ହାତୀ ଆକ୍ରମଣରେ ବନ କର୍ମଚାରୀ ଗୁରୁତର

Advertisment
ହାତୀ ଆକ୍ରମଣରେ ବନ କର୍ମଚାରୀ ଗୁରୁତର

କାଳିଆପାଣି : କଟକ ବନଖଣ୍ଡ ଟମକା ରେଞ୍ଜ ଅନ୍ତର୍ଗତ ବାଙ୍ଗରକୋଟା ଗାଁର ଗଣ୍ଡାନାଳ ପାଖ କାଜୁ ଜଙ୍ଗଲରେ ଏକ ଦନ୍ତାହାତୀର ଉପଦ୍ରବକୁ ନେଇ ଆତଙ୍କ ଖେଳିଯାଇଛି। ଶୁକ୍ରବାର ଦିନବେଳା ଘଉଡ଼ାଇବା ସମୟରେ ଏହି ଗୋଠଛଡ଼ା ହାତୀ ଆକ୍ରମଣରେ ଠିକା ବନ କର୍ମଚାରୀ ମାନସ କୁମାର ବେହେରା ଗୁରୁତର ଆହତ ହୋଇଛନ୍ତି। କଳିଙ୍ଗନଗର ଟାଟାଷ୍ଟିଲ୍ ମେଡିକା ହସ୍ପିଟାଲରେ ସେ ଚିକିତ୍ସାଧୀନ ଥିବା ବିଭାଗୀୟ ସୂଚନା ମିଳିଛି।

ରେଞ୍ଜର ଶଶୀ ଭୂଷଣ ବେହେରା ଓ ବନପାଳ ଚିତ୍ତରଞ୍ଜନ ବିଶ୍ବାଳଙ୍କ ନେତୃତ୍ବରେ ସ୍ଵତନ୍ତ୍ର ବନ କର୍ମଚାରୀ ଘଟଣାସ୍ଥଳରେ ଉପସ୍ଥିତ ରହି ହାତୀର ଗତିବିଧି ଉପରେ ନଜର ରଖିଛନ୍ତି। ରାତିରେ ଆନନ୍ଦପୁର ବନ୍ୟପ୍ରାଣୀ ବନଖଣ୍ଡର ଦେଓଗାଁ ସଂରକ୍ଷିତ ଜଙ୍ଗଲକୁ ଘଉଡ଼ାଇ ଦିଆଯିବାର ଯୋଜନା କରାଯାଇଥିବା ରେଞ୍ଜର ଶ୍ରୀ ବେହେରା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe