୨୪ବର୍ଷରେ ଜନ୍ମମାଟିରେ ପିଇବା ପାଣି ବ୍ୟବସ୍ଥା କରି ନାହାନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ: ଧର୍ମେନ୍ଦ୍ର

Advertisment

ଯେଉଁ ପୂର୍ବତନ ମୁଖ୍ୟମନ୍ତ୍ରୀ ୨୪ ବର୍ଷ ଧରି ଶାସନରେ ରହିବା ପରେ ମଧ୍ୟ ନିଜ ଜନ୍ମମାଟିରେ ପିଇବା ପାଣିର ବ୍ୟବସ୍ଥା କରିନାହାନ୍ତି, ସେ ବିଜେପି ଓ ନରେନ୍ଦ୍ର ମୋଦୀଙ୍କ କଥାକୁ ମିଛ କହି ଏକ ଭ୍ରମ ତିଆରି କରିବା ଦୁର୍ଭାଗ୍ୟର ବିଷୟ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଯେଉଁ ପୂର୍ବତନ ମୁଖ୍ୟମନ୍ତ୍ରୀ ୨୪ ବର୍ଷ ଧରି ଶାସନରେ ରହିବା ପରେ ମଧ୍ୟ ନିଜ ଜନ୍ମମାଟିରେ ପିଇବା ପାଣିର ବ୍ୟବସ୍ଥା କରିନାହାନ୍ତି, ସେ ବିଜେପି ଓ ନରେନ୍ଦ୍ର ମୋଦୀଙ୍କ କଥାକୁ ମିଛ କହି ଏକ ଭ୍ରମ ତିଆରି କରିବା ଦୁର୍ଭାଗ୍ୟର ବିଷୟ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

Dharmendra Pradhan

ଡିହପଢ଼ାଳ/ଭଞ୍ଜନଗର/ଭୁବନେଶ୍ବର: ଯେଉଁ ପୂର୍ବତନ ମୁଖ୍ୟମନ୍ତ୍ରୀ ୨୪ ବର୍ଷ ଧରି ଶାସନରେ ରହିବା ପରେ ମଧ୍ୟ ନିଜ ଜନ୍ମମାଟିରେ ପିଇବା ପାଣିର ବ୍ୟବସ୍ଥା କରିନାହାନ୍ତି, ସେ ବିଜେପି ଓ ନରେନ୍ଦ୍ର ମୋଦୀଙ୍କ କଥାକୁ ମିଛ କହି ଏକ ଭ୍ରମ ତିଆରି କରିବା ଦୁର୍ଭାଗ୍ୟର ବିଷୟ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଦିନିକିଆ ଗଞ୍ଜାମ ଗସ୍ତରେ ଥିବା ଶ୍ରୀ ପ୍ରଧାନ କହିଛନ୍ତି ଯେ ଗଞ୍ଜାମ ଜିଲ୍ଲାରେ ପୂର୍ବ ସରକାରଙ୍କ ୭-୮ଟି ବୃହତ ପାଇପ ଜଳ ଯୋଜନା ଆରମ୍ଭ ହୋଇଛି। ଗୋଟିଏ ଛାଡ଼ି ଦେଲେ ଅନ୍ୟ ୬ଟି ପ୍ରକଳ୍ପର କାମ ଅଧପନ୍ତରା ଅଛି। ବୌଦ୍ଧ, କନ୍ଧମାଳ ଜିଲ୍ଲାରୁ ଗଞ୍ଜାମର ଗ୍ରାମାଞ୍ଚଳକୁ ପାଣି  ଆସିନାହିଁ କାହିଁକି ? ପାଣି ପାଇପ୍‌ ସବୁ ଖୋଲାରେ ପଡ଼ିଛି। ପାଣି ଆସିବାର ଠିକଣା ନାହିଁ। ନଳ ଅଛି କିନ୍ତୁ ଜଳ ନାହିଁ, ଏହାକୁ କଣ କହିବା? ବିଜେପି ସରକାରର ‘ସୁଭଦ୍ରା’ ଯୋଜନା ଓ ଧାନର ଏମ୍‌ଏସ୍‌ପି କ୍ୱିଣ୍ଟାଲ୍‌ ପିଛା ୩୧ଶହ ଟଙ୍କା ବୃଦ୍ଧି ଉପରେ ସେ ଅବଗତ ନାହାନ୍ତି କି ?  

ବୌଦ୍ଧ, କନ୍ଧମାଳ, ଗଞ୍ଜାମ ଗ୍ରାମାଞ୍ଚଳକୁ ପାଣି ଏଯାଏଁ ଆସିନି କାହିଁକି?

ସେ ଆହୁରି ମଧ୍ୟ କହିଥିଲେ ଯେ ଗଞ୍ଜାମ ଜିଲ୍ଲାରେ ବିଜେପି ସରକାରର ‘ସୁଭଦ୍ରା’ ଯୋଜନାରେ ପ୍ରାୟ ୫ଶହ କୋଟିରୁ ଅଧିକ ଟଙ୍କା ମା’ ଭଉଣୀ ମାନଙ୍କ ଖାତାରେ ପହଞ୍ଚିସାରିଛି। ଆଗକୁ ଏହି ସଂଖ୍ୟା ପ୍ରାୟ ହଜାର କୋଟିରେ ପହଞ୍ଚିବ। ଗଞ୍ଜାମରେ ପ୍ରାୟ ୧୦ ଲକ୍ଷ ଲାଭାର୍ଥୀ ସୁଭଦ୍ରା ଯୋଜନାରେ ଅଛନ୍ତି। ସେହିପରି ଏ ଜିଲ୍ଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ୪୪ ଲକ୍ଷ କ୍ୱିଣ୍ଟାଲ ଧାନ କିଣାଯିବାର ଲକ୍ଷ୍ୟ ରଖାଯାଇଛି। ରାଜ୍ୟର ଚାଷୀମାନଙ୍କର ହିତ ପାଇଁ କ୍ୱିଣ୍ଟାଲ୍‌ ପିଛା କେନ୍ଦ୍ର ସରକାରଙ୍କ ଧାନର ଏମଏସପି ୨୩୦୦ ଟଙ୍କା ଉପରେ ଅଧିକ ୮ଶହ ଟଙ୍କାର ଇନ୍‌ପୁଟ୍ ସହାୟତା ରାଶିକୁ ମିଶାଇ ମୋଟ ୩୧୦୦ ଟଙ୍କା ପ୍ରଦାନ କରୁଛନ୍ତି। ଏହାଦ୍ୱାରା ଗଞ୍ଜାମ ଜିଲ୍ଲାକୁ ଆହୁରି ୪୦୦ରୁ ୫୦୦ କୋଟି ଟଙ୍କା ମିଳିବ। ଗଞ୍ଜାମର ଲୋକମାନେ ଭରସା କରି ଡବଲ୍‌ ଇଞ୍ଜିନ ସରକାରକୁ ଆଣିଛନ୍ତି। ଯଦି ଏହା କାହାକୁ ମିଛ ଲାଗୁଛି, ତେବେ ତାକୁ କଣ କୁହାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe