ଆନ୍ଧ୍ର ମାଛରେ ମିଶୁନାହିଁ ଫର୍ମାଲିନ୍ : ବିଧାନସଭାରେ ଉତ୍ତର ରଖିଲେ ମନ୍ତ୍ରୀ

Advertisment
ଆନ୍ଧ୍ର ମାଛରେ ମିଶୁନାହିଁ ଫର୍ମାଲିନ୍  : ବିଧାନସଭାରେ ଉତ୍ତର ରଖିଲେ ମନ୍ତ୍ରୀ

Manorama Online

ଭୁବନେଶ୍ବର : ଆନ୍ଧ୍ରରୁ ଆସୁଥିବା ମାଛରେ ଫର୍ମାଲିନ୍ ମିଶୂନାହିଁ ବୋଲି ବିଧାନସଭାରେ ମତ୍ସ ଓ ପଶୁ ସମ୍ପଦ ମନ୍ତ୍ରୀ ପ୍ରଦୀପ ମହାରଥୀ ସ୍ପଷ୍ଟ କରିଛନ୍ତି। ବିରୋଧୀ କଂଗ୍ରେସ ଦଳର ମୁଖ୍ୟସଚେତକ ତାରାପ୍ରସାଦ ବାହିନୀପତିଙ୍କ ଏକ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ମତ୍ସ ଓ ପଶୁ ସମ୍ପଦ ମନ୍ତ୍ରୀ ଏହି ଉତ୍ତର ରଖିଛନ୍ତି। ବାହିନୀପତି ପ୍ରଶ୍ନ କରିଥିଲେ କି ଆନ୍ଧ୍ରରୁ କେତେ ମାଛ ପ୍ରତ୍ୟେକ ଦିନ ଓଡିଶାକୁ ଆସୁଛି? ଯେଉଁ କଥା ଚର୍ଚ୍ଚା ହେଉଛି କି ଆନ୍ଧ୍ର ମାଛରେ ଫର୍ମାଲିନ ମିଶୁଛି ବୋଲି ତାହାର ପରୀକ୍ଷା ପାଇଁ ସରକାର କି ପଦକ୍ଷେପ ନେଇଛନ୍ତି ତାହା ସ୍ପଷ୍ଟ କରନ୍ତୁ । ଏହାର ଉତ୍ତରରେ ମତ୍ସ ଓ ପଶୁ ସମ୍ପଦ ମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି ଯେ, ଆନ୍ଧ୍ରରୁ ୪୦,୬୧୯ ମେଟ୍ରିକ ଟନ ମାଛ ଆସିଛି । ତେବେ ମାଛରେ ଫର୍ମାଲିନ ମିଶୁଥିବା ନେଇ ଖବର ଆସିବା ପରେ ତାହାକୁ ପରୀକ୍ଷା କରାଯାଇଥିଲା । ରାଜ୍ୟର କିଛି ସହର ସହ ଅନେକ ଜିଲ୍ଲାରୁ ମାଛ ନମୂନା ପରୀକ୍ଷା କରାଯାଇଥିଲା । ତେବେ ସେହି ମାଛରେ ଫାର୍ମାଲିନ ମିଶିଥିବାର ପ୍ରମାଣ ମିଳିନଥିବା ବିଭାଗୀୟ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ତେଣୁ ବର୍ତ୍ତମାନ ସମୟରେ ଓଡିଶାରେ ଯେଉଁ ମାଛ ମିଳୁଛି ସେହି ମାଛ ଖାଇଲେ କୈାଣସି କ୍ଷତି ହେବ ନାହିଁ ବୋଲି ରିର୍ପୋଟରୁ ଜଣାପଡିଛି।

publive-image News Nation

ଗତକିଛି ଦିନ ହେବ ମାଛରେ ପର୍ମାଲିନ ମିଶୁଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ତେବେ ଏହାପରେ ରାଜ୍ୟରେ ଅଧିକାଂଶ ସ୍ଥାନରେ ବିଭାଗୀୟ ଅଧିକାରୀମାନେ ଚଢଉ ଆରମ୍ଭ କରିଥିଲେ । ପରେ ରାଜ୍ୟ ମତ୍ସ ଓ ପଶୁ ସମ୍ପଦ ବିଭାଗ ଆନ୍ଧ୍ରରୁ ଓଡିଶା ଆସୁଥିବା ମାଛକୁ ପରୀକ୍ଷା କରିବା ପାଇଁ ଲ୍ୟାବକୁ ପଠାଇଥିଲା । ତେବେ ବର୍ତ୍ତମାନ ମିଳିଥିବା ସୂଚନା ଅନୁସାରେ ଆନ୍ଧ୍ରରୁ ଆସିଥିବା ମାଛରେ ଫର୍ମାଲିନ ନାହିଁ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି । ତେବେ ମାଛରେ ଫର୍ମାଲିନ ମିଶୁଥିବା ନେଇ ସୂଚନା ମିଳିବାପରେ ସରକାରଙ୍କୁ ବିରୋଧୀମାନେ ପ୍ରଶ୍ନ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe