ତିର୍ତୋଲରେ ପୂର୍ବତନ ଜିଲ୍ଲାପାଳ ଶାସକ ଦଳ ସପକ୍ଷରେ ପ୍ରଚାର କରୁଛନ୍ତି : ବିଜେପି

Advertisment

କାର୍ଯ୍ୟାନୁଷ୍ଠାନ ନିଆ ନ ଗଲେ ନିର୍ବାଚନ କମିସନ୍‌ଙ୍କ ନିକଟରେ ଫେରାଦ ଜଣାଯିବ

କାର୍ଯ୍ୟାନୁଷ୍ଠାନ ନିଆ ନ ଗଲେ ନିର୍ବାଚନ କମିସନ୍‌ଙ୍କ ନିକଟରେ ଫେରାଦ ଜଣାଯିବ

କୋଟିଆ ବିବାଦ ସମାଧାନ ନହେଲେ ରାସ୍ତାକୁ ଓହ୍ଲାଇବୁ: ବିଜେପି

twitter.com

ଭୁବନେଶ୍ୱର : ଜଗତସିଂହପୁରର ପୂର୍ବତନ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ବିରୋଧରେ ପୁଣି ବିଷୋଦଗାର କରିଛି ରାଜ୍ୟ ବିଜେପି। ତିର୍ତ୍ତୋଲ ଉପନିର୍ବାଚନରେ ଶ୍ରୀ ମହାପାତ୍ର ବିଜେଡିକୁ ଜିତାଇବାର ଠିକା ନେଇଛନ୍ତି। ସରକାରୀ ଅଧିକାରୀ ହୋଇ ମଧ୍ୟ ବିଜେଡି ପାଇଁ ପ୍ରଚାର କରି ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଭୋଟରଙ୍କୁ ପ୍ରବର୍ତ୍ତାଉଛନ୍ତି ବୋଲି ଦଳ ଅଭି‌ଯୋଗ କରିଛି। ବିଜେପିର ଏକ ପ୍ରତିନିଧିଦଳ ଗତ ଅକ୍ଟୋବର ୨୪ ତାରିଖରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ତଥ୍ୟ ପ୍ରମାଣ ଉପସ୍ଥାପନ କରି ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା। କିନ୍ତୁ ଏ ଘଟଣାକୁ ୭ ଦିନ ବିତିଥିଲେ ବି ରାଜ୍ୟ ନିର୍ବାଚନ ଅଧିକାରୀ ଦୋଷୀଙ୍କ ବିରୋଧରେ କୌଣସି ପଦକ୍ଷପ ନ ନେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।

ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ଗତ ୧୨ ଦିନ ଧରି ତିର୍ତୋଲ ଉପନର୍ବାଚନରେ ପୂର୍ବତନ ଜିଲ୍ଲାପାଳ ଶ୍ରୀ ମହାପାତ୍ର ନିଜ କ୍ଷମତାକୁ ଅପବ୍ୟବହାର କରି ନିର୍ବାଚନକୁ ପ୍ରଭାବିତ କରୁଛନ୍ତି। ଉପନିର୍ବାଚନ ପୂର୍ବରୁ ତାଙ୍କ ନାଁରେ ଶାସକ ଦଳ ସପକ୍ଷରେ କାର୍ଯ୍ୟ କରୁଥିବାର ଅଭିଯୋଗ ଆସିବାରୁ ତାଙ୍କୁ ଜିଲ୍ଲାପାଳ ପଦବିରୁ ହଟାଇ ଦିଆଯାଇଥିଲା। କିନ୍ତୁ ଏବେ ସେ ପୁଣି ଥରେ ତିର୍ତୋଲରେ ପହଞ୍ଚି ନିଜ ଆଧିପତ୍ୟ ଦେଖାଉଛନ୍ତି। କେବଳ ସେତିକି ନୁହେଁ, ବିଜେଡିକୁ ଭୋଟ ନ ଦେଲେ ସରକାରୀ ଯୋଜନାରୁ ନାଁ କାଟିଦେବାର ଭୟ ଗରିବ ଲୋକମାନଙ୍କୁ ଦେଖାଉଛନ୍ତି। ତିର୍ତୋଲ ନିର୍ବାଚନମଣ୍ଡଳୀରେ ଶ୍ରୀ ମହାପାତ୍ରଙ୍କ ଘର ହୋଇଥିବାରୁ ସମସ୍ତ ସରକାରୀ ଅଧିକାରୀଙ୍କୁ ବିଜେଡି ସପକ୍ଷରେ କାମ କରିବା ପାଇଁ ତାଗିଦ୍ କରିବା ସହ ସେ ପୁଣି ଥରେ ଜିଲ୍ଲାପାଳ ଭାବେ ଦାୟିତ୍ୱ ନେବେ ବୋଲି ଖୋଲାଖୋଲି ଭାବେ କହୁଛନ୍ତି। ପ୍ରଶାସନିକ ଅଧିକାରୀ ହୋଇ ସେ ଏଭଳି ନିର୍ବାଚନ ପ୍ରକ୍ରିୟାକୁ ପ୍ରଭାବିତ କରିବା ଘଟଣାକୁ ବିଜେପି କେବେ ବରଦାସ୍ତ କରିବ ନାହିଁ। ସରକାରୀ ଦଳ ଚାପରେ ଯଦି ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନ ଯାଏ, ତେବେ ଆଗାମୀ ଦିନରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ରାଜ୍ୟ ବିଜେପି ପକ୍ଷରୁ ଜାତୀୟ ନିର୍ବାଚନ ଆୟୋଗ ଏବଂ କାର୍ମିକ ଓ ପ୍ରଶିକ୍ଷଣ ବିଭାଗରେ ଅଭିଯୋଗ କରାଯିବ ବୋଲି ଶ୍ରୀ ହରିଚନ୍ଦନ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe