ଗୌଡ଼ଗୋଠ ଗାଁ ପୁୁରୁଷଶୂନ୍ୟ, ତଦନ୍ତ ଆରମ୍ଭ ଚଢଉ ଜାରି

Advertisment

ବନବିଭାଗ କର୍ମଚାରୀଙ୍କୁ ଆକ୍ରମଣ, ଗାଡ଼ି ଭଙ୍ଗା ଘଟଣା

ବନବିଭାଗ କର୍ମଚାରୀଙ୍କୁ ଆକ୍ରମଣ, ଗାଡ଼ି ଭଙ୍ଗା ଘଟଣା

ଗୌଡ଼ଗୋଠ ଗାଁ ପୁୁରୁଷଶୂନ୍ୟ, ତଦନ୍ତ ଆରମ୍ଭ ଚଢଉ ଜାରି

ସୋରଡ଼ା : ଗଂଜାମ-ଗଜପତି ସୀମାନ୍ତ ଗଂଜାମ ଜିଲ୍ଲା ବଡ଼ଗଡ଼ ବନାଞ୍ଚଳ ଅଧୀନ ଗୌଡ଼ଗୋଠ ବାଲିନାଳ ସଂରକ୍ଷିତ ଜଙ୍ଗଲକୁୁ ଚଢଉ ପାଇଁ ଯାଇଥିବା ବନବିଭାଗ କର୍ମଚାରୀଙ୍କୁ କାଠ ମାଫିଆ ମାନେ ସଂଘବଦ୍ଧ ଭାବେ ଆକ୍ରମଣ ଓ ଗାଡ଼ି ଭଙ୍ଗା ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଏନେଇ ବଡ଼ଗଡ଼ ଥାନାରେ ଏକ ମାମଲା ରୁଜୁ ପରେ ପୁଲିସ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ଵିତ କରିଥିବା ନେଇ ଥାନା ଅଧିକାରୀ ଜୀବନାନନ୍ଦ ଜେନା ସୂଚନା ଦେଇଛନ୍ତି। କିଛି ସ୍ଥାନରେ ଚଢଉ ମଧ୍ୟ ଜାରି ରହିଛି।

ତେବେ ଏଭଳି ଏକ ସ୍ପର୍ଶକାତର ଓ ସମ୍ବେଦନଶୀଳ ଘଟଣାରେ ଗୌଡ଼ଗୋଠ ଗାଁର ୨୦ରୁ ୩୦ ଲୋକ ସଂପୃକ୍ତି ଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି। ଏହି ଗାଁ ବର୍ତମାନ ସଂପୂର୍ଣ୍ଣ ଭାବେ ପୁରୁଷଶୂନ୍ୟ ପାଲଟିଥିବା ବେଳେ ପୁଲିସ ଚଢଉ ମଧ୍ୟ ଜାରି ରଖିଛି।

ମିଳିଥିବା ସୂଚନାନୁସାରେ, ଗଜପତି ସୀମାନ୍ତରେ ଥିବା ବାଲିନାଳ ସଂରକ୍ଷିତ ଜଙ୍ଗଲ ଗତ କିଛି ବର୍ଷ ହେଲା କାଠମାଫିଆଙ୍କ ଚରାଭୂଇଁ ପାଲଟିଛି। ଗଂଜାମ ଗଜପତି ଜିଲ୍ଳାର କାଠ ମାଫିଆ ମାନେ ନିକଟ କିଛି ଗ୍ରାମର ଲୋକଙ୍କୁ ମାଧ୍ୟମ କରି ଏଭଳି ବେଆଇନ୍‌ କାର୍ଯ୍ୟକଳାପ ଘଟାଉଛନ୍ତି।

ବନବିଭାଗ ଗତ ଶୁକ୍ରବାର ସନ୍ଧ୍ୟାରେ ଚଢଉ ବେଳେ କାଠମାଫିଆଙ୍କୁ ଆଗରୁ ସୂଚନା ଦିଆଯାଇଥିବା ଅନୁମାନ କରାଯାଉଛି। ତେବେ ସେମାନଙ୍କୁ କିଏ ଓ କେଉଁ ଭଳି ପରିସ୍ଥିତିରେ ଆଗୁଆ ସୂଚନା ଦେଇଥିଲା ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe