ହାତୀ ଆକ୍ରମଣରେ ବନ କର୍ମଚାରୀ ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

Advertisment
ହାତୀ ଆକ୍ରମଣରେ ବନ କର୍ମଚାରୀ ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

ନିଳଗିରି: ହାତୀ ଆକ୍ରମଣରେ ବନ କର୍ମଚାରୀ ଗୁରୁତର ହୋଇଛନ୍ତି। ବାଲେଶ୍ବର ଜିଲ୍ଲା ନୀଳଗିରି ପଞ୍ଚଲିଙ୍ଗେଶ୍ଵର ବିଟ୍‌ର ଗାର୍ଡ ଶଶିକଳା ସାହୁ ଗୁରୁତର ହୋଇଛନ୍ତି। ଶଶିକଳାଙ୍କୁ ନୀଳଗିରି ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ କୁଳଡିହା ଅଭୟାରଣ୍ୟ ପଞ୍ଚଲିଙ୍ଗେଶ୍ଵର ବିଟ୍‌ ଜଙ୍ଗଲରେ ଶଶିକଳା ଡ୍ୟୁଟିରେ ଥିବା ବେଳେ‌ ସେ ହାତୀ ଆକ୍ରମଣର ଶିକାର ହୋଇଛନ୍ତି। ସବୁଜ ବାହିନୀ କର୍ମି ତାଙ୍କୁ ଗୁରୁତର ଅବସ୍ଥାରେ ନେଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ରିପୋର୍ଟ ଲେଖାଯିବା ବେଳକୁ ଶଶିକଳାଙ୍କ ଚିକିତ୍ସା ଜାରି ରହିଛି।

ସୂଚନାଯୋଗ୍ୟ, ୧୦ଦିନ ପୂର୍ବରୁ ଅଭୟାରଣ୍ୟରେ ଏକ ଦନ୍ତା ହାତୀ କୌଣସି କାରଣ ବଶତଃ ଅସୁସ୍ଥ ହୋଇଥଲା। ଖବର ପାଇ ବନ ବିଭାଗ ଦନ୍ତାର ଚିକିତ୍ସା ଜାରି ରଖିଥିଲା। ଆଜି ସବୁଜ ବାହିନୀ ସମେତ ଫରେଷ୍ଟ ଗାର୍ଡ ଦନ୍ତା ଉପରେ ନଜର ରଖିଥିଲେ। କିନ୍ତୁ ଅଜି ଦନ୍ତା ସହିତ ଗାର୍ଡ ମୁହାଁମୁହିଁ ହୋଇଥିଲେ।ଏଥିରେ ଫରେଷ୍ଟ ଗାର୍ଡ ଗୁରୁତର ଥିବା ବେଳେ ସବୁଜ ବାହିନୀ କର୍ମୀ ଆହତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe