ଭୁଲିଗଲେ ‘ବମକୋଇ ପାଟ’ ବୁଣାକାରଙ୍କ କଥା: ୬୦ ବୁଣାକାରରୁ ଏବେ ଅଛନ୍ତି ମାତ୍ର ୩ଜଣ

Advertisment

ଅନ୍ଧକାର ଆଡ଼କୁ ଗତି କରୁଛି ଗଞ୍ଜାମ ଜିଲ୍ଲାର ବିଶ୍ବପ୍ରସିଦ୍ଧ ବମକୋଇ ପାଟ ବୁଣାକାରଙ୍କ ଭାଗ୍ୟ। ଗୋଟିଏ ପଟେ ସୋସାଇଟି ବନ୍ଦ ଓ ଅନ୍ୟପଟେ ସରକାରୀ ପ୍ରୋତ୍ସାହନର ଅଭାବ କାରଣରୁ ଏହି ତନ୍ତଶିଳ୍ପ ସତ୍ତା ହରାଇବାକୁ ବସିଛି।

ଅନ୍ଧକାର ଆଡ଼କୁ ଗତି କରୁଛି ଗଞ୍ଜାମ ଜିଲ୍ଲାର ବିଶ୍ବପ୍ରସିଦ୍ଧ ବମକୋଇ ପାଟ ବୁଣାକାରଙ୍କ ଭାଗ୍ୟ। ଗୋଟିଏ ପଟେ ସୋସାଇଟି ବନ୍ଦ ଓ ଅନ୍ୟପଟେ ସରକାରୀ ପ୍ରୋତ୍ସାହନର ଅଭାବ କାରଣରୁ ଏହି ତନ୍ତଶିଳ୍ପ ସତ୍ତା ହରାଇବାକୁ ବସିଛି।

fshfshfhfhs

ପାତ୍ରପୁର: ଅନ୍ଧକାର ଆଡ଼କୁ ଗତି କରୁଛି ଗଞ୍ଜାମ ଜିଲ୍ଲାର ବିଶ୍ବପ୍ରସିଦ୍ଧ ବମକୋଇ ପାଟ ବୁଣାକାରଙ୍କ ଭାଗ୍ୟ। ଗୋଟିଏ ପଟେ ସୋସାଇଟି ବନ୍ଦ ଓ ଅନ୍ୟପଟେ ସରକାରୀ ପ୍ରୋତ୍ସାହନର ଅଭାବ କାରଣରୁ ଏହି ତନ୍ତଶିଳ୍ପ ସତ୍ତା ହରାଇବାକୁ ବସିଛି। ସବୁଠୁ ଚିନ୍ତାର ବିଷୟ ହେଉଛି, ବଜାରରେ ନକଲି ବମକୋଇ ପାଟର ବିକ୍ରିବଟା ବଢ଼ିବାରେ ଲାଗିଛି। ଏହାକୁ ରୋକିବା ଦିଗରେ ରାଜ୍ୟ ସରକାର ଓ ବୟନ ଶିଳ୍ପ ନିର୍ଦ୍ଦେଶାଳୟ ପକ୍ଷରୁ ଠୋସ୍ ପଦକ୍ଷେପ ମଧ୍ୟ ନିଆଯାଇପାରୁନି। ଗତବର୍ଷ ତତ୍କାଳୀନ କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ଦର୍ଶନା ଜର୍ଦ୍ଦୋସ୍ ପାତ୍ରପୁର ବ୍ଲକ୍ ଅଧୀନ ବମକୋଇ ଗ୍ରାମକୁ ଆସି ବୁଣାକାରଙ୍କ ସମସ୍ୟା ବିଷୟରେ ଅବଗତ ହେବା ସହ ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ମନ୍ତ୍ରୀଙ୍କ ଗସ୍ତ ପରେ ବ୍ରହ୍ମପୁରସ୍ଥିତ ବୟନ ଶିଳ୍ପ କାର୍ଯ୍ୟାଳୟରୁ ଉପନିର୍ଦ୍ଦେଶକ, ବୟନଶିଳ୍ପ ସୁପରଭାଇଜର୍ ଓ ବୁଣାକାର ସୁପରଭାଇଜର୍ ଗ୍ରାମକୁ ଆସି ପାଟ ବୁଣାକାରମାନଙ୍କ ସହ ଶିଳ୍ପର ପୁନରୁଦ୍ଧାର ଏବଂ ପ୍ରଚାରପ୍ରସାର ସଂକ୍ରାନ୍ତରେ ବିଭିନ୍ନ ପ୍ରସ୍ତାବ ଗ୍ରହଣ କରିଥିଲେ। ଫଳରେ ଏହି ବୟନ ଶିଳ୍ପ ଏକ ନୂଆ ଦିଶା ପାଇବ ବୋଲି ବୁଣାକାରଙ୍କ ମନରେ ଆଶା ସଞ୍ଚାର ହୋଇଥିଲା। 

କେନ୍ଦ୍ରମନ୍ତ୍ରୀ, ପ୍ରଶାସନ ପ୍ରତିଶ୍ରୁତି ପାଣିର ଗାର
୬୦ ବୁଣାକାରରୁ ଏବେ ଅଛନ୍ତି ମାତ୍ର ୩ଜଣ

ଇତିମଧ୍ୟରେ ନିର୍ବାଚନ ସରିବା ସହ କେନ୍ଦ୍ରରେ ପୁଣି ମୋଦୀ ସରକାର ଓ ରାଜ୍ୟରେ ବିଜେପି ସରକାର ଗଠନ ହୋଇଛି । ପ୍ରତିଶ୍ରୁତିକୁ ବର୍ଷେ ୧୦ ମାସ ବିତି ସାରିଥିଲେ ହେଁ, ସମସ୍ତେ ଏହି ପାଟ ବୁଣାକାର ପରିବାରଙ୍କ କଥା ଭୁଲିଗଲେ। ଏବେ ବୁଣାକାର ପରିବାର କୌଳିକ ବୃତ୍ତିରୁ ମୁହଁ ଫେରାଇନେବାକୁ ବାଧ୍ୟ ‌ହେଲେଣି। ସ୍ଥିତି ଏମିତି ଯେ, ଆଗରୁ ଏହି ଗ୍ରାମରେ ୬୦ ଜଣ ବୁଣାକାର ଥିବା ବେଳେ ଏହି ସଂଖ୍ୟା ୪କୁ ଖସିଥିଲା। ସେମାନଙ୍କ ମଧ୍ୟରୁ ଜଣେ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ପଳାଇଥିବା ବେଳେ ବର୍ତ୍ତମାନ ମାତ୍ର ୩ ଜଣ ବୁଣାକାର କୌଳିକ ବୃତ୍ତିକୁ ବଞ୍ଚାଇ ରଖିବାକୁ ସଂଘର୍ଷ ଜାରି ରଖିଛନ୍ତି। ଦିନ ଥିଲା, ଏହି ପାଟର ଦେଶବିଦେଶରେ ଚାହିଦା ଥିଲା। ଏଥିପାଇଁ ଗ୍ରାମର ସ୍ବର୍ଗତ ଚକ୍ରପାଣି ପାତ୍ର ରାଷ୍ଟପତିଙ୍କ ଠାରୁ ପୁରସ୍କାର ପାଇଥିବା ବେଳେ ସ୍ବର୍ଗତ କବିରାଜ ନାୟକଙ୍କ ଭଳି ବିଶିଷ୍ଟ ବୁଣାକାର ଅନେକ ସଂଗଠନ ପକ୍ଷରୁ ସମ୍ମାନିତ ବି ହୋଇଛନ୍ତି। ଗ୍ରାମରେ ୬୦ ପାଟ ବୁଣାକାର ଥିବା ବେଳେ ସୋସାଇଟି ଗଠିତ ହୋଇଥିଲା। ବୁଣାକାରମାନେ ବିଭିନ୍ନ ଖଦି, ଲୁଙ୍ଗି, ଗାମୁଛା ଓ ଚାଦର ଆଦି ବୁଣି ପରିବାର ପ୍ରତିପୋଷଣ କରୁଥିଲେ। ତେବେ ସୋସାଇଟିରୁ ଚୋରି ପରେ ହଠାତ୍ ଏହା ବନ୍ଦ ହୋଇଯାଇଥିଲା। ସେହିପରି ୧୫ ବର୍ଷ ତଳେ ଅଗ୍ନିକାଣ୍ଡ ଫଳରେ ବହୁ ବୁଣାକାର ଗ୍ରାମ ଛାଡ଼ି ପଳାଇଥିଲେ। ଏହାପରଠୁ ଗ୍ରାମରେ ଥିବା ବୁଣାକାରମାନଙ୍କ ଖରାପ ସମୟ ଆରମ୍ଭ ହୋଇଯାଇଥିଲା।    

ବୁଣାକାରଙ୍କ କହିବାନୁସାରେ, ବର୍ତ୍ତମାନ ପରିସ୍ଥିତିରେ ସରକାରୀ ପ୍ରୋତ୍ସାହନ, ପାଉଣା ଓ ଉଚିତ ପ୍ରାପ୍ୟ ନମିଳିବା ଆମ ପାଇଁ ଚିନ୍ତାର କାରଣ ପାଲଟିଛି। ଜୀବନ ଦୁର୍ବିଷହ ପାଲଟିଯାଇଛି। ଅନ୍ୟ ରାଜ୍ୟର ବୁଣାକାର ଅବିକଳ ନକଲି ପାଟ ତିଆରି କରି ଏହାକୁ ବମକୋଇ ପାଟ ନାଁ ଦେଇ ପୁରସ୍କାର ପାଉଛନ୍ତି। ବମକୋଇ ଗ୍ରାମର ବୁଣାକାରମାନେ ପାଟ ବୁଣିବା ପାଇଁ ଯେଉଁ ଜ୍ଞାନକୌଶଳ ପ୍ରୟୋଗ କରୁଛନ୍ତି ତାହା ଆଉ କେହି ବି କରିପାରିବେ ନାହିଁ। କିଛିବର୍ଷ ତଳେ ବୁଣାକାରଙ୍କୁ ଋଣ ମିଳିଥିଲା। କିନ୍ତୁ କରୋନା ଯୋଗୁ ଜୀବନଜୀବିକା ଉଜୁଡ଼ିଯାଇଥିବା ବେଳେ ସେମାନେ ତାହା ପ୍ରତିଶୋଧ କରିପାରି ନଥିଲେ। ଯାହା ସେମାନଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସାଜିଛି। ଏଭଳି ପରିସ୍ଥିରେ ବମକୋଇ ପାଟର ପୂର୍ବ ଗୌରବକୁ ଫେରାଇ ଆଣିବା, ନକଲି ପାଟ ବିକ୍ରି ଉପରେ ରୋକ୍ ଲଗାଇବା, ସ୍ବତନ୍ତ୍ର ଲୋଗୋ ବ୍ୟବସ୍ଥା ଏବଂ ଋଣଛାଡ଼ ପ୍ରଦାନ ଦିଗରେ ସରକାର ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରନ୍ତୁ ବୋଲି ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe