ପୂର୍ବତନ କମାଣ୍ଡିଂ ଅଫିସର୍‌ଙ୍କ ପରଲୋକ

Advertisment
ପୂର୍ବତନ କମାଣ୍ଡିଂ ଅଫିସର୍‌ଙ୍କ ପରଲୋକ

କଟକ : ଆଇଏନ୍‌ଏସ୍‌ ଚିଲିକାର ପୂର୍ବତନ କମାଣ୍ଡିଂ ଅଫିସର ତଥା ପୂର୍ବତନ ନାଭାଲ ଅଫିସର୍‌-ଇନ୍‌-ଚାର୍ଜ-ଓଡ଼ିଶା, କମୋଡୋର୍‌ ଏମଭିଏସ୍‌ କୁମାର(୬୩)ଙ୍କ ଶନିବାର ରାତି ୧୦ଟା ବେଳେ ପରଲୋକ ଘଟିଛି। ଶେଷ ସମୟରେ ତାଙ୍କ ନିକଟରେ ପତ୍ନୀ ଭାରତୀ ଦେବୀ, ପୁଅ ଇଂ. ଯଶାଙ୍କ, ଡାକ୍ତର ହରିଶ ଓ ପରିବାରର ଅନ୍ୟମାନେ ଉପସ୍ଥିତ ଥିଲେ।

ଭାରତୀୟ ନୌସେନାର ବରିଷ୍ଠ ତୋପ ଅଧିକାରୀ କମୋଡୋର୍‌ କୁମାର ୪ ବର୍ଷ ଧରି ଆଇଏନ୍‌ଏସ୍‌ ଚିଲିକାର ନିର୍ବାହୀ ଅଧିକାରୀ ଓ ୩ ବର୍ଷ ଧରି ଚିଲିକାର କମାଣ୍ଡିଂ ଅଫିସର୍‌ ଦାୟିତ୍ୱ ତୁଲାଇଥିଲେ। ମହାବାତ୍ୟା ସମୟରେ ତାଙ୍କ ନେତୃତ୍ୱରେ ଚିଲିକାର ନାଭାଲ୍‌ ଟିମ୍‌ ଅବିଭକ୍ତ କଟକ ଓ ଅବିଭକ୍ତ ପୁରୀ ଜିଲ୍ଲାରେ ବ୍ୟାପକ ଉଦ୍ଧାର ଓ ସହାୟତା କାର୍ଯ୍ୟ କରିଥିଲା। ତାଙ୍କ ପରଲୋକରେ ଆଇଏନ୍‌ଏସ୍‌ ଚିଲିକାର କମାଣ୍ଡିଂ ଅଫିସର୍‌ କମୋଡୋର୍‌ ଏନ୍‌ପି ପ୍ରଦୀପ ଗଭୀର ଶୋକ ପ୍ରକାଶ କରିବା ସହ ଚିଲିକାର ଅନେକ ବିକାଶମୂଳକ କାର୍ଯ୍ୟ ତାଙ୍କ ଦ୍ବାରା ହୋଇଥିଲା ବୋଲି କହିଛନ୍ତି। ସେହିପରି ରାଜ୍ୟ ସୈନିକ ବୋର୍ଡ ସଚିବ କମୋଡୋର୍‌ ଘନଶ୍ୟାମ ଓଝା, କଟକ ଜିଲ୍ଲା ସୈନିକ ବୋର୍ଡ ପୂର୍ବତନ ସଚିବ କ୍ୟାପଟେନ୍‌ ଦେବରାଜ ପଣ୍ଡା, ଅବସରପ୍ରାପ୍ତ କର୍ଣ୍ଣେଲ ଭାବଗ୍ରାହୀ ଝଟକସିଂ, କର୍ଣ୍ଣେଲ ଚକ୍ରଧର ସାହୁ, ପୂର୍ବତନ ସୈନିକ ସଂଘ ସଭାପତି ଅଭୟ ପ୍ରସାଦ ପାଣି, ସମ୍ପାଦକ ମହେଶ୍ୱର କର, କ୍ୟାପଟେନ୍‌ ସୁରେନ୍ଦ୍ର କୁମାର ସାହୁ, ସଚ୍ଚିକାନ୍ତ ନାଥ, ସମରେନ୍ଦ୍ର ନାୟକ, ସମାଜସେବୀ ସଂଜୟ ଚୌଧୁରୀ ଓ ସବିତା ଦଣ୍ଡପାଟ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି। କମୋଡୋର୍‌ କୁମାରଙ୍କ ସାନପୁଅ ଡାକ୍ତର ହରିଶ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲ୍‌ରେ ଶଲ୍ୟଚିକିତ୍ସା ବିଶେଷଜ୍ଞ ଭାବେ କାର୍ଯ୍ୟରତ ଅଛନ୍ତି। ୨୪ ତାରିଖ ଅପରାହ୍ଣରେ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର୍‌ଠାରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe