ପୂର୍ବତନ ସିଡିଏମ୍‌ଓ, ଆକାଉଣ୍ଟାଣ୍ଟଙ୍କୁ ଜେଲ୍‌ ଦଣ୍ଡାଦେଶ

Advertisment
ହତ୍ୟାକାରୀକୁ ଆଜୀବନ ଜେଲ୍ ଦଣ୍ଡାଦେଶ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗରେ ୫ ଲକ୍ଷ ୫୮ ହଜାର ୨୦୭ ଟଙ୍କା ଅନିୟମିତତା ଅଭିଯୋଗ ମାମଲାର ଶୁଣାଣି କରି ମାନ୍ୟବର ଭବାନୀପାଟଣା ‌ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ପୂର୍ବତନ ସିଡିଏମ୍‌ଓ ଓ ପୂର୍ବତନ ଆକାଉଣ୍ଟାଣ୍ଟକୁ ସାଢ଼େ ୩ ବର୍ଷ ଜେଲ ଓ ୩ ଲକ୍ଷ ଟଙ୍କା ଜରିମାନା ଆଦାୟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାନୁସାରେ, କଳାହାଣ୍ଡି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗରେ ଆର୍‌ସିଏଚ୍‌ ଫେଜ-୧ରେ ୧୯୯୭ ମସିହାରୁ ୨୦୦୫ ମସିହା ମଧ୍ୟରେ କ୍ୟାସବୁକ୍‌ରେ ତଞ୍ଚକତା କରି ୫ ଲକ୍ଷ ୫୮ ହଜାର ୨୦୭ ଟଙ୍କା ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe