ହାତୀ ଧାନ ଖାଇଦେଲେ ବୋଲି ବନ କର୍ମଚାରୀଙ୍କ ଉପରେ ରାଗ ଶୁଝାଇଲେ ଚାଷୀ : ବନ କର୍ମଚାରୀଙ୍କୁ ତାଲା ଠୁଙ୍କିଲେ ଚାଷୀ, ୯ ଘଣ୍ଟା ପରେ ଉଦ୍ଧାର, ତୁଷରା ଥାନାରେ ଏତଲା

ହାତୀ ଧାନ ଖାଇଦେଲେ ବୋଲି ବନ କର୍ମଚାରୀଙ୍କ ଉପରେ ରାଗ ଶୁଝାଇଲେ ଚାଷୀ : ବନ କର୍ମଚାରୀଙ୍କୁ ତାଲା ଠୁଙ୍କିଲେ ଚାଷୀ, ୯ ଘଣ୍ଟା ପରେ ଉଦ୍ଧାର, ତୁଷରା ଥାନାରେ ଏତଲା

ଦେଓଗାଁ : ହାତୀ ଧାନ ଖାଇଦେଲେ ବୋଲି ବନ କର୍ମଚାରୀଙ୍କ ଉପରେ ରାଗ ଶୁଝାଇଲେ ଚାଷୀ। ହାତୀ ଘଉଡ଼ାଇବା ପାଇଁ ଯାଇଥିବା ଦୁଇଜଣ ବନ କର୍ମଚାରୀଙ୍କୁ କ୍ଷତିଗ୍ରସ୍ତ ଚାଷୀ ଗୋଟିଏ ଘରେ ପୂରାଇ ତାଲା ଠୁଙ୍କି ଦେଇଥିଲେ। ୯ ଘଣ୍ଟା ପରେ ଉଭୟଙ୍କୁ ଉଦ୍ଧାର କରାଯାଇଥିଲା। ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ୍‌ ଥାଲବନ୍ଧ ଗାଁରେ ଘଟିଥିବା ଏହି ଘଟଣାକୁ ନେଇ ସୋମବାର ତୁଷରା ଥାନାରେ ଏତଲା ଦିଆଯାଇଛି।

publive-image

ପ୍ରକାଶ ଯେ, ବଲାଙ୍ଗୀର ରେଞ୍ଜ ଆଠଗା ଫରେଷ୍ଟରଙ୍କ ଅଧୀନରେ ଥିବା ମକୁନ୍ଦପୁର ପଞ୍ଚାୟତ ଥାଲବନ୍ଧ ଗାଁର ଚାଷୀ ଧୁବା ପଟେଲଙ୍କ ଫସଲ ହାତୀମାନେ ନଷ୍ଟ କରିଦେଉଛନ୍ତି ବୋଲି ସେ ବନ ବିଭାଗକୁ ଖବର ଦେଇଥିଲେ। ଏହା ଦେଖିବାକୁ ଦୁଇଜଣ କର୍ମଚାରୀ କମଳଲୋଚନ ମହାପାତ୍ର ଓ ପଦ୍ମଲୋଚନ ନାୟକ ଆସିଥିଲେ। ହେଲେ କ୍ଷେତରେ ଥିବା ଫାର୍ମହାଉସରେ ଉକ୍ତ ଦୁଇ କର୍ମଚାରୀଙ୍କୁ ସକାଳ ୫ଟାରୁ ଦିନ ଦେଢ଼ଟା ପର୍ଯ୍ୟନ୍ତ ତାଲା ପକାଇ ବନ୍ଦୀ କରିଦେଇଥିଲେ। ୯ ଘଣ୍ଟା ପରେ ତାଙ୍କୁ ବନ୍ଦ କୋଠରିରୁ ଦେଓଗାଁ, ସଇନ୍ତଳା, ବଲାଙ୍ଗୀର ରେଞ୍ଜର୍‌ ଓ ତୁଷୁରା ଥାନା ଅଧିକାରୀ ଉଦ୍ଧାର କରିଥିଲେ। ଏନେଇ ବଲାଙ୍ଗୀର ରେଞ୍ଜର୍‌ ବିଜୟ ଖୁଣ୍ଟିଆଙ୍କୁ ପଚାରିବାରୁ ଉଭୟ କର୍ମଚାରୀଙ୍କୁ ବନ୍ଦୀ କରି ରଖିଥିବାରୁ ଥାଲବନ୍ଧ ଗାଁର ଚାଷୀ ଧୁବା ପଟେଲ ଓ ତାଙ୍କ ଭାଇ ନରସିଂହ ପଟେଲଙ୍କ ବିରୋଧରେ ପୁଲିସରେ ଅଭିଯୋଗ ହୋଇଛି ବୋଲି ସେ କହିଥିଲେ। ପୁଲିସ ମଧ୍ୟ ଏହାର ତଦନ୍ତ ଆରମ୍ଭ କରିଛି ବୋଲି ଆଇଆଇସି ଯଶୋବନ୍ତ ପ୍ରଧାନୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe