ଠକିନେଲେ ଦୁଇ କୋଟି: ସର୍ବସ୍ବ ହରାଇଲେ ପୂର୍ବତନ ବ୍ୟାଙ୍କ୍‌ ଏଜିଏମ୍‌

Advertisment

୨ ମାସରେ ରାଜଧାନୀରୁ ୧୨ କୋଟି ଚଳୁ

୨ ମାସରେ ରାଜଧାନୀରୁ ୧୨ କୋଟି ଚଳୁ

ମୟୂରଭଞ୍ଜ ଡିଏମ୍‌ଏଫ୍‌ ଟଙ୍କା ହଡ଼ପ: ଜିଲ୍ଲାପାଳଙ୍କ ଜାଲ୍‌ ଦସ୍ତଖତରେ ନେଇଗଲେ ୯.୭୬ କୋଟି

blog.ipleaders.in

ଭୁବନେଶ୍ବର: ଆଜି ପୁଣି ଏକ ବଡ଼ଧରଣର ଠକେଇ ମାମଲା ସାଇବର ଥାନା ପୁଲିସ ତାଲିକାରେ ଯୋଡ଼ିହୋଇଛି। ଜଣେ ଅବସରପ୍ରାପ୍ତ ବ୍ୟାଙ୍କ୍‌ ଏଜିଏମ୍‌ ସାଇବର ଠକଙ୍କ ଚକ୍ରବ୍ୟୂହରେ ଫସି ୨ କୋଟି ୧୩ ଲକ୍ଷ ଟଙ୍କା ହରାଇଛନ୍ତି। ଅଧିକ ରିଟର୍ଣ୍ଣ ପାଇବା ମୋହରେ ଟ୍ରେଡିଂ ଆପ୍‌ରେ ବିନିଯୋଗ କରି ସେ ତାଙ୍କ ଚାକିରି ଜୀବନର ସମସ୍ତ ଜମାପୁଞ୍ଜି ହରାଇଥିବା କହିଛନ୍ତି। କୋଟିଏ ଟଙ୍କାରୁ ଅଧିକ ଠକେଇ ହୋଇଥିବାରୁ ଏହି ମାମଲାକୁ କ୍ରାଇମ୍‌ବ୍ରାଞ୍ଚ ସାଇବର ୟୁନିଟ୍‌କୁ ହସ୍ତା‌ନ୍ତର କରାଯିବ ବୋଲି ସୂଚନା ମିଳିଛି।  ଟ୍ରେଡିଂ ଆପ୍‌ରେ ବିନିଯୋଗ କଲେ, ବ୍ୟାଙ୍କ୍‌ କିମ୍ବା ମ୍ୟୁଚୁଆଲ୍‌ ଫଣ୍ଡ ତୁଳନାରେ ବହୁ ଅଧିକ ରିଟର୍ଣ୍ଣ ମିଳୁଛି ବୋଲି ପୂର୍ବତନ ଏଜିଏମ୍‌ ବୁଝିଥିଲେ। ଏହା ଭିତରେ ଘଟଣାକ୍ରମେ ସେ ସିଏମ୍‌ସି ଟ୍ରେଡିଂ ଆପ୍‌ର ଲିଙ୍କ୍ ପାଇଥିଲେ। ପ୍ରଥମେ ସେ ୨.୫ ଲକ୍ଷ ଟଙ୍କା ବିନିଯୋଗ କରି ଆଇପିଓ କିଣିଥିଲେ। ପ୍ରଥମରୁ ଏତେ  ପରିମାଣର ଟଙ୍କା ବିନିଯୋଗ କରୁଥିବା ବଡ଼  ମାଛ ଜାଲରେ ଫସୁଥିବା ଦେଖି ସାଇବର ଠକ ରୢାକେଟ୍‌ ତାଙ୍କୁ ଭଲ ରିଟର୍ଣ୍ଣ ଦେଇଥିଲେ। ମାତ୍ର ମାସକ ଭିତରେ ସେ ପାଖାପାଖି ୩ ଗୁଣା ରିଟର୍ଣ୍ଣ ପାଇବା ପରେ ଖୁସିରେ ଆତ୍ମହରା ହୋଇପଡ଼ିଥିଲେ। ତାଙ୍କୁ ସାଂଘାତିକ ଭାବେ ଲୋଭ ଗ୍ରାସ କରିଥିଲା। ଉକ୍ତ ଟ୍ରେଡିଂ ଆପ୍‌କୁ ବିଶ୍ବାସ କରି ଚଳିତ ବର୍ଷ ଜୁଲାଇ ୨୨ରୁ ଅଗଷ୍ଟ ୧୦ ଭିତରେ ୩୦ ଟ୍ରାଞ୍ଜାକ୍‌ସନ୍‌ କରିଥିଲେ ଏବଂ ୨ କୋଟି ୧୩ ଲକ୍ଷ ଟଙ୍କା ବିନିଯୋଗ କରିଦେଲେ। ଏହାକୁ ହିଁ ଅପେକ୍ଷା କରିଥିଲା ସାଇବର ଠକଙ୍କ ରୢାକେଟ୍‌। ଏଥର ପୂର୍ବତନ ଏଜିଏମ୍‌ ଟଙ୍କା ଉଠାଇବାକୁ ଇଛା କଲେ। ମାତ୍ର ତାଙ୍କ ମୋବାଇଲ୍‌ରେ ଆପ୍‌ର ଚିହ୍ନବର୍ଣ୍ଣ ଆଉ ମିଳିଲା ନାହିଁ। ଠକାମିର ଶିକାର ହେବା ଜାଣିବା ପରେ ସେ ଏବେ ସାଇବର ଥାନାକୁ ଦୌଡ଼ୁଛନ୍ତି।
ସମ୍ପ୍ରତି ସାଇବର ଠକେଇ ସବୁଠୁ ବଡ଼ଧରଣର ଡକାୟତି। ଓଡ଼ିଶାରେ ଏହି ଧରଣର ଠକେଇ ଥମୁ ନଥିବାରୁ ପୁଲିସ ପ୍ରଶାସନର ମୁଣ୍ଡବିନ୍ଧା ବଢ଼ିବାରେ ଲାଗିଛି। ସାଇବର ପୁଲିସ ସୂତ୍ରାନୁସାରେ ୨ ମାସ ଭିତରେ କେବଳ ଭୁବନେଶ୍ବରରୁ ୧୨ କୋଟିରୁ ଅଧିକ ଟଙ୍କା ଉଡ଼ିଗଲାଣି। ଅଭିଯୋଗ ବା ମାମଲା ସଂଖ୍ୟାରୁ ଜଣାପଡ଼ିଛି ଯେ ଟ୍ରେଡିଂ ଆପ୍‌ ଠକେଇ ପରିମାଣ ୬୦% ଓ ଡିଜିଟାଲ୍‌ ଆରେଷ୍ଟ ଠକେଇ ୩୦%। କମ୍ ସମୟରେ ଅଧିକ ଲାଭ ପାଇବା ମୋହରେ ପଡ଼ି ଲୋକେ ଜାଲ ଟ୍ରେଡିଂ ଆପ୍‌ରେ ଫସୁଛନ୍ତି। ସେହିଭଳି ସିବିଆଇ, ଇଡି, କ୍ରାଇମ୍‌ବ୍ରାଞ୍ଚ ଓ କଷ୍ଟମସ୍‌ ଅଧିକାରୀ ସାଜି ସାଇବର ଠକମାନେ ଡିଜିଟାଲ୍‌ ଆରେଷ୍ଟ କରୁଛନ୍ତି ଏବଂ ଲକ୍ଷଲକ୍ଷ ଟଙ୍କା ଲୁଟୁଛନ୍ତି। ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଉଛି, ଲୋକଙ୍କ ଭିତରେ ସଚେତନତା କାର୍ଯ୍ୟକ୍ରମ ଯେତିକି ବଢ଼ୁଛି, ସାଇବର ଠକଙ୍କ ମାୟାଜାଲର କରାମତି ବି ସେତିକି ବ୍ୟାପକ ହେଉଛି। ପୂର୍ବରୁ ଏଭଳି ଠକେଇରେ ଗୋଟିଏ ମାସରେ ହାରାହାରି ଅଢ଼େଇ କୋଟି ଟଙ୍କା ଲୁଟ୍‌ ହେଉଥିଲା। ଏବେ ତାହା ୨ ଗୁଣାକୁ ବଢ଼ିଗଲାଣି। ଚଳିତ ବର୍ଷ ଜୁନ୍‌ରେ ୫ କୋଟି ଟଙ୍କା ଏବଂ ଜୁଲାଇରେ ୬ କୋଟି ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଅପରପକ୍ଷେ ଏଭଳି ମାମଲାରେ ପୁଲିସର ସଫଳତା ବେଶ୍ ନଗଣ୍ୟ। ମାତ୍ର ୪ ମାମଲାରେ ସାଇବର ଥାନା ପୁଲିସ ପ୍ରାୟ ୨୦ ଲକ୍ଷ ଟଙ୍କା ଫେରାଇ ପାରିଛି। ନିକଟରେ ଏକ ୩୬ ଲକ୍ଷ ଟଙ୍କା ଠକେଇ ମାମଲା ହୋଇଥିଲା। ଡିଜିଟାଲ୍‌ ଆରେଷ୍ଟ ଭୟ ଦେଖାଇ ସାଇବର ଠକମାନେ ଜଣେ ପଦସ୍ଥ ସରକାରୀ ଅଧିକାରୀଙ୍କୁ ଏଭଳି ଚୂନ ଲଗାଇଥିଲେ। ଏହି ମାମଲାରେ ପୁଲିସ ମାତ୍ର ୫ ଲକ୍ଷ ଟଙ୍କା ଫେରାଇ ପାରିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe