ଦନ୍ତା ହାତୀ ଶିକାର ଘଟଣା: ବନପାଳ ଓ ବନରକ୍ଷୀ ନିଲମ୍ବିତ

ଦନ୍ତାକୁ ମାରି ଦାନ୍ତ ଲୁଟିଲେ, ବନ କର୍ମଚାରୀଙ୍କ ଉପରକୁ ଚଳାଇଲେ ଗୁଳି

Odisha Tri-N

ସୋନପୁର : ଗତ ମଙ୍ଗଳବାର ଦିନ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜ ସାରସଦାଦର ଜଙ୍ଗଲରୁ ଦନ୍ତା ହାତୀର ଗଳିତ ଶବ ଉଦ୍ଧାର କରାଯାଇଥିଲା। ଏହି ଦନ୍ତାହାତୀର ବିଦ୍ୟୁତ ତାର ଲାଗି ମୃତ୍ୟୁ ହୋଇଥିବା ପାରିପାର୍ଶ୍ବିକ ସ୍ଥିତିରୁ ଜଣାପଡ଼ିଥିଲା। ହାତୀ ଦାନ୍ତ ପାଇଁ କିଛି ଦୁର୍ବୃତ୍ତ ଏପରି ହାତୀ ଶିକାର କରିଥିବା ଜଣାଯାଇଛି। କର୍ତ୍ତବ୍ୟରେ ଅବହେଳା ପାଇଁ ଜିଲ୍ଲା ବନଖଣ୍ଡ ଅଧିକାରୀ ସୁଶାନ୍ତ ସାମନ୍ତରାୟ ସ୍ଥାନୀୟ ବନପାଳ ଜନାର୍ଦ୍ଧନ ସ୍ବାଇଁ ଏବଂ ବନରକ୍ଷୀ ପ୍ରଜ୍ଞାପରମିତା ମିଶ୍ରଙ୍କୁ ନିଲମ୍ବନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe