ ଗାଁ ଗାଁ ପଡ଼ା ପଡ଼ା ଯାଇ ଗ୍ରାମବାସୀଙ୍କୁ ଆବଶ୍ୟକ ସୂଚନା ତଥା ଆବେଦନ ଫର୍ମ ପୂରଣ ଦିଗରେ ସହଯୋଗ କରିବାକୁ ନିର୍ଦ୍ଦେଶ ରହିଛି। କିନ୍ତୁ ହେମଗିର ବ୍ଳକର ଅନେକ ଗାଁ ପଡ଼ାରେ ଏହି ସ୍ବେଚ୍ଛାସେବୀମାନେ ପହଞ୍ଚି ନଥିବାରୁ ଅନେକ ଲୋକ ଏ ବିଷୟରେ ସଠିକ ସୂଚନା ପାଇ ନଥିବା ଓ ସେଥିପାଇଁ ଆବେଦନ କରିପାରି ନଥିବା ପ୍ରକାଶ ପାଇଛି। ତେଣୁ ଏହାର ସଠିକ ରୂପାୟନ ତଥା ଲକ୍ଷ୍ୟ ହାସଲ ପାଇଁ ଆବେଦନ ତାରିଖ ବୃଦ୍ଧି ଜରୁରୀ ବୋଲି ସମାଜସେବୀ ଶ୍ରୀ ନାଞଏକ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe