ବାସୁଦେବପୁର: ବାସୁଦେବପୁର ବିଜେଡି ପକ୍ଷରୁ ଅାଜି ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ବିଜେଡିର କର୍ମକର୍ତ୍ତାମାନେ ସମବେତ ହୋଇ ସ୍ଥାନୀୟ ସହରର ନୀଳମଣିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ବିଧାୟକ ପ୍ରତିନିଧି ଅସିତ କୁମାର ଦାଶ ଓ ବ୍ଲକ ବିଜେଡି ସଭାପତି ଦୀନବନ୍ଧୁ ଦାସ ସ୍ବର୍ଗତ ନୀଳମଣିଙ୍କ ସ୍ମୃତିଚାରଣ କରିବା ସହ ବାସୁଦେବପୁର ପାଇଁ ତାଙ୍କର ଅବଦାନ ସମ୍ପର୍କରେ ଅାଲୋକପାତ କରିଥିଲେ।
ଏଥିସହିତ ସ୍ଥାନୀୟ ଡାକ୍ତରଖାନାରେ ରୋଗୀମାନଙ୍କୁ ଫଳ ବଣ୍ଟନ କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟ ଯଦୁନାଥ ନାୟକ, ପୌରପାଳିକା ଉପାଧ୍ୟକ୍ଷ ଉତ୍ତମ ବାରିକ, ବରିଷ୍ଠ କର୍ମୀ ପ୍ରଫୁଲ୍ଲ ପଳିତା, ଶ୍ୟାମସୁନ୍ଦର ମହାନ୍ତି, ପୂର୍ଣ୍ଣଚନ୍ଦ୍ର ଅଧିକାରୀ, ମାନସ ସାହୁ, ମଧୁସୂଦନ ପାତ୍ର, ସୁଶାନ୍ତ ସେଠୀ, କାଳନ୍ଦୀ ସାହୁ, ଅାଲୋକ ବାରିକ, ଗଗନ ବାରିକଙ୍କ ସମେତ ବହୁ କର୍ମୀ ସାମିଲ ହୋଇଥିଲେ।
Follow Us