ଗଛ ନଲଗାଇ ଅର୍ଥ ହଡ଼ପ : ଦେଓବନ୍ଧ ଫରେଷ୍ଟର, ଗାର୍ଡ ନିଲମ୍ବିତ

Advertisment

ମହଙ୍ଗା ପଡ଼ିଲା ରାଜୀବ ସେବା କେନ୍ଦ୍ର ନାଁରେ ଟଙ୍କା ହଡ଼ପ : ୨ ଯନ୍ତ୍ରୀଙ୍କୁ ନିଲମ୍ବନ ପାଇଁ ସୁପାରିସ

ମହଙ୍ଗା ପଡ଼ିଲା ରାଜୀବ ସେବା କେନ୍ଦ୍ର ନାଁରେ ଟଙ୍କା ହଡ଼ପ : ୨ ଯନ୍ତ୍ରୀଙ୍କୁ ନିଲମ୍ବନ ପାଇଁ ସୁପାରିସ

ଚାକିରିରୁ ନିଲମ୍ବନ ହେଲେ ବିଷମକଟକ ତହସିଲଦାର ତଥା ତତ୍କାଳୀନ ସବ୍‌-ରେଜିଷ୍ଟ୍ରାର

Rising Kashmir

କେନ୍ଦୁଝର/ଘଟଗାଁ : ପାଣିକୋଇଲିରୁ ରିମୁଳି ପର୍ଯ୍ୟନ୍ତ ୨୦ ନମ୍ବର ଜାତୀୟ ରାଜପଥର ସଂପ୍ରସାରଣ ସମୟରେ ରାସ୍ତାର ଦୁଇ ପାର୍ଶ୍ବରେ ଥିବା ହଜାର ହଜାର ଗଛ କଟାଯାଇଥିଲା। ତାହାର ଦଶ ଗୁଣ ବୃକ୍ଷରୋପଣ କରିବାକୁ ସରକାରୀ ନିର୍ଦ୍ଦେଶ ଥିଲା। ତାହା କରା ନଯାଇ କୋଟି କୋଟି ଟଙ୍କା ହଡ଼ପ କରାଯାଇଛି ବୋଲି ‘ସମ୍ବାଦ’ରେ ଏକାଧିକ ଅନୁସନ୍ଧାନ ରିପୋର୍ଟ ପ୍ରକାଶ ପାଇଥିଲା। ଏହି ଦୁର୍ନୀତି ଘଟଣାରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଘଟଗାଁ ରେଞ୍ଜ ଦେଓବନ୍ଧ ଫରେଷ୍ଟର ମୋହିନୀ ମହାନ୍ତ ଓ ଗାର୍ଡ ସାଗରିକା ବେଜଙ୍କୁ କେନ୍ଦୁଝର ଡିଏଫ୍‌ଓ ସନ୍ତୋଷ ଯୋଶୀ ଆଜି କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି।

ରାସ୍ତା ପାର୍ଶ୍ବରୁ କଟାଯାଇଥିବା ଗଛ ବଦଳରେ କାମ୍ପା ଯୋଜନାରେ ଘଟଗାଁ ରେଞ୍ଜର ଦେଓବନ୍ଧ ସେକ୍ସନରେ ପ୍ରାୟ ୫୦ ଲକ୍ଷ ଟଙ୍କା ବ୍ୟୟରେ ୫ ବର୍ଷିଆ ଯୋଜନାରେ ୫ଶହ ହେକ୍ଟର ଜମିରେ ବୃକ୍ଷରୋପଣ କରିବାକୁ ସ୍ଥିର ହୋଇଥିଲା। ଗତ ଜୁଲାଇ ମାସରୁ କାମ ଆରମ୍ଭ କରି ୧ ଲକ୍ଷ ୫୦ ହଜାର ବୃକ୍ଷରୋପଣ କରାଯାଇଥିବା ଦର୍ଶାଯାଇଥିଲା। ବାସ୍ତବରେ ତାହା କରାଯାଇ ନଥିବା ଅଭିଯୋଗ ହେବାରୁ ଏସିଏଫ୍‌ ଘନଶ୍ୟାମ ମହାନ୍ତ ଏହାର ତଦନ୍ତ କରିଥିଲେ। ଗଛ ଗଣନା ପରେ ୧ ଲକ୍ଷ ୫୦ ହଜାର ପରିବର୍ତ୍ତେ ମାତ୍ର ୯୩ ହଜାର ଗଛ ଥିବା ଜଣାପଡ଼ିଥିଲା। ଜୁଲାଇରେ ଗଛ ଲାଗିବା ପରେ ଡିସେମ୍ବର ‌ଶେଷ ସୁଦ୍ଧା ଏତେ ଗଛ ନଷ୍ଟ ହେବା ଘଟଣା ତଦନ୍ତକାରୀ ଟିମ୍‌କୁ ଆଶ୍ଚର୍ଯ୍ୟ କରିଥିଲା। ଗଛ ଲଗାଇବା ପରେ ରକ୍ଷଣାବେକ୍ଷଣ କରାଯାଇ ନଥିବା ଖୋଳତାଡ଼ କରିବାରୁ ଜଣାପଡ଼ିଥିଲା। କିଣାଯାଇଥିବା ସାର ବ୍ୟବହାର ନହୋଇ ମସିଣାଯୋଡ଼ିଠାରେ ପଡ଼ିରହିଥିବା ମଧ୍ୟ ତଦନ୍ତକାରୀ ଅଧିକାରୀମାନେ ଦେଖିବାକୁ ପାଇଥିଲେ। ଏହି ତଦନ୍ତ ରିପୋର୍ଟ ଆଧାରରେ ‌ଡିଏଫ୍‌ଓ ସନ୍ତୋଷ ଯୋଶୀ ଦେଓବନ୍ଧର ମହିଳା ଫରେଷ୍ଟର ମୋହିନୀ ମହାନ୍ତ ଓ ଗାର୍ଡ ସାଗରିକାଙ୍କୁ ନିଲମ୍ବିତ କରିଛନ୍ତି।

ମହଙ୍ଗା ପଡ଼ିଲା ରାଜୀବ ସେବା କେନ୍ଦ୍ର ନାଁରେ ଟଙ୍କା ହଡ଼ପ : ୨ ଯନ୍ତ୍ରୀଙ୍କୁ ନିଲମ୍ବନ ପାଇଁ ସୁପାରିସ
କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ାର ଆଳି ବ୍ଲକ୍‌ ଅନ୍ତର୍ଗତ ପଦନୀପାଳ ପଞ୍ଚାୟତରେ ପ୍ରକଳ୍ପ ନିର୍ମାଣ ନ କରି ମିଳିମିଶି ୨୧ଲକ୍ଷ ଟଙ୍କା ଉଠାଇ ନେଇଥିଲେ। ମିଥ୍ୟା ବିଲ୍‌ ବଳରେ ହୋଇଥିବା ଏହି ଦୁର୍ନୀତିକୁ ନେଇ ‘ସମ୍ବାଦ’ରେ ଲଗାତାର ଖବର ପ୍ରକାଶ ପାଇବା ପରେ ପ୍ରଶାସନ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସ˚ସ୍ଥାର ପ୍ରକଳ୍ପ ନିର୍ଦେଶକ ଦିଲ୍ଲୀପ ପରିଡ଼ା ଦୁର୍ନୀତିରେ ସ˚ପୃକ୍ତ ସହକାରୀ ଯନ୍ତ୍ରୀ ଦୀପକ ପରିଡ଼ା, କନିଷ୍ଠ ଯନ୍ତ୍ରୀ ସନ୍ତୋଷ ବେହୁରାଙ୍କ ନିଲମ୍ବନ ପାଇଁ ପଞ୍ଚାୟତିରାଜ ବିଭାଗ ସଚିବଙ୍କୁ ସୁପାରିସ କରିଛନ୍ତି।

ସୂଚନା ଅନୁସାରେ, ସରକାରୀ ଅର୍ଥ ହଡ଼ପ କରିଥିବା ନେଇ ପୂର୍ବରୁ ପଦନୀପାଳ ସରପଞ୍ଚ ରାକେଶ ରୋଶନ ରାଉତଙ୍କ ସମେତ ଏହି ଦୁଇ ଯନ୍ତ୍ରୀଙ୍କ ନାଁରେ ଆଳି ଥାନାରେ ଏତଲା ଦିଆଯାଇଥିଲା। ଗତକାଲି ଦୁଇ ଯନ୍ତ୍ରୀଙ୍କୁ ନିଲମ୍ବନ ପାଇଁ ସୁପାରିସ କରାଯାଇଛି। ‌େ‌ତବେ, ଏତଲା ପରଠୁ ଗିରଫ ଭୟରେ ସରପଞ୍ଚଙ୍କ ସମେତ ଦୁଇ ଯନ୍ତ୍ରୀ ଫେରାର‌୍‌ ହୋଇଯାଇଥିବା ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ପଦନୀପାଳ ପଞ୍ଚାୟତରେ ଭାରତ ନିର୍ମାଣ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଓ ଅଙ୍ଗନବାଡ଼ି କେନ୍ଦ୍ର ନାଁରେ ୨୧ଲକ୍ଷରୁ ଅଧିକ ଟଙ୍କା ହଡ଼ପ କରାଯାଇଥିବା ସାମାଜିକ ଅଡିଟ୍‌ରୁ ଧରା ପଡିଥିଲା। ଏ ନେଇ ‘ସମ୍ବାଦ’ରେ ବାରମ୍ବାର ଖବର ପ୍ରକାଶ ପାଇବା ପରେ ପ୍ରଶାସିନକ ସ୍ତରରେ ଖୋଳତାଡ଼ ହୋଇଥିଲା। ଭିଜିଲାନ୍ସ ଡିଏସ୍‌ପି, ଡିଆରଡିଏ ପିଡି ପଦନୀପାଳରେ ପହଞ୍ଚି ଘଟଣାର ତଦନ୍ତ କରିଥିଲେ। ପ୍ରକଳ୍ପ ନିର୍ମାଣ ନ କରି ବିଲ୍‌ କରାଯାଇଥିବା ତଦନ୍ତରୁ ଧରା ପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe