୨୮ ହଜାର ଟଙ୍କା ଲାଞ୍ଚନେଇ ଧରାପଡ଼ିଲେ; ଫରେଷ୍ଟର, ଗାର୍ଡ ଗିରଫ

Advertisment
୨୮ ହଜାର ଟଙ୍କା ଲାଞ୍ଚନେଇ ଧରାପଡ଼ିଲେ; ଫରେଷ୍ଟର, ଗାର୍ଡ ଗିରଫ

ନୂଆପଡ଼ା/ସିନାପାଲି : ନୂଆପଡ଼ା ଜିଲ୍ଲା ସିନାପାଲି ଥାନା କୋପିଆ ଫରେଷ୍ଟ ବିଟ୍‌ଠାରେ ଜଣେ ବ୍ୟକ୍ତିଙ୍କ ଠାରୁ ୨୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଫରେଷ୍ଟର ପୂର୍ଣ୍ଣଚନ୍ଦୟ ନାୟକ (୪୮) ଓ ଫରେଷ୍ଟଗାର୍ଡ ସବନମ ଫିରଦୋଷ (୩୪) ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

ସୂଚନା ଅନୁସ‌ାରେ, ଖଡ଼ିଆଳ ଥାନା କିରକିଟି ଗ୍ରାମର ଗଗନ ମେହେର ୧୮ ତାରିଖ ଦିନ ପଲଙ୍କ ତିଆରି କାଠ ସହ ବାଇକ୍‌ରେ ଯାଉଥିବାବେଳେ ସିନାପାଲି ଥାନା କୋପିଆ ଫରେଷ୍ଟ ବିଟ୍‌ଠାରେ ଫରେଷ୍ଟର ପୂର୍ଣ୍ଣଚନ୍ଦ୍ର ନାୟକ ଓ ଫରେଷ୍ଟଗାର୍ଡ ସବନମ ଫିରଦୋଷ ପଲଙ୍କ କାଠ ଓ ବାଇକ୍‌କୁ ଜବତ କରିଥିଲେ। ହେଲେ, ୩୦ ହଜାର ଟଙ୍କା ଦେଲେ ଛାଡ଼ି ଦେବାକୁ ଫରେଷ୍ଟଗାର୍ଡ କହିଥିଲେ। ଆଜି ଶ୍ରୀ ମେହେର ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ସଂଧ୍ୟାରେ ସେ ୨୮ ହଜାର ଟଙ୍କା ନେଇ ଫରେଷ୍ଟଗାର୍ଡଙ୍କୁ ଦେଉଥିବା ବେଳେ ସେଠାରେ ଲୁଚି ରହିଥିବା ଭିଜିଲାନ୍ସ ଦଳ ତାଙ୍କୁ କାବୁ କରିଥିଲେ। ୨୮ ହଜାର ଟଙ୍କା ଜବତ କରିବା ସହ ଫରେଷ୍ଟର ଓ ଫରେଷ୍ଟଗାର୍ଡକୁ ଗିରଫ କରିଥିବା ଜଣାପଡ଼ିଛି। ଏହି ଚଢ଼ଉରେ ନୂଆପଡ଼ା ଭିଜିଲାନ୍ସ ଡିଏସ୍‌ପି ଦୀନବନ୍ଧୁ ବେହେରା, ଭବାନୀପାଟଣା ଡିଏସ୍‌ପି ସଦାନନ୍ଦ ପାଣି, ଇନିସ୍‌ପେକ୍ଟର ପ୍ରମିଳା ସୁନା, ଆଲୋକ ମହାପାତ୍ର ସାମିଲ ହୋଇଥିଲେ। ୨ ଜଣଙ୍କୁ ଅଧିକ ପଚରାଉଚରା ପାଇଁ ଭବନାପାଟଣା ଭିଜିଲାନ୍ସ ଅଫିସ୍‌କୁ ନିଆଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe