ଭିଜିଲାନ୍ସ ଜାଲରେ ମୋହନଗିରି ଫରେଷ୍ଟର ରୁଦ୍ର ପ୍ରସାଦ

କେନ୍ଦୁଝର : ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

Odisha Sun Times

ଜୟପୁର : ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି କଳାହାଣ୍ଡି ଜିଲ୍ଲା ମ.ରାମପୁର ରେଞ୍ଜ ମୋହନଗିରି ଫରେଷ୍ଟର ରୁଦ୍ର ପ୍ରସାଦ ଗହିର। ଜଣେ ପୂର୍ବତନ କର୍ମଚାରୀଙ୍କୁ ଚାକିରିରେ ପୁନଃଅବସ୍ଥାପିତ କରିବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି।

ସୁଧନ ଭୋଇ ନାମକ ଜଣେ ବ୍ୟକ୍ତି ମ.ରାମପୁର ରେଞ୍ଜ ଆଇଟିଇସିଏସ୍‌ ସ୍କ୍ବାଡ୍‌ରେ ଦୀର୍ଘ ଦିନ ଧରି ଚୁକ୍ତି ଭିତ୍ତିରେ ନିୟୋଜିତ ହୋଇଥିଲେ। ତାଙ୍କୁ କେଗାଁକୁ ବଦଳି କରାଯିବାର କିଛିଦିନ ପରେ ଚାକିରିରୁ ବହିଷ୍କାର କରାଯାଇଥିଲା। ଏହାପରେ ପୁଣି ଥରେ ତାଙ୍କୁ ଚାକିରିରେ ରଖାଇ ଦେବାକୁ କହି ଫରେଷ୍ଟର ରୁଦ୍ର ପ୍ରସାଦ ଗହିର ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ସୁଧନ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ପରବର୍ତୀ ସମୟରେ ଯୋଜନା ମୁତାବକ ସୁଧନ ଟଙ୍କା ନେଇ ଫରେଷ୍ଟରଙ୍କ ଭଡ଼ା ଘରକୁ ଯାଇଥିଲେ। ଟଙ୍କା ଦେବା ସମୟରେ ପୂର୍ବରୁ ଛପି ରହିଥିବା ଭିଜିଲାନ୍ସ ଅଧିକାରୀମାନେ ଫରେଷ୍ଟରଙ୍କୁ କାବୁ କରିଥିଲେ। ଭିଜିଲାନ୍ସ ଡିଏସ୍‌ପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ୱରେ ଗୋଟିଏ ଟିମ୍‌ ଚଢ଼ଉ କରି ଫରେଷ୍ଟରଙ୍କୁ ଗିରଫ କରିବା ସହ ବିଭିନ୍ନ ସ୍ଥାନରେ ତାଙ୍କ ମାଲିକାନାରେ ଥିବା ସମ୍ପତ୍ତିର ଯାଞ୍ଚ ଆରମ୍ଭ କରିଛି। ଏହି ଟିମରେ ଇନ୍ସପେକ୍ଟର କଳାବତୀ ବାଗ, ସନ୍ତୋଷ ମହାନ୍ତି, ଷ୍ଟେନୋ ଶିବ ପ୍ରସାଦ ପ୍ରଧାନ, କନଷ୍ଟେବଳ ପ୍ରକାଶ ଚନ୍ଦ୍ର ବେହେରା ପ୍ରମୁଖ ସାମିଲ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe