ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ପୂର୍ବତନ ଡିଜି

Advertisment
ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ପୂର୍ବତନ ଡିଜି

ଭୁବନେଶ୍ୱର : ମର୍ଣ୍ଣିଂଵାକ୍ ବେଳେ ଟଳିପଡ଼ିଲେ ଜମ୍ମୁ ଏବଂ କଶ୍ମୀରର ପୂର୍ବତନ ଡିଜି ମିଲନ ମହାନ୍ତି। ଆଜି ସକାଳେ ଫରେଷ୍ଟ ପାର୍କରେ ପଡ଼ିଯାଇ ସେ ପ୍ରାଣ ହରାଇଛନ୍ତି। ତାଙ୍କ ମୁଣ୍ଡର ପଛ ପାଖରେ ଆଘାତ ଲାଗି ରକ୍ତସ୍ରାବ ହେବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ଶ୍ରୀ ମହାନ୍ତି ପରିବାର ସହ ସୂର୍ଯ୍ୟନଗରରେ ରହୁଥିଲେ।। ସବୁ ଦିନ ଭଳି ଆଜି ସକାଳେ ଫରେଷ୍ଟ ପାର୍କକୁ ମର୍ଣ୍ଣିଂଵାକ୍ କରିବାକୁ ଯାଇଥିଲେ। ଏହି ସମୟରେ ହଠାତ୍ ତଳେ ପଡ଼ି ଯାଇଥିଲେ। ସେଠାରେ ଥିବା ଲୋକ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇ ଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଭାରସାମ୍ୟ ହରାଇ ସେ ପଡ଼ିଯାଇଥିବା ଅନୁମାନ କରାଯାଉଛି। କ୍ୟାପିଟାଲ ଥାନା ପୁଲିସ ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

୧୯୪୯ ଡିସେମ୍ବର ୧୪ ତାରିଖରେ ଶ୍ରୀ ମହାନ୍ତିଙ୍କର ଜନ୍ମ। ସେ ୧୯୭୧ ବ୍ୟାଚର ଜମ୍ମୁ କଶ୍ମୀର କ୍ୟାଡର ଆଇପିଏସ୍ ଅଫିସର। ଜମ୍ମୁ କଶ୍ମୀରର ଡିଜି(ସିକ୍ୟୁରିଟି), ଜେଲ୍ ଡିଜି ସହ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦପଦବିରେ ସଫଳତାର ସହ କାର୍ଯ୍ୟ କରିଥିଲେ। ୨୦୦୯ରେ ଟ୍ରାନ୍ସପୋର୍ଟ କମିସନର ଭାବେ ଚାକିରିରୁ ଅବସର ନେଇଥିଲେ। ଦୀର୍ଘ ବର୍ଷ ହେଲା ତାଙ୍କ ପରିବାର ସୂର୍ଯ୍ୟନଗରରେ ରହି ଆସୁଛନ୍ତି। ସତ୍ୟନଗର ଶ୍ମଶାନରେ ଶ୍ରୀ ମହାନ୍ତିଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe