ବିଜେପି ଛାଡ଼ିଲେ ଆସିକାର ପୂର୍ବତନ ବିଧାୟକ ଦେବରାଜ

Advertisment

ବିଜେଡିରୁ ୩ ଥର ବିଧାୟକ ହୋଇଥିଲେ, ୨୦୧୯ରେ ବିଜେପିରୁ ଲଢ଼ିଥିଲେ

ବିଜେଡିରୁ ୩ ଥର ବିଧାୟକ ହୋଇଥିଲେ, ୨୦୧୯ରେ ବିଜେପିରୁ ଲଢ଼ିଥିଲେ

ବିଜେପି ଛାଡ଼ିଲେ ଆସିକାର ପୂର୍ବତନ ବିଧାୟକ ଦେବରାଜ

ଆସିକା: ଗଞ୍ଜାମ ଜିଲ୍ଲା ଆସିକା ବିଧାନସଭା ନିର୍ବାଚନମଣ୍ଡଳୀର ତିନି ତିନିଥର ବିଧାୟକ ହୋଇଥିବା ଦେବରାଜ ମହାନ୍ତି ଆଜି ବିଜେପି ଦଳର ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫାପତ୍ର ରାଜ୍ୟ ସଭାପତିଙ୍କୁ ପଠାଇଛନ୍ତି। ଆସିକା ବିଧାନସଭା ନିର୍ବାଚନମଣ୍ଡଳୀରୁ ବର୍ତ୍ତମାନ ସୁଦ୍ଧା ବିଜେଡି ଓ କଂଗ୍ରେସ ସେମାନଙ୍କ ପ୍ରାର୍ଥୀ ଘୋଷଣା କରି ନଥିବାବେ‌ଳେ ଦେବରାଜଙ୍କ ଇସ୍ତଫାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି। ତେବେ ତାଙ୍କ ଆଗାମୀ କାର୍ଯ୍ୟପନ୍ଥା କ’ଣ ରହିବ, ଏନେଇ ବର୍ତ୍ତମାନସୁଦ୍ଧା କିଛି ସ୍ପଷ୍ଟ ହୋଇପାରିନି।

୨୦୦୪ରେ ଦେବରାଜ ସ୍ବାଧୀନ ଭାବେ ଲଢ଼ି ପରାଜୟବରଣ କରିଥିଲେ। ୨୦୦୯ ଓ ୨୦୧୪ରେ ବିଜେଡି ତାଙ୍କ ଉପରେ ପୁଣି ଆସ୍ଥାପ୍ରକଟ କରି ଟିକେଟ୍ ଦେଇଥିଲା ଏବଂ ଦେବରାଜ ବି ବିଜୟୀ ହୋଇଥିଲେ। ୨୦୧୯ରେ ବିଜେଡି ଟିକେଟ୍‌ରୁ ବଞ୍ଚିତ ହୋଇ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ। ମାତ୍ର, ସେ ପରାଜିତ ହୋଇଥିଲେ। ସେତେବେଳେ ଆସିକାରେ ବିଜେପିର ଭୋଟ୍ ହାର ବୃଦ୍ଧି ପାଇ ୩୨.୯ ପ୍ରତିଶତରେ ପହଞ୍ଚିଥିଲା। ଆଜି ବିଜେପିର ପ୍ରାର୍ଥୀ ଘୋଷଣା ହେବାର କିଛି ସମୟ ପରେ ଦେବରାଜ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe