ଭିଜିଲାନ୍ସ ଜାଲରେ ପୂର୍ବତନ ଅତିରିକ୍ତ ନିର୍ଦ୍ଦେଶକ

Advertisment
ପଞ୍ଝା ମେଲାଇଲା ଭିଜିଲାନ୍ସ : ନୋଟିସ୍‌ ପାଇଥିବା ଅଧିକାରୀଙ୍କୁ ଆଜିଠୁ ପଚରାଉଚରା

କଟକ : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଉଦ୍ୟାନକୃଷି ବିଭାଗର ପୂର୍ବତନ ଅତିରିକ୍ତ ନିର୍ଦ୍ଦେଶକ ରମେଶ ଚନ୍ଦ୍ର ଦାସ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି। କଟକ ଭିଜିଲାନ୍ସ ଅଧିକାରୀମାନେ ଏକାସାଙ୍ଗରେ ୫ଟି ସ୍ଥାନରେ ଚଢାଉ କରିଥିଲାବେଳେ ଆୟ ବର୍ହିଭୂତ ସମ୍ପତ୍ତି ବାବଦରେ ପ୍ରମାଣ ପାଇଛନ୍ତି। ପ୍ରାଥମିକ ତଦନ୍ତ ଅନୁଯାୟୀ, ୧ କୋଟି ୯୨ ଲକ୍ଷ ୭୧ ହଜାର ୬୦୦ ଟଙ୍କାର ସମ୍ପତ୍ତିକୁ ଭିଜିଲାନ୍ସ ରେକର୍ଡଭୁକ୍ତ କରିଛି। ଏବେବି ତଦନ୍ତ ଜାରି ରହିଥିବାରୁ ଆସନ୍ତାକାଲି ସୁଦ୍ଧା ସେ କେତେ ଅଧିକ ସମ୍ପତ୍ତି ଠୁଳ କରିଛନ୍ତି ତାହା ଜଣାପଡ଼ିବ।

ଗୁରୁବାର ସକାଳୁ ଶ୍ରୀ ଦାସଙ୍କର ବିଡ଼ାନାସୀରେ ଥିବା ଦୁଇ ମହଲା ଘର, ସିଡିଏରେ ଥିବା ଗୋଟିଏ ଦୁଇ ମହଲା ଓ ଗୋଟିଏ ତିନି ମହଲା ଘର, ଜଗତସି˚ହପୁର ଏରସମାରେ ଥିବା ଦୁଇ ମହଲା ଘର ଏବ˚ ତାଙ୍କ ପତ୍ନୀଙ୍କ କଟକସ୍ଥିତ କାର୍ଯ୍ୟାଳୟରେ ଭିଜିଲାନ୍ସ ଅଧିକାରୀମାନେ ଚଢାଉ କରିଥିଲେ। ଚଢାଉ ପରେ ରେକର୍ଡଭୁକ୍ତ ହୋଇଥିବା ସମ୍ପତ୍ତି ଗୁଡ଼ିକ ମଧ୍ୟରୁ ୯୯ ଲକ୍ଷ ୬୦ ହଜାର ୪୦୦ ଟଙ୍କା ମୂଲ୍ୟର ଦୁଇଟି ଦୁଇ ମହଲା ଘର, ୩୯ ଲକ୍ଷ ୩୮୧୭ ଟଙ୍କା ମୂଲ୍ୟର ତିନି ମହଲା ଘର, ୮ ଲକ୍ଷ ୩୪ ହଜାର ୪୩୫ ଟଙ୍କାର ଏରସମାସ୍ଥିତ ଦୁଇ ମହଲା ଘର, ୩ ଲକ୍ଷ ୪୬ ହଜାର ୨୮୧ ଟଙ୍କା ମୂଲ୍ୟର କଟକ ଓ ଖୋର୍ଦ୍ଧାରେ ଥିବା ୪ଟି ପ୍ଲଟ୍‌, ୯ ଲକ୍ଷ ୭୦ ହଜାର ଟଙ୍କା ମୂଲ୍ୟର ଏକ ଏସ୍‌ୟୁଭି କାର‌୍‌ ପ୍ରଭୃତି ସହିତ ନଗଦ ଟଙ୍କାକୁ ରେକର୍ଡ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe