ଜେଲ୍‌ଗଲେ ପୂର୍ବତନ ଡିଏସ୍‌ଡବ୍ଲୁଓ

Advertisment

୧୪୫ ପ୍ରତିଶତରୁ ଅଧିକ ସମ୍ପତ୍ତି

୧୪୫ ପ୍ରତିଶତରୁ ଅଧିକ ସମ୍ପତ୍ତି

ଜେଲ୍‌ଗଲେ ପୂର୍ବତନ ଡିଏସ୍‌ଡବ୍ଲୁଓ

ବାଲେଶ୍ବର/ଭଦ୍ରକ : ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ବରିଷ୍ଠ ଅଧିକାରୀ ତଥା ଭଦ୍ରକର ପୂର୍ବତନ ଡିଏସଡବ୍ଲୁଓ ଜୟନ୍ତୀ ବେହେରାଙ୍କୁ ଗିରଫ କରିଛି ଭିଜିଲାନ୍ସ। ଚାକିରିରୁ ମିଳୁଥିବା ଦରମାକୁ ଛାଡ଼ିଦେଲେ ଶ୍ରୀମତୀ ବେହେରା ୧୪୫ ପ୍ରତିଶତରୁ ଅଧିକ ସମ୍ପତ୍ତି (୩ କୋଟି ୪୧ ଲକ୍ଷ ୬୮ ହଜାର) ବେଆଇନ୍ ଭାବେ ଅର୍ଜିତ କରିଥିବା ଭିଜିଲାନ୍ସ ଆକଳନ କରିଛି। ଗିରଫ ପ​ରେ ଆଜି ତାଙ୍କୁ ବାଲେଶ୍ବର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା। ଜାମିନ୍ ଖାରଜ ହେବାରୁ ତାଙ୍କୁ ଜେଲ୍‌ ପଠାଇ ଦିଆଯାଇଛି।

ସୂଚନାଯୋଗ୍ୟ, ଗତକାଲି ଭିଜିଲାନ୍ସର ଏକାଧିକ ଅଧିକାରୀ ଓ କର୍ମଚାରୀ ଭୁବନେଶ୍ବର, ବାଲେଶ୍ୱର, ଭଦ୍ରକର ୧୧ଟି ସ୍ଥାନରେ ଚଢ଼ଉ କରିବା ସହ ଶ୍ରୀମତୀ ବେହେରାଙ୍କର ଅନେକ ସ୍ଥାବର ଓ ଅସ୍ଥାବର ସଂପତ୍ତି ଠାବ କରିଥିଲେ। ଜବତ ହୋଇଥିବା ସମ୍ପତ୍ତି ମଧ୍ୟରେ ବାଲେଶ୍ବରରେ ୩ଟି ତିନିମହଲା କୋଠା, ଭୁବନେଶ୍ବରରେ ୨ଟି ଫ୍ଲାଟ୍ ସହ ୮ଟି ଜମି ପ୍ଲଟ୍ ରହିଛି। ଏଥିସହିତ ଗୋଟିଏ କାର୍, ୨ଟି ବାଇକ୍‌, ୨ କେଜିରୁ ଊର୍ଦ୍ଧ୍ବ ରୁପା, ୧୦୦ ଗ୍ରାମରୁ ଅଧିକ ସୁନା ସହ ନଗଦ ୨ ଲକ୍ଷ ୭୯ ହଜାର ଟଙ୍କା ଘରୁ ଜବତ ହୋଇଛି। ଭିଜିଲାନ୍ସ ଟିମ୍‌ ସକାଳୁ ରାତି ୧୦ଟା ଯାଏ ଚଢ଼ଉ ଜାରି ରଖିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe