ଦୂରଦର୍ଶନର ପୂର୍ବତନ ବରିଷ୍ଠ ଅଧିକାରୀ ତଥା ନାଟ୍ୟକାର ଅକ୍ଷୟ କୁମାର ମହାନ୍ତିଙ୍କ ପରଲୋକ

Advertisment
ଦୂରଦର୍ଶନର ପୂର୍ବତନ ବରିଷ୍ଠ ଅଧିକାରୀ ତଥା ନାଟ୍ୟକାର ଅକ୍ଷୟ କୁମାର ମହାନ୍ତିଙ୍କ ପରଲୋକ

ଭୁବନେଶ୍ବର:  ବିଶିଷ୍ଟ ନାଟ୍ୟକାର, ଦିଲ୍ଲୀ ଦୂରଦର୍ଶନର ପୂର୍ବତନ ବରିଷ୍ଠ ଅଧିକାରୀ ଓ ପ୍ରଶାସକ ତଥା ଓଡ଼ିଆ ଭାଷା ସାହିତ୍ୟର ବିଶିଷ୍ଟ ଲେଖକ ଅକ୍ଷୟ କୁମାର ମହାନ୍ତି ଆଜି ସକାଳ ୭ଟା ସମୟରେ ଇହଲୀଳା ସମ୍ବରଣ କରିଛନ୍ତି । ସରକାରୀ ଚାକିରିରୁ ଅବସର ପରେ ସେ ରାମୋଜୀ ଫିଲ୍ମ ସିଟି ହାଇଦ୍ରାବାଦର ମୁଖ୍ୟ ତଥା ଇ ଟିଭିର ବରିଷ୍ଠ ପ୍ରଯୋଜକ ଭାବେ କାର୍ଯ୍ୟ କରୁଥିଲେ।

ଆଜି ପୁରୀ ସ୍ବର୍ଗଦ୍ବାରଠାରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପ୍ରକାଶ ଥାଉକି ଅବସର ପରେ ସ୍ଵର୍ଗତ ମହାନ୍ତି ଓଡ଼ିଆ ଦୃଶ୍ୟମାନ ସାହିତ୍ୟ ଉପରେ ଡ.ହରିହର କାନୁନଗୋଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଗବେଷଣା କରି ପିଏଚଡ଼ି ଡିଗ୍ରୀ ଲାଭ କରିଛନ୍ତି। ଭୁବନେଶ୍ୱର ନୀଳାଦ୍ରି ବିହାରସ୍ଥିତ ନିଜ ବାସଭବନରେ ତାଙ୍କର ପରଲୋକ ଘଟିଛି। ତାଙ୍କ ବିୟୋଗରେ ଗଭୀର ଶୋକର ଛାୟା ଖେଳିଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe