ହାତୀ ମୃତ୍ୟୁ ଘଟଣାରେ ଫରେଷ୍ଟର ନିଲମ୍ବିତ; ଗାର୍ଡଙ୍କୁ କାରଣଦର୍ଶାଅ ନୋଟିସ୍‌

Advertisment
ହାତୀ ମୃତ୍ୟୁ ଘଟଣାରେ ଫରେଷ୍ଟର ନିଲମ୍ବିତ; ଗାର୍ଡଙ୍କୁ କାରଣଦର୍ଶାଅ ନୋଟିସ୍‌

siasat.com

କେନ୍ଦୁଝର: କେନ୍ଦୁଝର ବନଖଣ୍ଡ ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ରଜିଆ ଗାଁ ନିକଟ କାଳିକାପ୍ରସାଦ ସଂରକ୍ଷିତ ଜଙ୍ଗଲରୁ ଏକ ମାଈହାତୀର ଗଳିତ ମୃତଦେହ ଉଦ୍ଧାର ଘଟଣାରେ ଫରେଷ୍ଟର କାଳନ୍ଦୀ ସାମଲଙ୍କୁ ନିଲମ୍ବନ କରାଯାଇଛି। ଚମ୍ପୁଆ ବିଟ୍‌ର ଫରେଷ୍ଟ ଗାର୍ଡ ସନ୍ଦୀପ ସାହୁଙ୍କୁ କାରଣଦର୍ଶାଅ ନୋଟିସ୍‌ ଜାରି ହୋଇଛି। ଚମ୍ପୁଆ ରେଞ୍ଜର ଅକ୍ଷୟ ଛାତ୍ରିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କୁ ସୁପାରିସ କରାଯାଇଛି। ସେହିପରି ଟିପିଏନ୍‌ଓଡିଏଲ୍‌ର ଏସ୍‌ଡିଓ, କନିଷ୍ଠ ଯନ୍ତ୍ରୀ ଓ ଲାଇନ୍‌ମ୍ୟାନ୍‌ଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସୂଚନାଯୋଗ୍ୟ, ଗତ ୪ ତାରିଖରେ ରଜିଆ ଗାଁ ନିକଟ କାଳିକାପ୍ରସାଦ ସଂରକ୍ଷିତ ଜଙ୍ଗଲରୁ ମାଈହାତୀର ମୃତଦେହ ଉଦ୍ଧାର କରାଯାଇଥିଲା। ଜଙ୍ଗଲ ମଧ୍ୟରେ ଯାଇଥିବା ୩୩ କେଭି ବିଦ୍ୟୁତ୍ ଖୁଣ୍ଟର ଷ୍ଟେ ତାର ଚାର୍ଜ ହୋଇଯାଇଥିବାରୁ ସେଥିରେ ଲାଗି ହାତୀଟି ପ୍ରାଣ ହରାଇଥିବା ଜଣାପଡ଼ିଥିଲା।

publive-image The Rising Nepal

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe