Advertisment

ଧର୍ମଗଡ଼ର ପୂର୍ବତନ ବିଧାୟକ ବୀର ସିପକାଙ୍କର ୬୪ ବର୍ଷ ବୟସରେ ପରଲୋକ

Advertisment
ଧର୍ମଗଡ଼ର ପୂର୍ବତନ ବିଧାୟକ ବୀର ସିପକାଙ୍କର ୬୪ ବର୍ଷ ବୟସରେ ପରଲୋକ

ଗୋଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା ଧର୍ମଗଡର ପୂର୍ବତନ ବିଧାୟକ ବୀର ସିପକାଙ୍କ ଆଜି ୬୪ ବର୍ଷ ବୟସରେ ତାଙ୍କ ଗୋଲାମୁଣ୍ଡାସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ସେ କିଛି ଦିନ ହେବ ଅସୁସ୍ଥ ଥିଲେ। ମୃତ୍ୟୁ ବେଳକୁ ତାଙ୍କ ପାଖରେ ତାଙ୍କର ପତ୍ନୀ ଯଶୋବନ୍ତୀ ସିପ୍‌କା, ବଡ ପୁଅ ପ୍ରିତସ ସିପ୍‌କା, ଦୁଇ ଭାଇ କ୍ଷେତ୍ର ସିପ୍‌କା ଓ ନିଳାମ୍ବର ସିପ୍‌କା ଉପସ୍ଥିତ ଥିଲେ । ବଡ଼ ଝିଅର ବାହା ଘର ସରିଥିବା ବେଳେ ସାନପୁଅ ଓ ସାନ ଝିଅ ମୁମ୍ବାଇରେ ପାଠ ପଢୁଛନ୍ତି। ବୀର ସିପକାଙ୍କ ମୃତ୍ୟୁ ଖବର ପ୍ରଚାର ହେବା ପରେ ସ୍ଥାନୀୟ ଲୋକେ ତାଙ୍କ ବାସଭବନରେ ଅନ୍ତିମ ଦର୍ଶନ ପାଇଁ ପହଞ୍ଚିଛନ୍ତି। ବନ୍ଧୁ, ପରିବାର ଓ ଆତ୍ମୀୟମାନେ ମରଶରୀରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ସ୍ୱର୍ଗତ ସିପକା ବିଜୁବାବୁଙ୍କ ସମୟରେ ଜନତା ଦଳରୁ ସାମିଲ ହୋଇ ରାଜନୀତିକୁ ଆସିଥିଲେ। ସେ ବିଜେଡିରୁ ୨ ଥର ଧର୍ମଗଡ ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ପରେ ରାଜ୍ୟ ବିଜେଡିର ଅନୁସୁଚିତ ଜାତି ମୋର୍ଚ୍ଚାର ସଭାପତି ମଧ୍ୟ ଥିଲେ। ୧୯୯୫ ଜନତା ଦଳରୁ ବିଧାୟକ ପରେ ୨୦୦୦ ଏବଂ ୨୦୦୪ରେ ବିଜେଡିରୁ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏହା ସହ ସେ ଗୋଲାମୁଣ୍ଡାରେ ଏକ ଆଇନ ମହାବିଦ୍ୟାଳୟ ମଧ୍ୟ ସ୍ଥାପନ କରିଥିଲେ।

ସ୍ୱର୍ଗତ ସିପକା ୧୯୫୬ ମସିହା ଫେବ୍ରୁଆରି ମାସ ୧ ତାରିଖ ଦିନ ଜନ୍ମ ଗ୍ରହଣ କରିଥିଲେ। ଦେ ଦୀଘ ଦିନ ହେଲା ମଧୁମେହ ରୋଗରେ ପିଡିତ ଥିଲେ । ବିଧାୟକ ଥିବା ସମୟରେ ଧର୍ମଗଡ ନିର୍ବାଚନ ମଣ୍ଡଳୀରେ ପ୍ରମୁଖ ବିକାଶମୁଖୀ କାର୍ଯ୍ୟ କରିବାରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe